ଶ୍ରୀରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀଙ୍କ ଶୋକ
ବରିଷ୍ଠ ଆଇନଜ୍ଞ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଶ୍ରୀରାମ ଜେଠମାଲାନୀଙ୍କ ବିୟୋଗରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି । “ଶ୍ରୀରାମ ଜେଠମାଲାନୀଜୀଙ୍କ ବିୟୋଗରେ ଭାରତ ଜଣେ ଅସାଧାରଣ ଆଇନଜ୍ଞ ଓ ପ୍ରତିଷ୍ଠି ତବ୍ୟକ୍ତିଙ୍କୁ ହରାଇଛି, ଯିଏକି ଉଭୟ ନ୍ୟାୟାଳୟ ଏବଂ ସଂସଦରେ ଉଚ୍ଚକୋଟ୍ଟୀର ଯୋଗଦାନ ଦେଇଛନ୍ତି । ସେ ତୀକ୍ଷ୍ଣ ବୁଦ୍ଧିସମ୍ପନ୍ନ ଓ ସାହସୀ ଥିଲେ ତଥା ଯେକୌଣସି ବିଷୟରେ ନିର୍ଭୀକତାର ସହମତ ବ୍ୟକ୍ତ କରିବାକୁ ସଙ୍କୋଚ କରୁନଥିଲେ ।
ଶ୍ରୀରାମ ଜେଠମାଲାନୀଙ୍କ ସବୁଠାରୁ ଭଲ ଦିଗ ଥିଲା ସେ ଖୋଲାଖୋଲିଭାବରେ ତାଙ୍କମତ ପ୍ରକାଶ କରୁଥିଲେ । ଖୁବ ନିର୍ଭୀକତାର ସହ ସେ ଏହା କରୁଥିଲେ ।ଜରୁରି କାଳୀନ ପରିସ୍ଥିତିର କଳାଦିନ ଗୁଡ଼ିକରେ ଜନସାଧାରଣଙ୍କ ସ୍ୱାଧୀନତା ପାଇଁ ସାହସ ଓ ଦୃଢ଼ତାର ସହ ସଂଘର୍ଷ ଲାଗି ସେସ୍ମରଣୀୟ ହୋଇ ରହିବେ । ଅସହାୟଙ୍କୁ ସହାୟତା ପ୍ରଦାନ କରିବା ତାଙ୍କ ବ୍ୟକ୍ତିତ୍ୱର ଏକ ଅବିଚ୍ଛେଦ୍ୟ ଅଂଶ ଥିଲା । ଶ୍ରୀରାମ ଜେଠମାଲାନୀଜୀଙ୍କ ସହିତ ଭାବ ବିନିମୟ କରିବାର ଅନେକ ଥର ସୁଯୋଗ ପାଇଥିବାରୁ ମୁଁ ନିଜକୁ ଭାଗ୍ୟବାନ ମନେକରୁଛି । ଏହି ଦୁଃଖଦ ମୁହୂର୍ତରେ, ତାଙ୍କ ପରିବାର, ବନ୍ଧୁବର୍ଗ ଏବଂ ପ୍ରଶଂସକ ମାନଙ୍କୁ ମୁଁସହାନୁଭୂତି ଜଣାଉଛି । ସେ ଏବେ ଆଉ ଆମଗହଣରେ ନାହାନ୍ତି, ମାତ୍ର ତାଙ୍କ ଅଭିନବ କାର୍ଯ୍ୟ ସବୁ ବେଳେ ଜୀବନ୍ତ ରହିବ ! ଓମଶାନ୍ତି!” ବୋଲି ପ୍ରଧାନମନ୍ତ୍ରୀ ପ୍ରକାଶକରିଛନ୍ତି ।