ଶ୍ରୀ ଅଙ୍ଗ ରେ ଲାଗିବ ଫୁଲୁରି ତେଲ

ନିମାପଡ଼ା, (ସନ୍ତୋଷ ଦାଶ):ସ୍ନାନ ପୂର୍ଣ୍ଣିମା ରେ ଗାଧୋଇବା ପରେ ଶ୍ରୀ ଜିୟୁ ମାନେ ଜ୍ଵର ରେ କମ୍ପୁଛନ୍ତି। ବଡ଼ ଓଡ଼ିଆ ମଠ ରୁ ଆଜି ଫୁଲୁରି ତେଲ ଆସି କାଲି ଶ୍ରୀ ଅଙ୍ଗ ରେ ଲାଗି ହେବାର ପରମ୍ପରା ରହିଛି।ଗତବର୍ଷ ହେରାପଞ୍ଚମୀ ଠାରୁ ଦୁଇଟି ମାଟି ପାତ୍ର ରେ ଏହି ତେଲର ପ୍ରସ୍ତୁତି ଆରମ୍ଭ ହୋଇଥାଏ। ରାଶି ତେଲ ସହ ବହୁ ପ୍ରକାରର ଉପାଦାନ ମିଶାଇ ମାଟି ତଳେ ପୋତି ଦିଆଯାଏ। ଏଥିରେ ମିଶୁଥିବା ଉପାଦାନ ମଧ୍ୟ ଏକାସହ ଏଥିରେ ମିଶା ନ ଯାଇ ଭିନ୍ନ ଭିନ୍ନ ତିଥିରେ ବର୍ଷସାରା ମିଶାଯାଏ। ପରିଶେଷରେ ଏହା ତେଲରେ ସମସ୍ତ ସାମଗ୍ରୀ ର ଗୁଣ ମିଶି ଏକ ଆୟୁର୍ବେଦ ତୈଳହୋଇଥାଏ। ଯାହାକୁ ଅତି ଯତ୍ନର ସହ ମାଟିତଳୁ ବାହାର କରି ଶ୍ରୀମନ୍ଦିରକୁ ବିଜେ କରାହୁଏ। ପତି ମହାପାତ୍ର ଏହାକୁ ସଂସ୍କାର କରିବା ପରେ ଠାକୁର ଙ୍କ ସର୍ବାଙ୍ଗ ରେ ମାଲିସ୍ କରାଯାଏ। ଏହା ମାଲିସ୍ ହେବା ପରେ ଜ୍ଵର କମିଥାଏ।ବଡ଼ ଓଡ଼ିଆ ମଠ ଏହି ତେଲ ପ୍ରସ୍ତୁତ କରୁଥିବା ବେଳେ କେବଳ ମଠର ମହନ୍ତ ଏହାର ପ୍ରସ୍ତୁତି ପ୍ରଣାଳୀ ଜାଣନ୍ତି। ବ୍ୟବହୃତ ଉପାଦାନ ଗୁଡିକ ଅଳ୍ପ ବହୁତ ସମସ୍ତେ ଜାଣିଥିଲେ ହେଁ ସମ୍ପୂର୍ଣ୍ଣ ତଥ୍ୟ ମହନ୍ତ ମହାରାଜ ଗୁପ୍ତ ରଖନ୍ତି। ଆଜି ଫୁଲୁରି ତେଲ ଲାଗି ହେବାପରେ ଦଇତା ଓ ପତି ମହାପାତ୍ର ମଧ୍ୟ ତେଲ ଲଗାଇ ପାରିବେ। ଅନ୍ୟଥା ମହାପ୍ରଭୁ ଜ୍ଵର ରେ ପୀଡ଼ିତ ହେବା ପରେ ସେମାନେ ମଧ୍ୟ ତେଲ ଲଗାନ୍ତି ନାହିଁ। ଆଜି ପଞ୍ଚମୀ ହୋଇଥିଲେ ହେଁ ଶ୍ରୀମନ୍ଦିର ରେ ଆସନ୍ତା କାଲି ଫୁଲୁରି ତେଲ ଲାଗି ନୀତି ସମ୍ପନ୍ନ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ