ଶ୍ରୀ ଗୋବିନ୍ଦ ମହରଣାଙ୍କ ଶେଷ ନିଶ୍ୱାସ ତ୍ୟାଗ

ବ୍ରହ୍ମପୁର,(ରାଜେଶ କୁମାର ପଟ୍ଟନାୟକ):ବ୍ରହ୍ମପୁର ହରିଡାଖଣ୍ଡି ରୋଡ଼ ଲକ୍ଷ୍ମୀ ବିହାର ନିବାସୀ ଶ୍ରୀ ଗୋବିନ୍ଦ ମହରଣା ଆଜି ସେ ନିଜର ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଶ୍ରୀ ଗୋବିନ୍ଦ ମହାରଣା ଜଣେ ଅନନ୍ୟ କାଷ୍ଟ ଶିଳ୍ପୀ ଶ୍ରୀ ମହାରଣାଙ୍କ ନିଜର କଳାରେ ସେ ପ୍ରସିଦ୍ଧ ବ୍ରହ୍ମପୁର ଠାକୁରାଣୀ ଯାତ୍ରା ସମୟରେ ବ୍ରହ୍ମପୁରର ଏକାଧିକ ରଥରେ ମୁଖ୍ୟ ମହାରଣା ଭାବରେ ଦାଇତ୍ୱ ତୁଲାଇଥାନ୍ତି। ସେ ଆଜି ହଠାତ ସକାଳ ଦଶ ଘଣ୍ଟିକା ସମୟରେ ନିଜର ବାସ ଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ। ଶ୍ରୀମହାରଣା କଂସାରି ସାହିର ଶ୍ରୀ ପର୍ଶୁରାମ ରଥ, ଖାସ୍ପା ସାହିର ମା କନକ ଦୁର୍ଗାଙ୍କର ରଥ ଏବଂ ପୂର୍ବରୁ ରାମ ରଥ ତଥା ନାଗାର୍ଜୁନ ରଥରେ ମୁଖ୍ୟ ମହାରଣା ଭାବରେ ଦାଇତ୍ୱ ତୁଲାଇଛନ୍ତି। ତେବେ ସେ ନିଜେ ଜଗବନ୍ଧୁ ସାହି ଛକରେ ବିଗତ ବର୍ଷ ଶ୍ରୀ ନୃଶିଙ୍ଗ ଭଗବାନଙ୍କର ରଥ ତଥ ସାନ ଜଳାମୁଖୀ ରଥରେ ମଧ୍ୟରେ ନିଜର କଳା ନୈପୁଣ୍ୟ ଦେଖେଇବାରେ ଅନେକ ଥର ପ୍ରଶଂସା ସାଉଁଟିଛନ୍ତି। ତେବେ ଆଜି ଏତେ ବଡ କାରିଗର ଶିଳ୍ପୀଙ୍କର ବିୟୋଗରେ ପୁଣି ହରେଇଛି ବ୍ରହ୍ମପୁର ମାଟି ଆଉ ଜଣେ ତାର ସୁଯୋଗ୍ୟ ସନ୍ତାନକୁ। ତାଙ୍କୁ ମୃତ୍ୟୁ ବେଳକୁ ପ୍ରାୟ ୬୫ ବର୍ଷ ହେବ ଏବଂ ମୃତ୍ୟୁ ସମୟରେ ତାଙ୍କ ନିକଟରେ ତାଙ୍କ ତିନି ପୁଅ ଦୁଇ ଝିଅ, ଝିଆରୀ, ଜ୍ୱାଇଁ ଏବଂ ନାତି ନାତୁଣୀ ମାନେ ଉପସ୍ଥିତ ଥିଲେ। ତେବେ ଶ୍ରୀ ମହାରଣାଙ୍କ ବିୟୋଗରେ ସ୍ଥାନୀୟ ଅଞ୍ଚଳରେ ଜଣେ ବିଜ୍ଞ ଅନୁଭୂତି ସମ୍ପର୍ଣ୍ଣ ବୟସ୍କ ଶିଳ୍ପୀ ହରେଇବା ଯୋଗୁ ଶୋକର ବାତାବରଣ ଦେଖା ଦେଇଥିଲା। ପୁଣି ଶିଳ୍ପ କଳା ତଥା ଭାସ୍କର୍ଯ୍ୟ କ୍ଷେତ୍ରରେ ଏକ ବିଶାଳ କ୍ଷତି ହେବାର ନେଇ ସାଧାରଣରେ ଚର୍ଚ୍ଚା ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ