ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଅବସର ସମ୍ବର୍ଦ୍ଧନା

ନାଉଗାଁ, (ଓ୍ବାଇଏନ୍ଏସ୍) : ଗାରୋଇସ୍ଥିତ ଶ୍ରୀଜଗନ୍ନାଥ ଉଚ୍ଚ ବିଦ୍ୟାଳୟରେ ଦୁଇ ଜଣ ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ଭାରାପ୍ରାପ୍ତ ପ୍ରଧାନ ଶିକ୍ଷକ ରବିନ୍ଦ୍ର ସ୍ୱାଇଁଙ୍କ ପୌରୋହିତ୍ୟରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଉପନିର୍ଦ୍ଦେଶକ ଡା. ଅଭୟ କୁମାର ମଲ୍ଲିକ, ମୁଖ୍ୟବକ୍ତା ଭାବେ ଅଧ୍ୟାପକ ଡା. ନିରଂଜନ ବିଶ୍ୱାଳ, ସମ୍ମାନୀତ ଅତିଥି ଭାବେ ନାଉଗାଁ ପଂଚାୟତ ସମିତି ଅଧ୍ୟକ୍ଷା ତୃଷ୍ଣା ଲେଙ୍କା, ଉପାଧ୍ୟକ୍ଷ ସୁଜିତ ପୁହାଣ, କୋରୁଅ ପଂଚାୟତ ସମିତି ସଭ୍ୟ ପପୁରଂଜନ ମଲ୍ଲିକ, ସରପଂଚ ସନ୍ଧ୍ୟାରାଣୀ ବେହେରା, ଜିଲ୍ଲା ନିଖିଳ ଉତ୍କଳ ଶିକ୍ଷକ ସଂଘର ଜିଲ୍ଲା ସମ୍ପାଦକ ସୁଧିର ବିଶ୍ୱାଳ, ଶିକ୍ଷକ ହିମାଂଶୁ ମହାନ୍ତି ପ୍ରମୁଖ ଯୋଗ ଦେଇ ଅବସର ଗ୍ରହଣ କରିଥିବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ନିତ୍ୟାନନ୍ଦ ଜେନା ଓ ବିଜ୍ଞାନ ଶିକ୍ଷକ ହଟକିଶୋର ବିଶ୍ୱାଳଙ୍କ ଶିକ୍ଷକତା ଜୀବନର ଗୁଣଗାନ କରିବା ସହିତ ତାଙ୍କର ପରବର୍ତୀ ଜୀବନ ସୁଖମୟ ପାଇଁ କାମନା କରିଥିଲେ । ପ୍ରଧାନ ଶିକ୍ଷକ ଜେନା ଓ ବିଜ୍ଞାନ ଶିକ୍ଷକ ବିଶ୍ୱାଳଙ୍କୁ ପୁଷ୍ପଗୁଚ୍ଛ, ଉପଢୋକନ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ବିଦ୍ୟାଳୟ ଶିକ୍ଷକ ସୁକାନ୍ତ କୁମାର ଲେଙ୍କା ଅତିଥି ପରିଚୟ ପ୍ରଦାନ କରିବା ସହିତ ମଂଚ ପରିଚାଳନା କରିଥିଲେ । ବିଦ୍ୟାଳୟର ପୁରାତନ ଛାତ୍ର ନିରଂଜନ ସାହୁ, କୃପାସିନ୍ଧୁ ଦାସ, ତପନ କୁମାର ପଣ୍ଡା, ଅଶାନ୍ତ ବେହେରାଙ୍କ ସମେତ ବହୁ ପୁରାତନ ଛାତ୍ର, ବର୍ତମାନ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ