ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ବିଦ୍ୟାଳୟର ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ବିଦ୍ୟାଳୟର ବାର୍ଷୀକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ ଶୁକ୍ରବାର ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ପରିଚାଳନା କମିଟିର ସଭାପତି ରାମଚନ୍ଦ୍ର ପୁହାଣଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ବିଧାୟକ ତଥା ସରକାରୀ ଦଳର ମୁଖ୍ୟ ସଚେତକ ପ୍ରଶାନ୍ତ ମୁଦୁଲି ଯୋଗ ଦେଇ ଏହି ଅଂଚଳର ଶିକ୍ଷାର ବିକାଶ କ୍ଷେତ୍ରରେ ଉକ୍ତ ବିଦ୍ୟାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ । ବିଦ୍ୟାଳୟରେ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାମାନଙ୍କୁ ଜଣେ ଉତମ ଚରିତ୍ରବାନ ମଣିଷ ଗଠନ ଦିଗରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ । ତାଙ୍କ ସହିତ ମୁଖ୍ୟବକ୍ତା ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ଜିଲ୍ଲା ପରିଷଦ ସଭ୍ୟା ଅମିତା ସ୍ୱାଇଁ, ମମତା ପରିଡା ଯୋଗ ଦେଇଥିଲେ । ପରିଶେଷରେ ବାର୍ଷୀକ କ୍ରିଡା, ନୃତ୍ୟ ଗୀତ ଆଦିରେ ପାରିଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱରା ମାନପତ୍ର ପ୍ରଦାନ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ତିହୁଡାସ୍ଥିତ ଗୁରୁକୃପା କୁଟୀରର ବାବା ସତ୍ୟାନନ୍ଦ ଦାସ ଶୁଭ ଉଦଘାଟନ କରିଥିଲେ । ବିଦ୍ୟାଳୟର ପରିଚାଳନା କମିଟିର ଉପସଭାପତି ନିରଞନ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିବା ବେଳେ ଅନୁଷ୍ଠାନର ଉପଦେଷ୍ଟା ବିଜୟ ଜେନା ସଂପାଦକୀୟ ବିବରଣୀ ପାଠ କରିଥିଲେ । ଶିକ୍ଷୟିତ୍ରୀ ଯୋଗମାୟା ମହାପାତ୍ର ମଂଚ ପରିଚାଳନା କରିଥିବା ବେଳେ ଶ୍ରୀ ଅଚ୍ୟୁତ ଚାରିଟେବୁଲ ଟ୍ରଷ୍ଟର ଅଧ୍ୟକ୍ଷା ପୁଷ୍ପଲତା ଜେନା, କୋଷାଧ୍ୟକ୍ଷ ଗୀତାଞଳି ସ୍ୱାଇଁ, ଅଧ୍ୟକ୍ଷ ଦିଲ୍ଲିପ ମହାନ୍ତି, ଶିକ୍ଷୟତ୍ରୀ ବିଜୟିନୀ ମହାପାତ୍ର, ଅପୂର୍ବା ମହାରଣା, ମିନି ବିଶ୍ୱାଳ, ଲକ୍ଷ୍ମୀପ୍ରିୟା ବେହେରା, ନୈନାରାଣୀ ସାହୁ, ନିରୁପମା ପରିଡା, ଶିକ୍ଷକ ସୌରଭ ବାରିକ, ହେମନ୍ତ ପୁହାଣ, ପରିଚାଳନା ସମିତିର ସଦସ୍ୟ ରମେଶ ସ୍ୱାଇଁ, ବେଣୁଧର ସ୍ୱାଇଁ, ଉଦୟଭାନୁ ପରିଡା, ଆଲୋକ ପରିଡା, କ୍ଷୀରୋଦ ବିଶ୍ୱାଳ ଆଦି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ