ଶ୍ରୀଶ୍ରୀ ମାଁ ରାମାୟଣାମ୍ମା ଠାକୁରାଣୀ ଯାତ୍ରା ନିମନ୍ତେ ଶୁଭ ଖୁଣ୍ଟି ସ୍ଥାପନ

ଛତ୍ରପୁର : ସହରର ଗ୍ରାମ୍ୟ ଦେବୀ ମାଁ ଶ୍ରୀ ଶ୍ରୀ ରାମାୟଣାମ୍ମାଙ୍କ ଠାକୁରାଣୀ ଯାତ୍ରା ପ୍ରତି ଦୁଇ ବର୍ଷକୁ ଥରେ ଆନୁଷ୍ଠାନିକ ଭାବେ ହୋଇଆସୁଛି । ଚଳିତ ବର୍ଷ ମାଁଙ୍କ ଯାତ୍ରା ନିମନ୍ତେ ଶୁଭଖୁଣ୍ଟି ସ୍ଥାପନ କରାଯାଇଛି । ପାରମ୍ପରିକ ରିତି ନିତି ଅନୁଯାୟୀ ସହରର କପିଳ ସାହିର ବୃନ୍ଦାବନ ସାହୁଙ୍କ ପରିବାରର ସଦସ୍ୟ ଲୋକନାଥ ସାହୁଙ୍କ ଠାରୁ ଗଜାମୂଆଁ ଓ ଏମ୍‌.ଗୋପିନାଥ ପାତ୍ରଙ୍କ ଘରୁ ପଣା ଯାତ୍ରା ପରିଚାଳନା କମିଟି ତରଫରୁ ସଂଗ୍ରହକରି ଏକ ବର୍ଣ୍ଣାଢ୍ୟ ଶୋଭାଯାତ୍ରାରେ ବାହାରି ମାଁଙ୍କ ମନ୍ଦିରକୁ ଆସିଥିଲେ । ସେଠାରେ ପୂଜାର୍ଚ୍ଚନା କରାଯାଇ ମାଁଙ୍କ ଆଜ୍ଞାମାଳ ଧରି ଛତ୍ରପୁର ସହର ପରିକ୍ରମା କରି ଅସ୍ଥାୟୀ ମଣ୍ଡପରେ ପହଞ୍ଚିଥିଲେ । ସେଠାରେ ପାରମ୍ପରିକ ନୀତି ଅନୁସାରେ ପୂଜାର୍ଚ୍ଚନା କରି ଶୁଭ ଖୁଣ୍ଟି ସ୍ଥାପନ କରାଯାଇଥିଲା । ଏଥିରେ ଯାତ୍ରା ପରିଚାଳନା କମିଟିର ମ୍ୟାନଜେର କେ.ଚନ୍ଦ୍ରଶେଖର ରେଡ୍ଡୀ , ଆସିଷ୍ଟାଣ୍ଡ ମ୍ୟାନେଜର ଭାବେ ଏମ୍‌. ସମରେନ୍ଦ୍ର ସେନାପତି ,ମନ୍ଦିର ପରିଚାଳନା କମିଟିର ସଭାପତି ଭି.ତ୍ରିନାଥ ରାଓ, ସଂପାଦକ ବି.ଶ୍ରୀନିବାସ ରାଓ, ଟି.କ୍ରିଷ୍ଣା ରେଡ୍ଡୀ, ସିଏଚ୍‌.ଦୟାନନ୍ଦ ରେଡ୍ଡୀ, ଚିଙ୍କାରା ବେହେରା, ସିଏଚ୍‌.ପୂର୍ଣ୍ଣ କୁମାର, ଗଂଜାମ ଜିଲ୍ଲା କିନ୍ନର ସଂଘ ସଭାପତି ସୁଶାଲ କିନ୍ନର,ସଂଜିତ୍ କୁମାର ରାଉଳଙ୍କ ସମେତ ଶତାଧୀକ ସହରବାସୀ ଉପସ୍ଥିତ ରହିଥିଲେ । ଆସନ୍ତା ଅପ୍ରେଲ ୨୯ ତାରିଖରୁ ଜୁନ୍ ଦୁଇ ତାରିଖ ପର୍ଯ୍ୟନ୍ତ ଏହି ଯାତ୍ରା ଅନୁଷ୍ଠିତ ହେବ ବୋଲି କମିଟି ପକ୍ଷରୁ ସୂଚନା ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ