ଶ୍ରୀ ଚନ୍ଦ୍ରଶେଖର ମହାପ୍ରଭୁଙ୍କ ଜମିରେ ଗଢିଉଠିଥିବା ଶିକ୍ଷାନୁଷ୍ଠାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବୀ

ଦିଗପହଣ୍ଡି (ଯୁଗାବ୍ଦ ନ୍ୟୁଜ) ଦିଗପହଣ୍ଡି ତହସିଲ ଅନ୍ତର୍ଗତ ପଦ୍ମନାଭପୁର ରେ ରହିଥିବା ଶ୍ରୀରାଧା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ଟି ମହାପ୍ରଭୁ ଶ୍ରୀ ଚନ୍ଦ୍ରଶେଖର ଙ୍କ ମନ୍ଦିର ଜମିରେ ମନ୍ଦିର କର୍ତ୍ତୃପକ୍ଷ ଏବଂ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ମଧ୍ୟରେ କୌଣସି ପ୍ରକାର ଚୁକ୍ତି ନାମା କିମ୍ବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଟ୍ରଷ୍ଟି ପକ୍ଷଙ୍କୁ କୌଣସି ସୂଚନା ନଥାଇ ଏଭଳି କାର୍ଯ୍ୟ କରାଯାଇଥିବା ଅଭିଯୋଗ ହୋଇଛି । ଶ୍ରୀଧାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ସ୍ଥାପିତ ହୋଇଥିବା ପ୍ଲଟଟିକୁ ୨୦୧୫ ମସିହାରେ ଘରବାରି ପଟାରେ ପରିବର୍ତ୍ତନ କରିଥିବା ସୂଚନା ଅଧିକାର ଆଇନ ୨୦୦୫ ବଳରେ ଜାଣିବାକୁ ମିଳିଛି । ଖାତା ନଂ ୩୧୫/୫୪ ପ୍ଲଟ ୫୪୪ରେ ୦.୭୯୦ ଏକର ଜମିରେ ଶ୍ରୀଧାମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଗଢି ଉଠିଛି । ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ପାଶ୍ୱର୍ରେ ଖାତା ନଂ ୨୦୮ ଚକ ୧୫୩ ଅଧିନସ୍ଥ ପ୍ଲଟ ୫୪୫ରେ ୦.୨୦୭ ଏକର ଜମି ଶ୍ରୀ ଚନ୍ଦ୍ର ଶେଖର ମହାପ୍ରଭୁ, ବିଜେ ନିଜଗାଁ ସେବାୟତ ରଘୁନାଥ ରଣା ପିତା ଚନ୍ଦ୍ର ରଣାଙ୍କ ନାମରେ ରହିଛି । ସେହିପରି ଖାତା ନଂ ୧୪୦ ଚକ ୧୫୪ ପ୍ଲଟ ୫୪୬ଟି ପ୍ରକାଶ ରଣା ପିତା ସୋମନାଥ ରଣାଙ୍କ ନାମରେ ରହିଥିବା ନେଇ ସୂଚନା ଅଧିକା ଆଇନ ବଳରେ ମିଳିଥିବା ତଥ୍ୟର ଜାଣିବାକୁ ମିଳିଛି । ମନ୍ଦିର ଏବଂ ସେବାୟତ ମାନଙ୍କର ଜମିକୁ ଚଞ୍ଚକତା ଭାବେ କିସମ ଘରବାରି ପଟାରେ ପରିବର୍ତ୍ତନ କରାଯାଇଥିବା ବେଳେ ଏଥିନେଇ ବିଭିନ୍ନ ମହଲରେ ଦାବୀ ଅଭିଯୋଗ କରାଯାଇଥିଲେ ହେଁ କୌଣସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନଥିବାରୁ ସାଧାରଣରେ ଅସନ୍ତୋଷ ସୃଷ୍ଟି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ