ଶ୍ରମ ମନ୍ତ୍ରୀଙ୍କ ପ୍ରଥମ ଗସ୍ତ : ଜନ ସମୁଦ୍ର ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ଜୁନ ୭ ତାରିଖ ସନ୍ଧ୍ୟା ୬ ଘଣ୍ଟା ସମୟରେ ପୋଲସରା ବ୍ଲକର ମଥୁରା ମାରଦା ମନ୍ଦିର ଛକ ନିକଟରେ ମାନ୍ୟବର ଶ୍ରମ ଓ ନିଯୁକ୍ତି ଏବଂ ବୀମା ମନ୍ତ୍ରୀ ଶ୍ରୀକାନ୍ତ ସାହୁଙ୍କୁ ଜନ ସମୁଦ୍ର ମଧ୍ୟରେ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ମାନ୍ୟବର ମନ୍ତ୍ରୀ ନିଜ ନିର୍ବାଚନ ମଣ୍ଡଳୀକୁ ପ୍ରବେଶ କରି ପ୍ରଥମେ ଶରଣ ଶ୍ରୀକ୍ଷେତ୍ର ମାରଦା ମନ୍ଦିରକୁ ଯାଇ ଠାକୁରଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବା ପରେ ମାରଦା ଛକ ନିକଟରେ ସ୍ୱାଗତ ସମ୍ବର୍ଦ୍ଧନା ଦିଆଯାଇଥିଲା। ସେଠାରୁ ବିରାଟ ପଟୁଆରରେ ମଥୁରା କାହ୍ନୁ ଚରଣ ନୋଡାଲ ଉଚ୍ଚ ବିଦ୍ୟାଳୟ ପର୍ଯ୍ୟନ୍ତ ଜନ ସମୁଦ୍ର ମଧ୍ୟରେ ପାଛୋଟି ନିଆଯାଇଥିଲା । ବିଦ୍ୟାଳୟ ପରିସର ମଧ୍ୟରେ ଥିବା ଶିକ୍ଷାନୁଷ୍ଠାନର ପ୍ରତିଷ୍ଠାତା ତଥା ପୂର୍ବତନ ବିଧାୟକ କାହ୍ନୁ ଚରଣ ନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପ ମାଲ୍ୟଅର୍ପଣ କରିଥିଲେ । ତାପରେ ମଥୁରା ଠାରେ ଉପ ସ୍ୱାସ୍ଥ୍ୟ ଚିକିତ୍ସା କେନ୍ଦ୍ରର ଉଦଘାଟନ, ପୋଲସରା ବସଷ୍ଟାଣ୍ଡଠାରେ ଥିବା ବିଜୁବାବୁଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ କସିପଡା ସ୍ଥିତ ସିଂହାସନୀ ପୀଠକୁ ଯାଇ ମା’ଙ୍କ ଦର୍ଶନ କରି ଫେରି ପୋଲସରା ଲୁଣିଘାଟି ଠାରେ ଅନୁଷ୍ଠିତ ପଞ୍ଚକୁଣ୍ଡିୟ ଯଜ୍ଞରେ ଯୋଗଦାନ କରିଥିଲେ । ମନ୍ତ୍ରୀଙ୍କ ସହ ଆସିକା ସାଂସଦ ପ୍ରମିଳା ବିଷୋୟୀ, ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅଞ୍ଜଳି ସ୍ବାଇଁ, ବୁଗୁଡ଼ା ବ୍ଳକ ଅଧକ୍ଷା କେ. ପ୍ରିୟଦର୍ଶିନୀ ଆଚାରୀ, ପୋଲସରା ବ୍ଲକ ଅଧ୍ୟକ୍ଷା କଳ୍ପନା କୁମାରୀ ପ୍ରଧାନ, ପୋଲସରା ଏନଏସି ଅଧ୍ୟକ୍ଷା ସଙ୍ଗୀତା ବେହେରା, ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୂର୍ବତନ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ କୁମାର ପ୍ରଧାନ, ବିଜେଡି ସଭାପତି ସୁରେନ୍ଦ୍ର ପ୍ରଧାନ, ବିଜେଡି ଉପଦେଷ୍ଟା ପୀତବାସ ପ୍ରଧାନ, ଜିଲ୍ଲା ପରିଷଦ ସଦସ୍ୟ ଅଶୋକ କୁମାର ବିଷୋୟୀ ଓ ବିକ୍ରମ କୁମାର ନାୟକ, ପ୍ରତାପ କୁମାର ପ୍ରଧାନ, ଆଇନଜୀବୀ ସୁଶାନ୍ତ କୁମାର ସାହୁ, ରାଜେନ୍ଦ୍ର କୁମାର ପ୍ରଧାନ, ଶିଶିର କୁମାର ବେହେରା, ନରେନ୍ଦ୍ର ଦେବତା, ସୁକାନ୍ତ ଭୂୟାଁ, ରଞ୍ଜନ କୁମାର ସାହୁ, ସୁଶିତ କୁମାର ସାହୁଙ୍କ ସମେତ ବହୁ ନିର୍ବାଚିତ ଲୋକ ପ୍ରତିନିଧି, କର୍ମକର୍ତ୍ତା ଉପସ୍ଥିତ ଥିଲେ । ସ୍ୱାଗତ ସମ୍ବର୍ଦ୍ଧନା ଶୋଭାଯାତ୍ରାରେ ଦଳୀୟ କର୍ମୀଙ୍କ ସମେତ ବିଜେପି ଓ କଂଗ୍ରେସ ଦଳର କର୍ମୀ ମାନେ ମଧ୍ୟ ସାମିଲ ହୋଇ ଶ୍ରମ ମନ୍ତ୍ରୀ ଶ୍ରୀସାହୁଙ୍କୁ ସ୍ୱାଗତ ଓ ସମ୍ବର୍ଦ୍ଧିତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ