ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ମହାଭାଗଙ୍କ ଗୁରୁପୁର୍ଣ୍ଣିମା

ବରଗଡ,(ତୁଳସୀ ଚରଣ ଦାଶ): ପବିତ୍ର ଗୁରୁପୂର୍ଣ୍ଣିମା ତଥା ବ୍ୟାସ ପୂର୍ଣ୍ଣିମା ଉପଲକ୍ଷେ ଶ୍ରୀମଦ ଜଗତ ଗୁରୁ ଶଙ୍କରାଚାର୍ଯ୍ୟ ଅନନ୍ତ ଶ୍ରୀ ବିଭୂଷିତ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀ ଜୀ ମହାରାଜାଙ୍କ ପୂଜନ ଉତ୍ସବ ଟାଉନ ଥାନା ସ୍ଥିତ ବାବା ବଟେଶ୍ୱର ଶିବ ମନ୍ଦିର ଠାରେ ମହା ସମାରୋହରେ ଆୟୋଜିତ ହୋଇ ଯାଇ ଅଛି । ଉକ୍ତ ଉତ୍ସବରେ ବହୁତ ସଂଖ୍ୟାରେ ଗୁରୁ ଭାଇ ଓ ଗୁରୁ ଭଉଣୀ ମାନେ ଯୋଗ ଦାନ କରିଥିଲେ, ଏହା ପୂର୍ବରୁ ଶ୍ରୀ ଗୁରୁଜୀଙ୍କୁ ଷୋଡ଼ଷ ଉପଚାରରେ ପୂଜା କାର୍ଯ୍ୟକ୍ରମ କରାଯାଇଥିଲା, ଏଥିରେ ଗଜେନ୍ଦ୍ର ପଣ୍ଡା ଓ ତାଙ୍କର ସହଧର୍ମିଣୀ ନିତମ୍ବନୀ ପଣ୍ଡା କର୍ତ୍ତା ଭାବେ କାର୍ଯ୍ୟ ତୁଲାଇଥିଲେ । ପଣ୍ଡିତ ହରିରାମ ପଣ୍ଡା ପୁଜା କାର୍ଯ୍ୟ ବହନ କରିଥିଲେ, ଶ୍ରୀଗୁରୁଜୀଙ୍କ ପୂଜା କାର୍ଯ୍ୟ ସମାପନ ପରେ ପ୍ରବଚକ ଅବସର ପ୍ରାପ୍ତ ଶିକ୍ଷକ ଚୈତନ୍ୟ କର୍ମି ମହୋଦୟଙ୍କୁ ଆମ୍ଭର ଗୁରୁଭାଇ ଚନ୍ଦ୍ରଶେଖର ପ୍ରଧାନ ଆମନ୍ତ୍ରିତ କରି ବ୍ୟାସ ଗାଦିକୁ ଆସିବା ପାଇଁ ଅନୁରୋଧ କରିଥିଲେ, ତାପରେ ଗଜେନ୍ଦ୍ର ପଣ୍ଡା ତାଙ୍କୁ ଚନ୍ଦନ, ପୁଷ୍ପମାଲ୍ଯ ଅର୍ପଣ କରିଥିଲେ, ଆମ୍ଭର ଗୁରୁଭାଇ ଶ୍ରୀ ଓମ୍ ପ୍ରକାଶ ତୁଳସୀଆନ ଉପଢ଼କୌନ ପ୍ରଦାନ କରିଥିଲେ, ପ୍ରବଚନ କାର୍ଯ୍ଯକ୍ରମ ସମାପନ ହେବା ପରେ ଆରତୀ, ପୁଷ୍ପାଞ୍ଜଳି କରାଯାଇ ଥିଲା, ଉପସ୍ଥିତ ଥିବା ସମସ୍ତ ଗୁରୁଭାଇ ଓ ଗୁରୁ ଭଉଣୀଙ୍କୁ ତଥା ପ୍ରବଚକ ମହୋଦୟଙ୍କୁ ଆମ୍ଭର ଗୁରୁଭାଇ ତ୍ରିଲୋଚନ ଦାଶ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ, ଶେଷରେ ପ୍ରସାଦ ସେବନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା, ଜୟ ଗୁରୁଦେଵ, ଜୟ ଜଗନ୍ନାଥ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ