ଶ୍ରୀଦେବୀଙ୍କ ଅଜବ ସର୍ତ୍ତ ଅଭିନେତ୍ରୀଙ୍କୁ ବଦଳାଇଥିଲେ ନିର୍ଦ୍ଦେଶକ

ମୁମ୍ବାଇ: ଆଜି ହେଉଛି ବହୁଚର୍ଚ୍ଚିତ “ବାହୁବଲୀ’ ସିନେମାର ଜଣେ ମୁଖ୍ୟ କଳାକାରଙ୍କ ଜନ୍ମଦିନ । “ବାହୁବଲୀ’ ସିନେମାର ଚରିତ୍ର ଅନୁଯାୟୀ ଲୋକେ କଳାକାରଙ୍କୁ ଏବେ ବି ମନେ ରଖିଛନ୍ତି । ଏଥିମଧ୍ୟରୁ ଗୋଟିଏ ପ୍ରମୁଖ ଚରିତ୍ର ଥିଲା ଶିବଗାମୀ । ଶିବଗାମୀ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀଙ୍କ ନାମ ହେଲା ରମ୍ୟା କ୍ରିଷ୍ଣନ୍ । ଆଜି ହେଉଛି ରମ୍ୟାଙ୍କ ଜନ୍ମଦିନ । ସେ “ବଡ଼େ ମିୟାଁ ଛୋଟେ ମିଆଁ’ ସିନେମାରେ ଅମିତାଭ ବଚ୍ଚନଙ୍କ ନାୟିକା ବି ବନିଥିଲେ । ମାତ୍ର ତେର ବର୍ଷ ବୟସରେ ସେ ଅଭିନୟ ଜୀବନ ଆରମ୍ଭ କରିଥିଲେ । ସେ ଏଯାବତ୍ ଯେତେ ସବୁ ଚରିତ୍ର ପରଦା ଉପରେ ନିଭାଇଛନ୍ତି, ସେଥିମଧ୍ୟରୁ ସବୁଠାରୁ ଚର୍ଚ୍ଚିତ ହେଲା “ଶିବଗାମୀ’ । “ବାହୁବଲୀ-୨’ଫିଲ୍ମରେ ରମ୍ୟାଙ୍କ ଅଭିନୀତ ଶିବଗାମୀ ଚରିତ୍ର ପାଇଁ କିନ୍ତୁ ପ୍ରଥମ ପସନ୍ଦ ନଥିଲେ ସେ । ନିର୍ଦ୍ଦେଶକ ରାଜାମୌଲୀ ସର୍ବପ୍ରଥମେ ଏହି ଭୂମିିକା ପାଇଁ ଶ୍ରୀଦେବୀଙ୍କୁ ଅଫର୍ ଦେଇଥିଲେ । ହେଲେ ଶ୍ରୀଦେବୀ ଏହି ଚରିତ୍ରରେ ଅଭିନୟ କରିବା ଲାଗି ଛଅ କୋଟି ଟଙ୍କାର ପାରିଶ୍ରମିକ ଦାବି କରିଥିଲେ । ତା’ଛଡ଼ା ଏକ ଫାଇଭ୍ ଷ୍ଟାର୍ ହୋଟେଲ୍ରେ ଗୋଟିଏ ଫ୍ଲୋର୍ ତାଙ୍କ ପାଇଁ ବୁକ୍ ହୋଇ ରହିବ ବୋଲି ସର୍ତ୍ତ ରଖିଥିଲେ । ଶ୍ରୀଦେବୀଙ୍କ ଏଭଳି ଅଜବ ସର୍ତ୍ତ ଶୁଣି ରାଜାମୌଲୀ ତାଙ୍କୁ ନ ନେବା ପାଇଁ ନିଷ୍ପତ୍ତି ନେଇଥିଲେ । ତାଙ୍କ ସ୍ଥାନରେ ସେ କାହାକୁ ନେବେ ବୋଲି ଚିନ୍ତା କରିଥିଲେ । ପରିଶେଷରେ ରମ୍ୟା କ୍ରିଷ୍ଣନଙ୍କୁ ଅଫର୍ ଦେଲେ । ରମ୍ୟା ମାତ୍ର ଅଢ଼େଇ କୋଟି ଟଙ୍କା ପାରିଶ୍ରମିକରେ “ବାହୁବଲୀ’ରେ କାମ କରିବା ପାଇଁ ରାଜି ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ