ଶ୍ରୀ ଗତେଶ୍ୱର ଗୋଶାଳାରେ ପ୍ରାଣୀ ଚିକିତ୍ସା ଶିବିର

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ):କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଶ୍ୟାମସୁନ୍ଦର ପୁର ପଞ୍ଚାୟତର ପୁରୁଷୋତ୍ତମପୁର ଗ୍ରାମର ଶ୍ରୀଗତେଶ୍ୱର ଗୋଶାଳା ପକ୍ଷରୁ ଏକ ପ୍ରାଣୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ଆୟୋଜିତ ସଭାରେ ଗୋଶାଳାର ସଭାପତି ସର୍ବେଶ୍ୱର ମିଶ୍ର ଅଧ୍ୟକ୍ଷତା କରିଥିଲେ ।ଚକେନ୍ଦ୍ରାପଡା ଜିଲ୍ଲା ପ୍ରାଣୀଧନ ବିକାଶ ବିଭାଗ ତତ୍ୱାବଧାନରେ ଆୟୋଜିତ ଏହି ଶିବିରରେ ଏଡିଭିଓ ଡାକ୍ତର ପ୍ରଭଞ୍ଜନ ରଞ୍ଜନ କବିଙ୍କ ନେତୃତ୍ୱରେ ପ୍ରାଣୀ ଚିକିତ୍ସକ ଓ ଚିକିତ୍ସା କର୍ମୀମାନେ ଯୋଗଦେଇଥିଲେ । ପ୍ରାରମ୍ଭରେ ସଭାପତି ଶ୍ରୀ ମିଶ୍ର ଚିକିତ୍ସା ଅଧିକାରୀଙ୍କ ସମେତ ଗ୍ରାମବାସୀମାନଙ୍କୁ ସ୍ୱାଗତ କରିବା ସହ ବ୍ୟାପୁଥିବା ଫାଟୁଆ ଭଳି ସଂକ୍ରାମକ ରୋଗରୁ ନିଜ ପ୍ରାଣୀସମ୍ପଦଙ୍କୁ ରକ୍ଷା କରିବାନିମନ୍ତେ ସମସ୍ତେ ଏହି ଶିବିରର ଲାଭ ଉଠାଇବାକୁ ନିବେଦନ କରିଥିଲେ । ଡାକ୍ତର କବି ସୁସ୍ଥ ପ୍ରାଣୀସମ୍ପଦ ସକାଶେ କେତେକ ମୂଲ୍ୟବାନ ପରାମର୍ଶ ଦେବା ସହ ଅଧିକ ଦୁଗ୍ଧ ଉତ୍ପାଦନ ନିମନ୍ତେ ମଧ୍ୟ ବହୁ ଉପାଦେୟ ତଥ୍ୟ ପ୍ରଦାନ କରିଥିଲେ । ଏହି ଶିବିରରେ ଗୋଶାଳାର ସମସ୍ତ ଗୋରୁଙ୍କ ସହ ଗ୍ରାମବାସୀମାନଙ୍କ ଗୋରୁ ମାନଙ୍କର ମଧ୍ୟ ଚିକିତ୍ସା କରାଯାଇଥିଲା । କର୍ମକର୍ତ୍ତାମାନଙ୍କ ପକ୍ଷରୁ ସୁଜିତ ମହାନ୍ତି ଧନ୍ୟବାଦ ଅର୍ପଣ କରିଥିଲେ । ଏହି ଶିବିର ଆୟୋଜନରେ ରାଜେଶ ମହାରଣା, ପ୍ରମୋଦ କୁମାର ମଲ୍ଲ, ଭାଗୀରଥୀ ସାମଲ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ