ଭୀଷ୍ମଗିରି କଲେଜରେ ଗୁରୁ ପୂର୍ଣ୍ଣିମା ଉତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଭୀଷ୍ମଗିରି ଗ୍ରାମ ସ୍ଥିତ ରାମଜୀ ଡିଗ୍ରୀ କଲେଜରେ ବୁଧବାର ଗୁରୁ ପୂର୍ଣ୍ଣିମା ଉତ୍ସବ ପାଳନ କରାଯାଇଥିଲା।କଲେଜ ଅଧ୍ୟକ୍ଷ ନିହାର ରଞ୍ଜନ କର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ  ସୃଜନଶୀଳ ଓଡ଼ିଶା ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଅଧିନରେ ” ନବ ସୃଜନରେ ଅଭିଜ୍ଞ ଗୁରୁଙ୍କ ଭୂମିକା” ଶୀର୍ଷକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଥିଲା। ରାମଜୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ  ଜେନାମଣି ସାହୁଙ୍କ ସମେତ ପ୍ରାକ୍ତନ ଅଧ୍ୟକ୍ଷ  ବସନ୍ତ କୁମାର ସାମନ୍ତ, ଡ. ଯୁଧିଷ୍ଠିର ସ୍ଵାଇଁ, ଡ. ଶଙ୍କର ପ୍ରସାଦ ପଣ୍ଡା,  ରଘୁନାଥ ନାୟକ ପ୍ରମୁଖ ଅତିଥି ଭାବେ ମଞ୍ଚାସିନ ଥିଲେ। ଭାରତୀୟ ସଂସ୍କୃତି ଆଧାରରେ ଗୁରୁ ପୁଜନ ପରମ୍ପରାକୁ ପୁନର୍ଜୀବିତ କରିବା  ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ବୋଲି କଲେଜ ଅଧ୍ୟକ୍ଷ ତାଙ୍କ ଉଦବୋଧନ ରେ କହିଥିଲେ। ଏହି ଅବସରରେ ବରେଣ୍ୟ ଅତିଥି ଗଣ ମହର୍ଷି ବେଦବ୍ୟାସ ତଥା ଅନ୍ୟାନ୍ୟ ମହାନ ଗୁରୁ ମାନଙ୍କ ସ୍ମୃତି ଚାରଣ କରିବା ସହ ଗୁରୁ ଶିଷ୍ୟ ପରମ୍ପରା ର ପବିତ୍ର ସମ୍ପର୍କ କୁ  ଅତୁଟ ରଖିବା ପାଇଁଁ ସଭାରେ ଉପସ୍ଥିତ ଛାତ୍ରୀ ଛାତ୍ର ମାନଙ୍କୁ ପରାମର୍ଶ ଦେଇଥିଲେ। କଲେଜର ସମସ୍ତ ଅଧ୍ୟାପିକା, ଅଧ୍ୟାପକ ଓ କର୍ମଚାରୀ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ। ଶେଷରେ କାର୍ଯ୍ୟକ୍ରମ ସଂଯୋଜକ ଅଧ୍ୟାପକ ଟୁନା ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ