ଶ୍ରୀ ଗୁରୁଦେବଙ୍କ ଅଧର ପଣା ନୀତି ଅନୁଷ୍ଠିତ

ନିମାପଡ଼ା,(ସନ୍ତୋଷ ଦାଶ):ପୁରୀ ଜିଲ୍ଲା ନିମାପଡ଼ା ବ୍ଲକ ତୁଳସୀପୁର ବ୍ରାହ୍ମଣ ଶାସନ ରେ ଆଜି ରଥ ଉପରେ ଶ୍ରୀ ଗୁରୁଦେବ ଠାକୁରଙ୍କ ଅଧର ପଣା ନୀତି ଅନୁଷ୍ଠିତ ହୋଇଥିଲା। ସଂଧ୍ୟା ରେ ଗ୍ରାମବାସୀ ନିରୋଦ ତ୍ରିପାଠୀ, ରବୀନ୍ଦ୍ର ତ୍ରିପାଠୀ, ଅବନିନ୍ଦ୍ର ତ୍ରିପାଠୀ, ବିଶ୍ଵନାଥ ତ୍ରିପାଠୀ, କୈଳାସ ତ୍ରିପାଠୀ, କ୍ଷମାନିଧି ତ୍ରିପାଠୀ, କ୍ଷିରୋଦ ତ୍ରିପାଠୀ, ରମାକାନ୍ତ ତ୍ରିପାଠୀ, ବିଶ୍ୱଜିତ ତ୍ରିପାଠୀ, ବନ ବିହାରୀ ଦାଶ, ସନ୍ତୋଷ ଦାଶ ପ୍ରମୁଖ କ୍ଷୀର, କଦଳୀ, ନବାତ, ମିଠା, ଘିଅ,ନଡିଆ,
ଫଳମୂଳ, ମିଶ୍ରି କୁ ଚକଟି ପଣା ପ୍ରସ୍ତୁତ କରିଥିଲେ। ଉକ୍ତ ପଣାକୁ ଠାକୁରଙ୍କୁ ଭୋଗ ଲାଗି କରାଯିବା ସହିତ ସଂଧ୍ୟା ଆଳତୀ କରାଯାଇଥିଲା। ଆଳତୀ ପରେ ରଥ ଉପରେ ଠାକୁରଙ୍କୁ ଭୋଗ ଲାଗି ହୋଇଥିବା ପଣାକୁ ସେଠାରେ ଉପସ୍ଥିତ ଭକ୍ତ ମାନଙ୍କୁ ଓ ଗ୍ରାମର ଘରେ ଘରେ ବଣ୍ଟନ କରାଯାଇଥିଲା।ଶୁକ୍ରବାର ଦିନ ଠାକୁରଙ୍କୁ ନୀଳାଦ୍ରି ବିଜେ କରାଯିବ ବୋଲି କହିଛନ୍ତି ପୂଜକ ପୂର୍ଣ୍ଣ ପାଣି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ