ଶ୍ରୀବଳଦେବଜୀଉଙ୍କ ହୁଣ୍ଡିରୁ ୨ଲକ୍ଷ ୫୬ହଜାର ଆୟ
କେନ୍ଦ୍ରାପଡା : ଇଛାପୁରସ୍ଥିତ ଶ୍ରୀବଳଦେବଜୀଉଙ୍କ ଜଗମୋହନରେ ଥିବା ହୁଣ୍ଡିରୁ ଗତ ୭ତାରିଖରେ ୨ଲକ୍ଷ,୫୬ହଜାର ୮୨ଟଙ୍କା ବାହାରିଥିବା ଶ୍ରୀଜୀଉଙ୍କ ଦେବୋତ୍ତର ସଂସ୍ଥା ପକ୍ଷରୁ ଜଣାପଡିଛି । ଏହି ଗଣତି ସମୟରେ ଦେବୋତ୍ତର ସଂସ୍ଥାର ନିର୍ବାହୀ ଅଧିକାରୀ ବଳଭଦ୍ର ପତ୍ରୀ,ଟ୍ରଷ୍ଟ ବୋର୍ଡ ସଦସ୍ୟ ଧିରେନ ସାହୁ,ରଞ୍ଜନ କୁମାର ପୃଷ୍ଟି,ବଳରାମ ସୁଆର,ଯଯାତି କେଶରୀ ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଏହି ଗଣତିରେ ଅବସରପ୍ରାପ୍ତ କର୍ମଚାରୀ ସଙ୍ଘର ସଦସ୍ୟମାନେ ସହାୟତା କରିଥିଲେ ।