ଶ୍ରାଦ୍ଧଉତ୍ସବରେ ବିଜୁବାବୁଙ୍କୁ ଶ୍ରଦ୍ଧାଞ୍ଜଳି

ନିମାପଡ଼ା (ସନ୍ତୋଷ ଦାଶ ) : ଉତ୍କଳର ବରପୁତ୍ର, ଆଧୁନିକ ଓଡିଶାର ନିର୍ମାତା, ମହl ଜନନାୟକ, ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ 24 ତମ ଶ୍ରାଦ୍ଧ ଦିବସ l ଏହି ଅବସରରେ କାକଟପୁର ନିର୍ବାଚନ ମଣ୍ଡଳୀ ବିଜେଡି ପକ୍ଷରୁ ତାଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯାଇଛି l କାକଟପୁର ବସଷ୍ଟାଣ୍ଡ ସ୍ଥିତ ପଦ୍ମଚରଣ ସାମନ୍ତ ସିଂହାର ଟ୍ରଷ୍ଟ ଠାରେ ଥିବା ‌ସ୍ୱର୍ଗତ ବିଜୁ ବାବୁ ଙ୍କ ପ୍ରତିମୂର୍ତ୍ତି ରେ ସ୍ଥାନୀୟ ବିଧାୟକ ତଥା ରାଜ୍ୟ କ୍ରୀଡା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାର କାନ୍ତ ବେହେରା, ପୁରୀ ଜିଲ୍ଲା ପରିଷଦ ଅଧକ୍ଷ ଜ୍ୟୋତିମୟ ଦଳାଇ, ଅସ୍ତରଙ୍ଗ ବ୍ଲକ ଅଧକ୍ଷ ସ୍ୱାଧୀନ କୁମାର ନାୟକ,1ନମ୍ବର ଜୋନ ଜିଲ୍ଲାପରିଷଦ ସଭ୍ୟ ପଞ୍ଚାନନ ସ୍ୱାଇଁ, କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣକୃଷ୍ଣ ମଲ୍ଲିକ, ଆତ୍ମା ର ଅଧକ୍ଷ ଅଭୟ ସେଠୀ, କୁଞ୍ଜ ବିହାରୀ ପ୍ରଧାନ, ଚମ୍ପକ ବାରିକ ପ୍ରମୁଖ ମାଲ୍ୟାପର୍ଣ୍ଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ