ଶ୍ରୀରାମ ନବମୀରେ ଶୋଭାଯାତ୍ରା ଘର ବାରଣ୍ଡାରେ ବେଶଧାରୀଙ୍କୁ ପୂଜିଲେ ଆଦିବାସୀ
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ସାନଖେମୁଣ୍ଡି ଅଞ୍ଚଳରେ ପବିତ୍ର ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି। ବିଭିନ୍ନ ମଠ ମନ୍ଦିରରେ ଶ୍ରୀରାମ ନବମୀ ଉତ୍ସବ ପାଳନ ଅବସରରେ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା।ତେବେ ସାନଖେମୁଣ୍ଡିର ଆଦିବାସୀ ଅଧ୍ୟୁଷିତ ଗ୍ରାମାଞ୍ଚଳରେ ଏହି ଉତ୍ସବ ସ୍ଵତନ୍ତ୍ର ଭାବେ ଉତ୍ସାହ ଉଦ୍ଧିପନାର ସହ ପାଳିତ ହୋଇଛି। ଟି ଗୋବିନ୍ଦପୁର ପଞ୍ଚାୟତର ଶ୍ରୀରାମ ନବମୀ ମହୋତ୍ସବ କମିଟି ପକ୍ଷରୁ ବିଶାଳ ଶୋଭାଯାତ୍ରା ବେଲଗଡ ତପ୍ତପାଣି ପାଳୁଖୋଳା ଖେମୁଣ୍ଡିଖୋଲ ଗୁହାରିଆଖୋଲ ଶ୍ରୀରାମନଗର ନରେନ୍ଦ୍ରପୂର୍ କଣ୍ଟାବାଉଁଶ ରାଜପୁର ମାଧବନଗର ମଙ୍ଗଳାନଗର ଦସେଇପୁର ଆଦି ସମସ୍ତ ଗ୍ରାମ ପରିକ୍ରମା କରିଥିଲା। ରାମ ଲକ୍ଷ୍ମଣ ସୀତା ହନୁମାନ ବେଶଧାରୀଙ୍କୁ ସମସ୍ତ ଗ୍ରାମ ପରିକ୍ରମା କରାଯାଇଥିଲା। ସମସ୍ତ ଗ୍ରାମର ପରିବାର ସେମାନଙ୍କ ବାରଣ୍ଡାରେ କୁମ୍ଭ କଳସୀ ବାଢ଼ି ଧୂପ ଦୀପ ଫୁଲ ଦେଇ ବେଶଧାରି ଙ୍କୁ ପାରମ୍ପରିକ ପୂଜାର୍ଚ୍ଚନ କରିଥିଲେ। ଆଦିବାସୀ ମାନଙ୍କ ଶ୍ରୀରାମ ନବମୀରେ ରାମ ପୂଜନ ନିମିତ୍ତ ଉତ୍ସାହ ପରିଲକ୍ଷିତ ହୋଇଥିଲା। ଶ୍ରୀରାମସେନା ଅଧ୍ୟକ୍ଷ ରେଡିକ ଜାନି ଭାରତୀୟ ମଜଦୂର ସଂଘ ସଭାପତି ଭବାନୀ ଶଙ୍କର ଦାଶ କନ୍ଧ ବଡ଼ରଇତ ଏକେଶ୍ୱର ମଣ୍ଡଳ ପବିତ୍ର ମଣ୍ଡଳ ମଙ୍ଗଳା ଗମାଙ୍ଗ ସନ୍ତୋଷ ଦଳେଇ ଶିବ ଭୂୟାଁ ରମେଶ ବିଶୋଇ ଚୈତନ୍ୟ ଶବର ଆଶିଷ ମହାପାତ୍ର ପ୍ରମୁଖ ଉତ୍ସବ ସଂଯୋଜନା କରିଥିବା ବେଳେ ଶତାଧିକ ପୁରୁଷ ମହିଳା ଅଂଶଗ୍ରହଣ କରିଥିଲେ।