ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ ପ୍ରଧାନ ଡାକଘରେ ‘ସ୍ୱତନ୍ତ୍ର ରଦ୍ଦକରଣ ମୋହର’ ଉନ୍ମୋଚିତ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-ପବିତ୍ର ଶ୍ରୀଗୁଣ୍ଡିଚା ରଥଯାତ୍ରା ଉପଲକ୍ଷେ କେନ୍ଦ୍ରାପଡା ଡାକମଣ୍ଡଳ ପକ୍ଷରୁ ଏକ ‘ସ୍ୱତନ୍ତ୍ର ରଦ୍ଦକରଣ ମୋହର’ ଉନ୍ମୋଚିତ ହୋଇଯାଇଛି । ଏହି ଅବସରରେ ଶୁକ୍ରବାର ପୂର୍ବାହ୍ନରେ କେନ୍ଦ୍ରାପଡା ପ୍ରଧାନ ଡାକଘର ପରିସରରେ କେନ୍ଦ୍ରାପଡା ଡାକମଣ୍ଡଳର ଡାକ ଅଧିକ୍ଷକ ଲକ୍ଷ୍ମୀନାରାୟଣ ମିଶ୍ରଙ୍କ ପୈାରହିତ୍ୟରେ ଅନୁଷ୍ଠିତ ଉତ୍ସବରେ କେନ୍ଦ୍ରାପଡା ଉତ୍ତର ଡାକ ପରିମଣ୍ଡଳର ସହକାରୀ ଡାକ ଅଧିକ୍ଷକ ପରମେଶ୍ୱର ନାୟକ, କେନ୍ଦ୍ରାପଡା ଦକ୍ଷିଣ ଡାକ ପରିମଣ୍ଡଳର ଡାକ ନିରୀକ୍ଷକ ଆଦିତ୍ୟ କୁମାର ଜେନା, ପଟ୍ଟାମୁଣ୍ଡାଇ ଡାକ ନିରୀକ୍ଷକ ଗୈାରୀଶ କୁମାର ଜେନା ଓ କେନ୍ଦ୍ରାପଡା ପ୍ରଧାନ ଡାକଘରର ମୁଖ୍ୟ ଡାକପାଳ ଜ୍ଞାନଚାନ୍ଦ ପରିଡା ପ୍ରମୁଖ ଯୋଗଦେଇ “ସ୍ୱତନ୍ତ୍ର ରଦ୍ଦକରଣ ମୋହର”ର ଉନ୍ମୋଚନ କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଫିଲାଟେଲିଷ୍ଟ ହରିପଦ ପଣ୍ଡା, ଶରତ ଚନ୍ଦ୍ର ସାମନ୍ତରାୟ, ଆଡ୍ଭୋକେଟ ମହମ୍ମଦ ମୁସ୍ତାକଙ୍କ ସମେତ କେନ୍ଦ୍ରାପଡା ଜିଲ୍ଲା ଓ ଆଖପାଖ ଅଞ୍ଚଳର ଡାକଟିକେଟ ସଂଗ୍ରହକାରୀମାନେ ବହୁ ସଂଖ୍ୟାରେ ଯୋଗଦେଇଥିଲେ । ଶ୍ରୀଗୁଣ୍ଡିଚା ପାଇଁ ଡାକଘର ଛୁଟିଥିଲେବି ଆଜି ପୂର୍ବାହ୍ନ ୧୦ ଘଟିକା ଠାରୁ ଅପରାହ୍ନ ୧ଘଟିକା ପର୍ଯ୍ୟନ୍ତ ଲୋକମାନେ ରେଜିଷ୍ଟ୍ରୀ ପୋଷ୍ଟ ଓ ସ୍ପିଡ ପୋଷ୍ଟ ଡାକ ବୁକିଙ୍ଗ କରିବା ପାଇଁ କେନ୍ଦ୍ରାପଡା ପ୍ରଧାନ ଡାକଘର ଖୋଲାରହିଥିଲା । ଏହି ସମୟ ମଧ୍ୟରେ ପ୍ରଧାନ ଡାକଘରେ ବୁକିଂ ହୋଇଥିବା ରେଜିଷ୍ଟ୍ରୀ ପୋଷ୍ଟ ଓ ସ୍ପିଡ ପୋଷ୍ଟ ଡାକରେ “ସ୍ୱତନ୍ତ୍ର ରଦ୍ଦକରଣ ମୋହର” ଲଗାଯାଇଥିବା ଦେଖାଯାଇଥିଲା ।