ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ବନ୍ଧୁ ମିଳନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ପାରଳାଖେମୁଣ୍ଡି ସ୍ଥିତ ଶତାୟୁ ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ସ୍ଵୟଂଶାସିତ ମହାବିଦ୍ୟାଳୟ ପକ୍ଷରୁ ମହାବିଦ୍ୟାଳୟର ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା କର୍ମଚାରୀ ମାନଙ୍କ ଏକ ନିଆରା ବନ୍ଧୁ-ମିଳନ ବୈଠକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି , ଯାହାକି ଏଭଳି କାର୍ଯ୍ୟକ୍ରମ ଓଡ଼ିଶାରେ ପ୍ରଥମ ବୋଲି କୁହାଯାଇଛି । ନିଜର କର୍ମମୟ ଜୀବନ ଦୀର୍ଘବର୍ଷ ଧରି କିମ୍ବା ସାମୟିକ ଭାବେ ଏହି ଶତାୟୁ ମହାବିଦ୍ୟାଳୟରେ କାର୍ଯ୍ୟ କରିବା ମଧ୍ୟରେ ଏହି ଅନୁଷ୍ଠାନ ପ୍ରତି ସେମାନଙ୍କ ଅନେକ ଅବଦାନ ରହିଛି ।ଆଜି ସେମାନଙ୍କ ମଧ୍ୟରୁ ଅନେକ ଜୀବନର ସାୟାନ୍ନରେ ତ ଅନେକ ତଥାପି ସାମାଜିକ ପ୍ରକ୍ରିୟା ଓ ଜୀବନ ମଧ୍ୟରେ ରହିଛନ୍ତି ଯାହାକି , ସେମାନେ ମଧ୍ୟ ରୋମନ୍ଥନ କରୁଛନ୍ତି ଏହି ଅନୁଷ୍ଠାନର ସ୍ମୃତିକୁ ।ଏସବୁ ମନେ ପକାଇ ମନ ଭିତରେ ଏକ ଭାବନାର ପରିକଳ୍ପନା କରାଯାଇ ସେମାନଙ୍କୁ ପୁଣି କିଛି ମୁହୂର୍ତ୍ତ ହେଲେ ମଧ୍ୟ ଅନୁଷ୍ଠାନରେ ପାଦ ପଡୁ ଏବଂ ମହାବିଦ୍ୟାଳୟର ଅଭିବୃଦ୍ଧି ଓ ଉନ୍ନତିରେ ସେମାନଙ୍କ ଯୋଗଦାନ ରହୁ , ସେହିଭଳି ଏକ ଅଭିପସା ନେଇ ଏଭଳି କାର୍ଯ୍ୟକ୍ରମର ମହତ୍ ଉଦ୍ଦେଶ୍ୟ ବୋଲି କୁହାଯାଇଛି ।ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅଜୟ କୁମାର ତ୍ରିପାଠୀ\’ଙ୍କ ପୌରହିତ୍ୟରେ ଏହି କାର୍ଯ୍ୟକ୍ରମରେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ପି: ହରିଦାସ , ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ରାଧାକୃଷ୍ଣ ମହାପାତ୍ର ଏବଂ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡଃ ନରସିଂହ ଦାସଙ୍କ ସମେତ ଅବସରପ୍ରାପ୍ତ କର୍ମଚାରୀ ଶ୍ରୀ ଉନ୍ନା ସିମାଞ୍ଚଲମ୍ ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗଦେଇ ମହାବିଦ୍ୟାଳୟରେ ସେମାନଙ୍କ କର୍ମମୟ ଜୀବନର ଅତୀତ ଅନୁଭୂତି ସମ୍ପର୍କରେ କହିବା ସହ ଏହି ଐତିହ୍ୟ ସମ୍ପନ୍ନ ଶତାୟୁ ମହାବିଦ୍ୟାଳୟ ବିଶ୍ୱବିଦ୍ୟାଳୟ ମାନ୍ୟତା ପାଇବାରୁ ବଞ୍ଚିତ ହେବା ସହ ରାଜ୍ୟ ସରକାରଙ୍କ ଅବହେଳାର ଶିକାର ହୋଇଥିବା ଯୋଗୁଁ ବିଶେଷ କ୍ଷୋଭ ପ୍ରକାଶ କରି ଅନୁଷ୍ଠାନର ସେହି ମାନ୍ୟତା ଗୌରବ ଯେଭଳି ଆସିବ , ତାହା କାମନା କରିଥିଲେ ।ଅଧ୍ୟକ୍ଷ ଡ଼ଃ ଅଜୟ କୁମାର ତ୍ରିପାଠୀ , ମୁଁ ଏହି ଐତିହ୍ୟ ସମ୍ପନ୍ନ ଶତାୟୁ ମହାବିଦ୍ୟାଳୟର ଜଣେ ପୁରାତନ ଛାତ୍ର ଏବଂ ବର୍ତ୍ତମାନ ଏହି ଅନୁଷ୍ଠାନର ଅଧ୍ୟକ୍ଷ ଭାବେ କାର୍ଯ୍ୟ ତୁଲାଉଛି ।ସେବକ ଭାବେ ଯେଉଁ ଗୁରୁ-ଦାୟିତ୍ବ ଭଗବାନ ମୋତେ ଦେଇଛନ୍ତି , ତାକୁ ଯଥା-ସମ୍ଭବ ମୁଁ ନିର୍ବାହ କରିବି ବୋଲି ପ୍ରତିଶ୍ରୁତି ଦେଇ କହିଥିଲେ ।ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟରେ ଦୀର୍ଘବର୍ଷ ଧରି କାର୍ଯ୍ୟ କରି ଅବସର ନେଇଥିବା ପ୍ରାଧ୍ୟାପକ, ଅଧ୍ୟାପକ , କିରାଣୀ, ଡେମୋନଷ୍ଟେଟର , ଷ୍ଟୋର-କିପର, ପିଅନ, ଲାବ-ଆସିଷ୍ଟାଣ୍ଟ , ଜଗୁଆଳି ପ୍ରମୁଖ ବହୁ ସଂଖ୍ୟାରେ ଯୋଗଦେଇ ସେମାନଙ୍କ କର୍ମମୟ ଜୀବନର ଅନୁଭୂତି ସମ୍ପର୍କରେ କହିଥିଲେ ।ଏଭଳି ନିଆରା କାର୍ଯ୍ୟକ୍ରମରେ ଏହି ଅନୁଷ୍ଠାନର ସବୁ ବର୍ଗର ଅବସରପ୍ରାପ୍ତ କର୍ମଚାରୀ ମାନଙ୍କ ଉତ୍ସାହ ଓ ଭାବ-ପ୍ରବଣତା ନିଶ୍ଚିତ ଭାବେ ଆମ\’କୁ ଅଭିଭୂତ କରିଛି । ତେଣୁ ଏଭଳି ପ୍ରକ୍ରିୟା ଆଗକୁ ନିଶ୍ଚିତ ଭାବେ ଜାରୀ ରହିବ ବୋଲି ଦୃଢୋକ୍ତି ଦେଇ କହିଥିଲେ ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଫେସର ଡ଼ଃ ଅଜୟ କୁମାର ତ୍ରିପାଠୀ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ