ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ବାର୍ଷିିକ ପୁରସ୍କାର ବିତରଣ ଉତ୍ସବ
ବାଲେଶ୍ୱର, – ବାଲେଶ୍ୱର ସହରରେ ଅବସ୍ଥିତ ବହୁ ପୁରାତନ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟର ବାର୍ଷିକ ପୁରସ୍କାର ବିତରଣ ଉତ୍ସବ ଗଭଣ୍ଣିଂବଡ଼ିର ସଭାପତି ତଥା ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ୍ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉତ୍ସବରେ ମୁଖ୍ୟ ଅତିଥି ଭାବେ ଶ୍ରୀଜଗନ୍ନାଥ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡ. ହରିହର ହୋତା ଯୋଗଦେଇ ସଂସ୍କୃତ ଭାଷା ମାଧ୍ୟମରେ ପ୍ରତିଷ୍ଠିତ ତକ୍ଷଶିଳା ବିଶ୍ୱବିଦ୍ୟାଳୟ ବିଶ୍ୱରେ ସର୍ବପ୍ରଥମ ବିଶ୍ୱବିଦ୍ୟାଳୟ ଶିକ୍ଷା ଓ ବିଶ୍ୱମାନବିକତା ପ୍ରତିଷ୍ଠା ପାଇଁ ଏହା ଅଭିପ୍ରେତ ଥିଲା । କମନ ସ୍କଲାରସିପ୍ ଓ ଏଣ୍ଟ୍ରାନସ୍ ପରୀକ୍ଷା ପଦ୍ଧତି ତକ୍ଷଶିଳା ବିଶ୍ୱବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ଶିକ୍ଷାପ୍ରତି ଅବଦାନ ବୋଲି ମତପ୍ରକାଶ କରିଥିଲେ । ସଂସ୍କୃତ ଭାଷା ସମଗ୍ର ବିଶ୍ୱର ମା ଓ ଏହି ଭାଷାକୁ ପଢ଼ିବା ଚିହ୍ନିବା ଦ୍ୱାରା ଭଲମଣିଷ ହୋଇପାରିବ ବୋଲି ଛାତ୍ରମାନଙ୍କୁ ପରାମର୍ଶ ଦେବା ସଂଗେ ଏହି କଲେଜରୁ ପୁରସ୍କାର ପାଇ ସେ ସଂସ୍କୃତ ଭାଷା ସାଧନା କରି କିପରି ବଡ଼ପଦବୀରେ ଅଧିଷ୍ଠିତ ହୋଇଛନ୍ତି ତାହାର ସ୍ମୃତିଚାରଣ କରିଥିଲେ । ସମ୍ମାନିତ ଅତିଥି ଭାବେ ସଦର ବିଧାୟକ ମଦନମୋହନ ଦତ୍ତ ସଂସ୍କୃତ ଦେବଭାଷା ଓ ଏହାର ମନ୍ତ୍ର ଉଚ୍ଚାରଣ କଲେ ଆତ୍ମାକୁ ଶାନ୍ତି ମିଳେ ବୋଲି ମତବ୍ୟକ୍ତ କରି ଏହି ଗୌରବମୟ୍ର ଅନୁଷ୍ଠାନକୁ ସବୁପ୍ରକାର ସାହାଯ୍ୟ କରିବାର ପ୍ରତିଶ୍ରୁତି ଦେଇଥିଲ । ସମ୍ମାନିତ ଅତିଥି ଉପେନ୍ଦ୍ରନାଥ ମହାବିଦ୍ୟାଳୟର ଅବସରପ୍ରାପ୍ତ ଅଧ୍ୟକ୍ଷ ନାଟ୍ୟକାର ଡ. ପ୍ରଦୀପ ଭୌମିକ ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟକୁ ସଂସ୍କୃତି ଓ ପରମ୍ପରାର ପ୍ରତୀକ ବୋଲି ପ୍ରଶଂସା କରି ନାଟକ ମାଧ୍ୟମରେ ଅପସଂସ୍କୃତିର ପ୍ରତିରୋଧ କିପରି ସମ୍ଭବ ସେ ବିଷୟରେ ଆଲୋଚନା କରିଥିଲେ ଓ ଛାତ୍ରମାନଙ୍କୁ ଆଦର୍ଶବାନ୍ ହୋଇ ବାସ୍ତବ ସତ୍ୟକୁ ଉପଲବ୍ଧଦୀ କରିବାକୁ ପରାମଶ ର୍ପ୍ରଦାନ କରିଥିଲେ । ଅନ୍ୟତମ ସମ୍ମାନିତ ଅତିଥି’ସମାଜ’ବୁୁ୍ୟରୋ ମୁଖ୍ୟ କୁଳମଣି ବାରିକ ଯୋଗଦେଇ କବିବର ରାଧାନାଥ, ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ, ଡ. ହରେକୃଷ୍ଣ ମହତାବ ଓ ରମାନାଥ ମିଶ୍ରଙ୍କ ପରି ପୁଣ୍ୟାତ୍ମାଙ୍କ ପଦସ୍ପର୍ଶରେ ପବିତ୍ର ଏହି ଅନୁଷ୍ଠାନକୁ ଶୃଙ୍ଖଳା ଓ ଶ୍ରଦ୍ଧାର ଏକ ଅନୁଷ୍ଠାନ ଭାବେ ଅଭହିତ କରି ସଂସ୍କୃତ ବିନା ସଂସ୍କୃତି ନାହିଁ ଓ ସଂସ୍କୃତ ଭାଷାର ଚିରନ୍ତନ ମୂଲ୍ୟବୋଧ କିପରି ଚାଣକ୍ୟ, ରାଜା ରାମଚନ୍ଦ୍ର, ପାଣିନ୍ ଓ ମିଲଖାସିଂଙ୍କୁ ମହାନ୍ କରିଛି ତାହାର ଉଦାହରଣ ଦେଇ ଚନ୍ଦ୍ର ଓ ସୂର୍ଯ୍ୟ ପରି ଉଚ୍ଚ ହୋବା ପାଇଁ ଚଷ୍ଟା କରି ଅନୁଷ୍ଠାନ ଓ ସମାଜକୁ ଆଲୋକିତ କରିବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । କଲେଜର ସଭାପତି ପୂର୍ବତନ ବ୍ରିଟ୍ ଅଧ୍ୟକ୍ଷ ଗୌରୀ କୁମାର ରାଉତ୍ ସଂସ୍କୃତ ଶିକ୍ଷାର ସମସ୍ୟା ସମାଧାନରେ ସରକାରୀ ସ୍ତରରେ ଯଥେଷ୍ଟ ଧ୍ୟାନ ଦିଆଯାଇନଥିବା ଉଲ୍ଲେଖ କରି ସଂସ୍କୃତ ଏକ ପ୍ରାଚୀନ ଭାଷା ଓ ଏହାର ଗବେଷଣା ହେବା ଉଚିତ୍ ବୋଲି ମତବ୍ୟକ୍ତ କରି ଛାତ୍ରମାନେ ଗୁରୁଜନମାନଙ୍କୁ ସମ୍ମାନ ଦେବା ଶିକ୍ଷାର ଲକ୍ଷ୍ୟ ହେବା ଉଚିତ୍ ବୋଲି ପରାମର୍ଶ ଦେଇଥିଲେ । ଶ୍ରୀରାମଚନ୍ଦ୍ର ସଂସ୍କୃତ ମହାବିଦ୍ୟାଳୟ ପୂର୍ବତନ ଅଧ୍ୟକ୍ଷ ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ମହାବିଦ୍ୟାଳୟର ଅଧ୍ୟକ୍ଷ ଶ୍ରୀନିବାନସ ନାୟକ କଲେଜର ବାର୍ଷିକ ବିବରଣୀ ପାଠ କରିଥିଲେ । କୃତୀ ଛାତ୍ରଛାତ୍ରୀମାନଙ୍କୁ ଅତିଥିମାନେ ପୁରସ୍କାର ବିତରଣ କରିଥିଲେ । ସଭା ଆରମ୍ଭରେ ବେଦପାଠ ଓ ପ୍ରଦୀପ ପ୍ରଜ୍ଜ୍ୱଳନ ପରେ ପ୍ରାଧ୍ୟାପକ ଡ. ନିରଞ୍ଜନ ଦାଶ ଅତିଥିମାନଙ୍କୁ ସ୍ୱାଗତ କରିବା ସଂଗେ ପରିଚୟ ପ୍ରଦାନ କରିଥିଲେ । ସଂସ୍କୃତ ନାଟକ କୃତଘ୍ନ ମଣିଷଃ ଓ ଓଡ଼ିଆ ନାଟକ ତଳ ପାହାଚର ମଣିଷ ଡ. ଲକ୍ଷ୍ମଣ ଚରଣ ବିଶ୍ୱାଳଙ୍କ ନିର୍ଦ୍ଦେଶନାରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମଞ୍ଚସ୍ଥ ହୋଇଥିଲା । ଛାତ୍ରୀମାନେ ସ୍ୱାଗତ ସଂଗୀତ ଗାନ ସାଙ୍ଗକୁ ନୃତ୍ୟ ପରିବେଷଣ କରିଥିଲେ । ପ୍ରାଧ୍ୟାପକ ଅରୁଣ କୁମାର ଦାସ, ଲାବଣ୍ୟ ମହାନ୍ତି, ସନ୍ତାଷ କୁମାର ସାହୁ, ଭାରପ୍ରାପ୍ତ ହେଡପଣ୍ଡିତ ରମେଶ ଚନ୍ଦ୍ର ପ୍ରଧାନ ତଥା ଲମ୍ବୋଦର ଦାଶ, ସଂଜୟ ବାରିକ, ରଂଜନ କୁମାର ଦାସ, ଓ ପରମାନନନ୍ଦ ପଣ୍ଡା ପ୍ରମୁଖ ମଂଚ ପରିଚାଳନା କରିଥିଲେ । ବରିଷ୍ଠ ପ୍ରାଧ୍ୟାପକ ଡ. ଶରତଚନ୍ଦ୍ର ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।