୩ ମାଜିଷ୍ଟ୍ରେଟଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧନା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ଠାରେ ଗତ ୨୦୨୫ ଜୁଲାଇ ୨୯ ତାରିଖରେ ନୂତନ ଭାବେ ଦେୱାନି କୋର୍ଟ(ସିଭିଲ ଜଜ ସିନିୟର୍ ଡିଭିଜନ) ଶୁଭାରମ୍ଭ ହୋଇଥିଲା। ସ୍ଥାନୀୟ ପୁରୁଣା କୋର୍ଟ ପରିସରରେ ଥିବା ଓକିଲ ସଂଘ କାର୍ଯ୍ୟାଳୟ କୋଠା ରେ ପ୍ରତିଷ୍ଠା ହୋଇଥିବା ଏହି କୋର୍ଟ କୁ ଓଡିଶା ହାଇକୋର୍ଟ ର ତତ୍କାଳୀନ ମୂଖ୍ୟ ବିଚାରପତି ଜଷ୍ଟିସ ହରିଶ ଟଣ୍ଡନ ଭିଡିଓ କନଫରେନସିଂ ମାଧ୍ୟମରେ ଏହାର ଶୁଭ ଉଦଘାଟନ କରିଥିଲେ।ଏହି କୋର୍ଟ ପ୍ରତିଷ୍ଠା ର ୧ ବର୍ଷ ପୂର୍ତ୍ତି ପାଳନ ଅବସରରେ ଉପସ୍ଥିତ ଦିଗପହଣ୍ଡି ବରିଷ୍ଠ ଦେଓ୍ବାନି ବିଚାରପତି ମହାଶ୍ବେତା ପରିଜା, ଦିଗପହଣ୍ଡି ଜେଏମଏଫସି କୋର୍ଟ ର ମାଜିଷ୍ଟ୍ରେଟ ନିଳିମା ଷଡଙ୍ଗୀ, ସାନଖେମୁଣ୍ଡି ଗ୍ରାମ୍ୟ ନ୍ୟାୟାଳୟ ନ୍ଯାୟାଧିକାରୀ ସାରୋନ ବସ୍ତିଆ ଙ୍କୁ ଓକିଲ ସଂଘ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା। ଖେମୁଣ୍ଡି ଓକିଲ ସଂଘ ସଭାପତି ହୃଦୟ ରଞ୍ଜନ ମେକାପ, ସରକାରୀ ଓକିଲ ହେମନ୍ତ କୁମାର ପାଣିଗ୍ରାହୀ,ପରେଶ ଚନ୍ଦ୍ର ରଥ,ସୁରେଶ ଚନ୍ଦ୍ର ସାହୁ,ବିଜୟ କୁମାର ପ୍ରଧାନ ଙ୍କ ସମେତ ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି ଓକିଲ ସଂଘର ସମସ୍ତ କର୍ମକର୍ତ୍ତା, ଆଇନଜୀବି ବୃନ୍ଦ ଏବଂ କୋର୍ଟ କର୍ମଚାରୀ ବୃନ୍ଦ ଉପସ୍ଥିତ ଥିଲେ।


