ଶ୍ରୀରାମ ଚରିତ ମାନସ ପାରାୟଣ ଓ ଜ୍ଞାନଯଜ୍ଞ
ନାଉଗାଁ,(ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଳକ ଅନ୍ତର୍ଗତ କୋରୁଅରେ ୪୦ତମ ବାର୍ଷିକ ଶ୍ରୀରାମ ଚରିତ ମାନସ ପାରାୟଣ ଓ ଜ୍ଞାନଯଜ୍ଞ ଅନୁଷ୍ଠିତ ହେଉଛି । ଶ୍ରୀ ଶ୍ରୀ ନିଳକଣ୍ଠେଶ୍ୱର ମନ୍ଦିର ପ୍ରାଙ୍ଗଣରେ ୯ ଦିନ ବ୍ୟାପୀ ଅନୁଷ୍ଠିତ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ କଳସ ଶୋଭାଯାତ୍ରା କରାଯାଇ ଗ୍ରାମ ପରିକ୍ରମା କରାଯାଇଥିଲା । ପରେ ଗୋବରୀ ନଦୀରୁ ଜଳପୂର୍ଣ୍ଣ କଳସ ଅଣାଯାଇ ପୀଠରେ ସ୍ଥାପନ କରାଯାଇ ରିତିନିତୀ ଅନୁସାରେ ପୂଜାର୍ଚ୍ଚନା କରାଯାଉଛି । ଏଥିରେ ସୂର୍ଯ୍ୟପୂକା ସହିତ ବହୁମୂଖୀ ହନୁମାନ ଚାଳିଶା,ଶ୍ରୀ ରାମରଚିତ ମାନସ ଆଦି ପାଠ କରାଯାଉଛି । ପ୍ରତ୍ୟେହ ସଂଧ୍ୟାରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ମାନ ଅନୁଷ୍ଟିତ ହେଉଛି । ଏହି କାର୍ଯ୍ୟକ୍ରମକୁ ଗ୍ରାମର ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ୱର ସାଂସ୍କୃତିକ ପରିଷଦ ଓ କୋରୁଅ ଗ୍ରାମବାସୀମାନେ ପରିଚାଳନ କରୁଛନ୍ତି ।