ଶ୍ରୀଜଗନ୍ନାଥଙ୍କ ଆଶିଷ ନେଲେ ଦୁଇ କେନ୍ଦ୍ରମନ୍ତ୍ରୀ

ପୁରୀ (ଜୁଗାବ୍ଦ ନ୍ୟୁଜ୍‍): କେନ୍ଦ୍ରରେ ଦ୍ୱିତୀୟଥର ପ୍ରଧାନମନ୍ତ୍ରୀ ଭାବରେ ନରେନ୍ଦ୍ର ମୋଦୀ ଦାୟିତ୍ୱ ଗ୍ରହଣ କରିବା ଅବସରରେ ଓଋିଶାର ଦୁଇ ଜଣଙ୍କୁ ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ କରିଛନ୍ତି । ସେହି ଦୁଇଜଣ ମନ୍ତ୍ରୀ ଶପଥପାଠ ନେଇ ସାରିବା ପରେ ଶନିବାର ଓଡ଼ିଶାକୁ ଫେରିଛନ୍ତି । ସେଥିପାଇଁ ତାଙ୍କୁ ରାଜ୍ୟ ବିଜେପି ପକ୍ଷରୁ ବିମାନବନ୍ଦର ଠାରେ ଭବ୍ୟ ସ୍ୱାଗତ କରାଯାଇଥିଲା । ପରେ ଉଭୟ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପ୍ରତାପ ଷଡ଼ଙ୍ଗୀ ପୁରୀ ଆସି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଆଶିଷ ନେଇଛନ୍ତି । କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ମହାପ୍ରଭୁଙ୍କ ଦର୍ଶନ ପରେ କହିଥିଲେ ଭାରତ ପୃଥିବୀର ଦ୍ୱିତୀୟ ଇସ୍ପାତ ଉତ୍ପାଦନକାରୀ ଦେଶ ହୋଇଥିବା ବେଳେ ଓଡ଼ିଶା ଦେଶର ଇସ୍ପାତ ଶିଳ୍ପର ପେଣ୍ଠସ୍ଥଳୀ । ବିଶ୍ୱର ଇସ୍ପାତ ଶିଳ୍ପ କ୍ଷେତ୍ରରେ ଓଡ଼ିଶା ପ୍ରମୁଖ ଭୂମିକା ଗ୍ରହଣ କରିବ । ଏଥିପାଇଁ ନିଷ୍ଠାର ସହିତ କାମ କରିବା ସହ ଓଡ଼ିଶା ବିଶେଷ ଭାବରେ ରାଜ୍ୟର ଯୁବପିଢୀଙ୍କୁ ଏହି ସମ୍ଭାବନାର ସୁଯୋଗ ପହଞ୍ଚାଇବା ଓ ଇସ୍ପାତ୍ କ୍ଷେତ୍ରରେ ଆନ୍ସିଲାରୀ ଇଣ୍ଡଷ୍ଟ୍ରିଜ୍ ଗୋଟେ ବଡ ହବ୍ ଭାବେ ଓଡ଼ିଶାକୁ ଗଢି ତୋଳିବା ପାଇଁ କେନ୍ଦ୍ର ସରକାରଙ୍କ ତରଫରୁ ରାଜ୍ୟ ସରକାରଙ୍କ ସହିତ ମିଶି ଉଦ୍ୟମ କରିବା ଉପରେ ଗୁରୁତ୍ୱ ଦେଇଛନ୍ତି । ସିଂହଦ୍ୱାର ନିକଟରେ ପହଞ୍ଚିଲା ପରେ ଦୁଇ କେନ୍ଦ୍ରମନ୍ତ୍ରୀଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ସ୍ୱାଗତ କରାଯାଇଥିଲା । ପରେ କେନ୍ଦ୍ରମନ୍ତ୍ରୀ ଜିଲ୍ଲାରେ ବିଜେପିର ଏକ ନୂତନ କାର୍ଯ୍ୟାଳୟକୁ ଉଦ୍ଘାଟନ କରିଥିଲେ । ଏହି ଦୁଇ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଲୋକସଭା ପ୍ରାର୍ଥୀ ସମ୍ବିତ୍ପାତ୍ର, ଓଡ଼ିଶା ପ୍ରଭାରୀ ଅରୁଣ ସିଂଙ୍କ ସମେତ ସମସ୍ତ ନେତୃବୃନ୍ଦ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ