ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲର ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ଅନ୍ତର୍ଗତ ଗଙ୍ଗଦାହାଟସ୍ଥିତ ଶ୍ରୀ ଅଚ୍ୟୁତ ଇଂଲିଶ ମିଡିୟମ ସ୍କୁଲର ଏକାଦଶ ବାର୍ଷିକ ଉତ୍ସବ ଓ ପିତୃମାତୃ ସମ୍ମିଳନୀ ଶନିବାର ଅନୁଷ୍ଠିତ ହୋଇଯାଇଛି । ସ୍କୁଲର ଉପାଧ୍ୟକ୍ଷ ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳଙ୍କ ସଭାପତିତ୍ୱରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଜ୍ୟୋତିଷ ଚନ୍ଦ୍ର ଦାସ, ମୁଖ୍ୟବକ୍ତା ଭାବେ ଅବସରପ୍ରାପ୍ତ ଜିଲ୍ଲା ଶିକ୍ଷାଧିକାରୀ ଶଶଧର ପଣ୍ଡା, ବିଶିଷ୍ଠ ଅତିଥି ପଂଚାୟତିରାଜ ଓ ପାନୀୟ ଜଳ ବିଭାଗର ସ୍ୱତନ୍ତ୍ର ସଚିବ ଓ ଅର୍ଥ ପରାମର୍ଶଦାତା ମନୁନାଥ ସେଠୀ, ସମ୍ମାନିତ ଅତିଥି ଭାବେ ଏସସିବି ମେଡିକାଲର ସର୍ଜନ ଡା.ସମୀର କୁମାର ଭୂୟାଁ, ସମାଜସେବୀ ଉପେନ୍ଦ୍ରନାଥ ବିଶ୍ୱାଳ, ବିଜେପି ଜିଲ୍ଲା ସଭାପତି ପ୍ରତାପ କୁମାର ମିଶ୍ର, ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ନିଲୁରାମ ଜେନା, ଡ. ରଶ୍ମରଂଜନ ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ସଭାପରି ରାମଚନ୍ଦ୍ର ପୁହାଣ ପ୍ରମୁଖ ଯୋଗ ଦେଇ ଏହି ଅଂଚଳରେ ଶିକ୍ଷାର ବିକାଶ କ୍ଷେତ୍ରରେ ଉକ୍ତ ସ୍କୁଲର ଭୂମିକା ଗୁରୁତ୍ୱପୂର୍ଣ୍ଣ । ସ୍କୁଲରେ ଶିକ୍ଷାଦାନ ସମୟରେ ଶିକ୍ଷକଙ୍କ ଭୂମିକା ଯେତିକି ଗୁରୁତ୍ୱପୂର୍ଣ୍ଣ ପିଲାମାନଙ୍କୁ ଜଣେ ଉତମ ଚରିତ୍ରବାନ ମଣିଷ ଗଠନ ଦିଗରେ ପିତାମାତାଙ୍କର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ । ଏହି କାର୍ଯ୍ୟକ୍ରମରେ ଅଂଚଳର ୧୩ ଜଣ ଅବସରପ୍ରାପ୍ତ ଶିକ୍ଷକଙ୍କୁ ‘ଗୁରୁଶ୍ରୀ ସେବା ସମ୍ମାନ’ରେ ସମ୍ମାନୀତ କରାଯାଇଥିଲା । ପରିଶେଷରେ ବାର୍ଷିକ କ୍ରିଡା, ନୃତ୍ୟ ଗୀତ ଆଦିରେ ପାରିଦର୍ଶିତା ଲାଭ କରିଥିବା କୃତି ପ୍ରତିଯୋଗୀମାନଙ୍କୁ ଅତିଥିମାନଙ୍କ ଦ୍ୱରା ମାନପତ୍ର ପ୍ରଦାନ କରାଯାଇଥିଲା । ଏହି ପରିପ୍ରେକ୍ଷୀରେ ଅନୁଷ୍ଠାନର ମୁଖପାତ୍ର ‘ବ୍ଲୁମିଙ୍ଗ ବର୍ଡ୍‌ଶ’ ଉନ୍ମୋଚନ କରାଯାଇଥିଲା । ସ୍କୁଲର ପରିଚାଳନା କମିଟିର ଉପସଭାପତି ନିରଂଜନ ମହାନ୍ତି ମଂଚ ପରିଚାଳନା କରିଥିଲେ । ଏହି କାର୍ଯ୍ୟକ୍ରମକୁ ଶ୍ରୀ ଅଚ୍ୟୁତ ଚାରିଟେବୁଲ ଟ୍ରଷ୍ଟର ଟ୍ରଷ୍ଟୀ ପୁଷ୍ପଲତା ଜେନା, ଗୀତାଞଳି ସ୍ୱାଇଁ, ସ୍କୁଲର ଅଧ୍ୟକ୍ଷ ଦିଲ୍ଲିପ ମହାନ୍ତି, ଶିକ୍ଷୟିତ୍ରୀ ଯୋଗମାୟା ମହାପାତ୍ର, ବିଜୟିନୀ ମହାପାତ୍ର, ଅପୂର୍ବା ମହାରଣା, ମିନି ବିଶ୍ୱାଳ, ନୈନାରାଣୀ ସାହୁ, ନିରୁପମା ପରିଡା, ଯଶ୍ୱସ୍ୱିନି ମହାନ୍ତି, ମନୋସ୍ୱନି ମହାନ୍ତି, ଗୀତାଂଜଳି ଦେବୀ, ଶିକ୍ଷକ ସୌରଭ ବାରିକ, ଅନିଲ ମହାରଣା ଆଦି ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ