ଶ୍ରୀମଦ ଭଗବତ ଗୀତା ମହାଯଜ୍ଞ ଉଦଘାଟିତ
କେନ୍ଦ୍ରାପଡ଼ା, (ଚିତ୍ତରଞ୍ଜନ ଦାସ):ଶ୍ରୀମଦ ଭଗବତ ଗୀତା ମହାଯଜ୍ଞ ଫକମିଆଁ ପାଟଣା – ରଇପୁର ରାଜପୁର ଠାରେ ବିଶ୍ୱଶାନ୍ତି ନିମନ୍ତେ ଉଦଘାଟିତ ହୋଇଯାଇଛି । ଗରାପୁର ସ୍ଥିତ ଶିବାନନ୍ଦ ଆଶ୍ରମର ପ୍ରତିଷ୍ଠାତା ଶ୍ରୀମା ସ୍ୱାମୀ ଦିବ୍ୟ ସ୍ୱରୂପାନନ୍ଦ ସରସ୍ୱତୀ ଯୋଗଦେଇ ଗୀତା ଭଗବାନ ଶ୍ରୀକୃଷ୍ଣଙ୍କ ମୁଖ ନିସୃତ ବାଣୀ । ଏହାକୁ ବହୁ ସର୍ତକତା ସହ ପୂଜା ଏବଂ ଆଲୋଚନା କଲେ ଏହା ସମାଜ ଗଠନ ଦିଗରେ ସହାୟକ ହେବ ବୋଲି କହିଥିଲେ । ରୁଚୁ ନରୁଚୁ ଖା ପିତା ବୁଝୁ ନବୁଝୁ ପଢ ଗୀତା ନ୍ୟାୟରେ ଆମକୁ ଶ୍ରୀମଦ ଭଗବତ ଗୀତାକୁ ଅଧ୍ୟୟନ କରି ଆଗକୁ ଯିବାକୁ ପଡିବ । ଜାତିର ପିତା ମହାତ୍ମା ଗାନ୍ଧୀ ମଧ୍ୟ ଗୀତା ପାଠ କରୁଥିଲେ । ଭାରତବର୍ଷତ ଅମୂଲ୍ୟ ରତ୍ନ ହେଉଛି ଭଗବତ ଗୀତା । ତେଣୁ ଯୁବପିଢୀ ଗାନ୍ଧୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ସତମାଗ,ର୍ ସତପଥରେ ଅଗ୍ରସର ହେବା ସହ ପ୍ରତ୍ୟେକ ଦିନ ଏକ ଅଧ୍ୟାୟ ଭଗବତ ଗୀତା ଅଧ୍ୟୟନ କରିବାକୁ ପରାମର୍ଶ ଦେଇଥିଲେ । ତେଣୁ ଫକିରମିଆଁ ପାଟଣାର ସମସ୍ତ ଆବାଳ ବୃଦ୍ଧ ବନିତା ଏକାଠି ହୋଇ ପ୍ରାର୍ଥନା କଲେ ବିଶ୍ୱରେ ଶାନ୍ତି ପ୍ରତିଷ୍ଠା ହୋଇପାରିବ ବୋଲି ଶ୍ରୀମା ଆହ୍ୱାନ ଦେଇଥିଲେ ।


