ଶ୍ରୀଜଗନ୍ନାଥ ମନ୍ଦିରର ରୀତିନୀତି ପୂଜା ବିଧି ସଂପର୍କରେ ପ୍ରଶିକ୍ଷଣ ଶିବିର
ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ତିହୁଡାସ୍ଥିତ ମା ଜାଗୁଳାଇ ମନ୍ଦିର ପରିସରରେ ଶୁକ୍ରବାର ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଟାନ ଆନୁକୂଲ୍ୟରେ ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରର ପୂଜା ବିଧି ରୀତିନିତି ସଂପର୍କରେ ଏକ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯାଇଥିଲା । ଜଗତସିଂହପୁର ଜିଲାରେ ଥିବା ସମସ୍ତ ଜଗନ୍ନାଥ ମନ୍ଦିରର ପୂଜକ ଓ ଟ୍ରଷ୍ଟିମାନେ ଏହି ଶିବିରରେ ଯୋଗ ଦେଇଥିଲେ । ପୁରୀ ଶ୍ରୀ ଜଗନ୍ନାଥ ମନ୍ଦିରରେ ମହାପ୍ରଭୁଙ୍କର ଯେଉଁ ପ୍ରକାର ପୂଜା ବିଦ୍ଧି ରହିଛି ସମସ୍ତ ଜଗନ୍ନାଥ ମନ୍ଦିରରେ ସମାନୁପାତିକ ପୂଜାର୍ଚ୍ଚନା କରିବା ସମ୍ବନ୍ଧରେ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିଲା । ଦାରୁବ୍ରହ୍ମଙ୍କ ପୂଜା ପଦ୍ଧତି ଉପରେ ଏକ ପୁସ୍ତିକା ସହ ନବାକ୍ଷରୀ ଛାନ୍ଦରେ ଶ୍ରୀ ଜଗନ୍ନାଥଙ୍କ ଉପରେ ଆଧାରିତ ସ୍କନ୍ଦ ପୁରାଣ ସମସ୍ତଙ୍କୁ ପ୍ରଦାନ କରାଯାଇଛି । ଯେଉଁ ପୁରାଣ ପ୍ରତ୍ୟହ ଜଗନ୍ନାଥଙ୍କ ମନ୍ଦିରରେ ପାଠ କରାଯିବ । ଏହି ପ୍ରଶିକ୍ଷଣ ଶିବିରରେ ପୁରୀ ଜଗନ୍ନାଥ ମନ୍ଦିରର ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ସୁଦର୍ଶନ ପୂଜାପଣ୍ଡା, ନରେଶ ଚନ୍ଦ୍ର ଦାସ, କରୁଣାକର ପ୍ରଧାନ , ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ, ରାଧାବଲ୍ଲଭ ମଠ ପୁରୀର ରାମଚନ୍ଦ୍ର ଦାସଙ୍କ ସମେତ ଜଗନ୍ନାଥ ସଂସ୍କୃତିର ଗବେଷକମାନେ ଯୋଗ ଦେଇଥିଲେ ।