ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର ଉଦଯାପିତ

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍‌): ନାଉଗାଁ ବ୍ଲକ ଅନ୍ତର୍ଗତ ଶ୍ରୀଜଗନ୍ନାଥ ମହାବିଦ୍ୟାଳୟରେ ୧୨ ଦିନ ବ୍ୟାପି ଅନୁଷ୍ଠିତ ବାଳିକା ଆତ୍ମରକ୍ଷା କୌଶଳ ପ୍ରଶିକ୍ଷଣ ଶିବିର କାର୍ଯ୍ୟକ୍ରମ ଉଦଯାପିତ ହୋଇଛି ।ଏହି ଉଦଯାପନି ଉତ୍ସବରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡଃ. ଚାଇନା ପ୍ରଧାନଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ମୁଖ୍ୟ ଅତିଥି ଭାବେ ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ କ୍ଷେତ୍ରବାସୀ ମିଶ୍ର, ମୁଖ୍ୟବକ୍ତା ଭାବେ ପ୍ରାକ୍ତନ ପ୍ରାଧ୍ୟାପକ କବିଚନ୍ଦ୍ର ବେହେରା ଯୋଗ ଦେଇ ବାଳିକାମାନଙ୍କୁ ଆଦର୍ଶ, ଶୃଙ୍ଖଳିତ, ଇଶ୍ୱର ବିଶ୍ୱାସୀ ଓ ସଂଯମୀ ହେବାକୁ ପରାମର୍ଶ ଦେବା ସହିତ ଉପଲବ୍ଧ କୌଶଳର ସଠିକ ସମୟରେ ସଦୁପଯୋଗ କରିବାକୁ ପରାମର୍ଶ ଦେଇଥିଲେ । ଏହି ଶିବିରରେ ବିଗତ ୧୨ଦିନ ମଧ୍ୟରେ ମହାବିଦ୍ୟାଳୟର +୩ ବିଭାଗର ୧୭୬ ଜଣ ଓ +୨ ବିଭାଗର ୧୬୯ ଜଣ ଛାତ୍ରୀ ଅଂଶଗ୍ରହଣ କରିଥିଲେ । ପ୍ରଶିକ୍ଷିକା ଭାବେ ପ୍ରଜ୍ଞାପାରମିତା ଜେନା ତାଲିମ ପ୍ରଦାନ କରିଥିବା ବେଳେ କାର୍ଯ୍ୟକ୍ରମର ସଂଯୋଜକ ଚୌଧୁରୀ ବିନେଶ ଦାସ ଓ ସଂଯୋଜିକା ବିଜୟନୀ ପଢିଆରୀ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ