ଶ୍ରୀ ଜଗନ୍ନାଥଙ୍କ ବୈାଦ୍ଧାବତାର

ବିପିନ୍ ବିହାରୀ ମହାନ୍ତି
ଜଗନ୍ନାଥ ଏକ ଅବତାର ବୋଲି କୋଉଠି ଲେଖାଯାଇନାହିଁ । ଅନ୍ୟ ପକ୍ଷରେ ଶ୍ରୀ କ୍ଷେତ୍ରର ଦାରୁଦେବତା ହିଁ ଶ୍ରୀ ଜଗନ୍ନାଥ ଏବଂ ବୁଦ୍ଧ ହିଁ ଶ୍ରୀ ଜଗନ୍ନାଥ ଅଥବା ଜୈନ ଧର୍ମର ଋ.. ୠଷଭ ବୋଲି କୁହାଯାଏ । ବୁଦ୍ଧଜ୍ଞାନ ସିଦ୍ଧିଗ୍ରନ୍ଥମତେ:
ପ୍ରଣିପାତ୍ୟ ଜଗନ୍ନାଥ ସର୍ବନିନ ବିରାଜିତଂ
ସର୍ବବୁଦ୍ଧମୟ ସିଦ୍ଧି ବ୍ୟାପିନଂ ଗଗନୋପମ୍ । ।
ଜୈନମାନଙ୍କପରି ବୌଦ୍ଧମାନେ ବୁଦ୍ଧଙ୍କୁ ଜଗନ୍ନାଥ ବୋଲି ବିଶ୍ୱାସ କରନ୍ତି । ଜୟଦେବ ମଧ୍ୟ ତାଙ୍କ ଗୀତ ଗୋବିନ୍ଦରେ ଜଗଦୀଶ ଜଗନ୍ନାଥଙ୍କୁ ବୁଦ୍ଧବୋଲି ଘୋଷଣା କରିଛନ୍ତି । ଅବତାରୀ ଜଗନ୍ନାଥଙ୍କ ଦଶାବତାର ମଧ୍ୟରେ ନବମ ଅବତାରହିଁ ବୁଦ୍ଧାବତାର । ଏକଥାକୁ ସୂଚାଇ ଜୟଦେବ ଲେଖିଛନ୍ତି ।
ନିନ୍ଦସି ଯଜ୍ଞ ବିଧେର ହହ ଶ୍ରୁତି ଜାତଂ
ସଦୟ ହୃଦୟ ଦର୍ଶିତ ପଶୁ ଘାତଂ
କୋଶବ ଧୃତ ! ବୁଦ୍ଧ ଶରୀର
ଜୟ ଜଗଦୀଶ ହରେ … । ।
କପିଳବସ୍ତୁର ରାଜା ଶୁଦ୍ଧୋଦନ ଓ ମାତା ମାୟାଙ୍କଠାରୁ ଜନ୍ମନେଇଥିଲେ ଗୌତମ ବୁଦ୍ଧ । ଏହି ଜନ୍ମ ଦିବସଟି ଖ୍ରୀ.ପୂ. ୫୬୬ ବାଭିନ୍ନ ମତେ ୫୬୩ । ଏହା ଥିଲା ବୈଶାଖ ପୂର୍ଣ୍ଣିମା । ତାଙ୍କ ଶୈଶବର ନାମ ଥିଲା ସିଦ୍ଧାର୍ଥ । ତାଙ୍କ ଜନ୍ମର ଭବିଷ୍ୟବାଣୀ ନେଇ ଅନେକ ଅଲୌକିକ କାହାଣୀ ଶୁଣାଯାଏ । ସେହି କାରଣରୁ ସ୍ୱୟଂ ଈଶ୍ୱର ମାୟାଙ୍କ ଗର୍ଭରୁ ଜନ୍ମ ନେଇଛନ୍ତି ବୋଲି ବିଶ୍ୱାସ କରାଯାଉଥିଲା । ତେବେ ଦୁଃଖ ଯେ, ତାଙ୍କ ଜନ୍ମର ମାତ୍ର ୭ଦିନଠି ତାଙ୍କ ମା’ଙ୍କର ମୃତ୍ୟୁ ହୁଅନ୍ତେ, ତାଙ୍କ ମାଉସୀ ଗୌତମୀ (ପ୍ରଜାପତି)ତାଙ୍କ ଲାଳନ ପାଳନ ଦାୟିତ୍ୱ ଗ୍ରହଣକରି ଥିôବାରୁ ତାଙ୍କ ନାମାନୁସାରେ ତାଙ୍କ ନାମ ରହିଲା ଗøତମ । ଶୈଶବରୁ ଗୌତମ ଚିନ୍ତାଶୀଳ ଥିଲେ । ଜରା ଗ୍ରସ୍ତବ୍ୟକ୍ତି, ରୋଗୀଶବ ଓ ସନ୍ୟାସୀମାନଙ୍କୁ ନେଇ ତାଙ୍କ ମନରେ ନାନାପ୍ରଶ୍ନ ଉଠିଛି ଅର୍ଥାତ୍ ତାଙ୍କୁ କେହି ଏ ନେଇ ସନ୍ତୋଷ ଜନକ ଉତ୍ତର ଦେଇପାରିନାହିଁ । ଶେଷରେ ୨୯ ବର୍ଷ ବୟସରେ ତାଙ୍କ ପତ୍ନୀ ଯଶୋଧାରା ଓ ଏକମାତ୍ର ସନ୍ତାନ ପୁତ୍ର ରାହୁଳଙ୍କୁ ଛାଡ଼ି ସତ୍ୟର ଅନୁସନ୍ଧାନରେ ଦିନେ ରାତିରେ ବାହାରି ପଡ଼ିଲେ । ଅନେକ ଯାଗାବୁଲି ପରିଶେଷରେ ନିରଜଂନା ନଦୀକୂଳରେ ଏକ ଅଶ୍ୱତ୍‌ଥ ବୃକ୍ଷମୂଳରେ କଠୋର ତପସ୍ୟା ।କରି ଜ୍ଞାନ ପ୍ରାପ୍ତ ହେଲେ । ସେବେଠୁ ସେ ନାମିତ ହେଲେ ‘ବୁଦ୍ଧ’ ଅର୍ଥାତ୍ ଜ୍ଞାନୀ ଭାବରେ । ତାଙ୍କ ଜ୍ଞାନର ମୂଳତତ୍ତ୍ୱହେଲା : ଜୀବନ ଦୁଃଖପୂର୍ଣ୍ଣ, ଦୁଃଖର କାରଣ କାମନା, କାମନାର ବିନାଶରେ ଦୁଃଖର ବିନାଶ ଏବଂ ଦୁଃଖର ବିନାଶରେ ନିର୍ବାଣ ପ୍ରାପ୍ତି । ଏହା ତାଙ୍କ ଆଧ୍ୟାତ୍ମିକ ଜ୍ଞାନର ସ୍ୱରୂପ ଏବଂ ତାଙ୍କ ପ୍ରଚାରିତ ଧର୍ମର ନାମ ହେଲା ବୌଦ୍ଧଧର୍ମ । ଏହା ସମଗ୍ର ବିଶ୍ୱର ଲୋକପ୍ରିୟ ଧର୍ମ । ତାଙ୍କୁ ମଧ୍ୟ ଏସିଆର ଆଲୋକ ବୋଲି କୁହାଯାଏ ।
ତେବେ ପ୍ରଶ୍ନଉଠେ ଏ ବୁଦ୍ଧ କ’ଣ ସ୍ୱୟଂ ଜଗନ୍ନାଥ ? ସେ କ’ଣ ସତରେ ତାରଣକର୍ତ୍ତା ?
“ସଂସାର ଜନକୁ ସେହୁ ତାରିବା ନିମନ୍ତେ
ବଉଦ୍ଧ ରୂପେ ବିଜେ ଅଛି ଜଗନ୍ନାଥ । ।” ସତ୍ତାପର୍ବ : ସାରଳା ମହାଭାରତ
ଉତ୍କଳୀୟ ସଂସ୍କୃତି, ସାହିତ୍ୟ ଏବଂ ଧର୍ମ ଧାରାରେ ଜଗନ୍ନାଥ ବୁଦ୍ଧ ରୂପେ ପ୍ରକଟିତ । ଏ ନେଇ ଅନେକ କିଛି ଐତିହାସିକ ତଥ୍ୟ ଓ କିମ୍ବଦନ୍ତୀ ଅଛି ଯାହାକୁ ବୁଦ୍ଧହିଁ ଜଗନ୍ନାଥବୋଲି ସୂଚିତ କରାଏ ।
ବୌଦ୍ଧଧର୍ମର କିମ୍ବଦନ୍ତୀରୁ ଜଣାଯାଏ ଯେ, ଶ୍ରୀ କ୍ଷେତ୍ର ହେଉଛି ତତ୍‌କାଳୀନ ସମାଜର ଦନ୍ତପୁର । ବୁଦ୍ଧଦେବଙ୍କ ଦନ୍ତଉପରେ ଏଠାରେ ଏକ ସ୍ତୁପ ନିର୍ମିତ ହୋଇ ଚୁତଃ ପଶ୍ୱର୍ରେ ଧମ୍ମ, ବୁଦ୍ଧ, ସଂଘ ନାମକ ତ୍ରିରତ୍ନ ସମର୍ଜିତ ହୋଇଥିଲେ । ଅଶୋକ (ଖ୍ରୀ.ପୂ.୨୬୧) ଓ ତାଙ୍କ ପରବର୍ତ୍ତୀ ବୌଦ୍ଧ ଶାସକମାନଙ୍କ ଦ୍ୱାରା ବୌଦ୍ଧଧର୍ମର ପ୍ରଚାର ଓ ପ୍ରସାରରେ ଏକ ସୁଦୃଢ଼ ଭିତ୍ତି ପ୍ରତିଷ୍ଠିତହୋଇ ଜଗନ୍ନାଥଙ୍କ କ୍ଷେତ୍ରରେ ବୁଦ୍ଧଙ୍କର ମୃତାବଶେଷ ପୂଜିତ ହେଉଥିଲା । ଏଇଠି ପରବର୍ତ୍ତୀ ସମୟରେ ମନ୍ଦିର ପ୍ରତିଷ୍ଠା ହୋଇ ବୌଦ୍ଧଧର୍ମର ତିରତ୍ନା ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାରୂପେ ପୂଜା ପାଇଲେ ।
ପ୍ରତି ବାରବର୍ଷରେ ଥରେ ନବକଳେବର ହୁଏ । ଏହି ସମୟରେ ପୁରୁଣା ବିଗ୍ରହର ନାଭିରେ ଲୁକାୟିତ ଭାବେ ଥିବା ଅସ୍ୱର୍ଶ୍ୟ ବ୍ରହ୍ମକୁ ବସ୍ତ୍ରାକୃତ ହାତରେ ସେବକମାନେ ଆଣି ନୂତନ ବିଗ୍ରହରେ ସ୍ଥାପନ କରନ୍ତି । ଏ ପଦାର୍ଥ ଓ କାହାଣୀ ରହସ୍ୟମୟ ହେଲେ ହେଁ ଏହାଯେ ବୁଦ୍ଧଙ୍କର ବାମଦନ୍ତ ଏକଥା ଦାଠବଂଶ ଗ୍ରନ୍ଥରୁ ପ୍ରମାଣିତହୁଏ । ପ୍ରଥମେ ବୌଦ୍ଧ ଧର୍ମର ମୂତ୍ତିପୂଜା ନଥିଲା; କିନ୍ତୁ ବୌଦ୍ଧ ମହାଜାନୀମାନେ ବୁଦ୍ଧଙ୍କର ମୂର୍ତ୍ତିପୂଜାରେ ମନ ବଳାଇବାରୁ ଏଥିରେ ମୂର୍ତ୍ତିପୂଜାର ପ୍ରଚଳନ ହେଲା ଏବଂ ତାଙ୍କଠି ଈଶ୍ୱରତ୍ୱ ଆରୋପ କରାଗଲା । ସୂଚନା ଯୋଗ୍ୟଯେ, ନିଜେ ବୁଦ୍ଧ ଥିଲେ ନରୀଶ୍ୱର ବାଦୀ, ଅଥଚ ସେ ହେଲେ ଏକ ଅବତାର ଏବଂ ତାଙ୍କ ତ୍ରିରତ୍ନ ପାଲଟିଗଲେ ତ୍ରିମୂର୍ତ୍ତି ଯାହା ମଧ୍ୟରେ ଜଗନ୍ନାଥହିଁ ବୁଦ୍ଧ । ନାମୋ ସସେ ଭଗବତେ ଅର୍ହତେ ବୁଦ୍ଧ: ସମ୍ବୁଦ୍ଧାୟ ଯାହାର ଭିନ୍ନ ଅର୍ଥ ‘ନମୋତସ୍ତୈଃ ଭଗବତେ ବାସୁଦେବାୟ ।’ ଭୌମରାଜତ୍ୱ କାଳରେ ବୁଦ୍ଧଙ୍କୁ ବିଷ୍ଣୁ ଅବତାରରୂପେ ଓଡ଼ିଶାରେ ଗ୍ରହଣ କରାଯାଇଥିଲା ଏବଂ ତାଙ୍କର ସମୟରେ ଦାରୁର ତ୍ରିମୂର୍ତ୍ତି ଗଠନ କରାଯାଇଥିଲା । ପୁରୀ ଶ୍ରୀମନ୍ଦିରର ସିଂହଦ୍ୱାରର ଉପର ବନ୍ଧରେ ଥିôବା ଦଶାବତାର ଚିତ୍ରରେ ନବମ ଅବତାର ରୂପେ ବୁଦ୍ଧଙ୍କ ସ୍ଥାନରେ ଜଗନ୍ନାଥ ଅଛନ୍ତି । ଅର୍ଥାତ୍ ଜଗନ୍ନାଥହିଁ ବୁଦ୍ଧ । ବୁ୍‌ଦ୍ଧଦେବଙ୍କ ଜନ୍ମୋତ୍ସବରେ ବୁଦ୍ଧମୂର୍ତ୍ତିଙ୍କୁ ରଥର ବସାଇ ରଥ ଯାତ୍ରା କରାଯାଏ । ଅନ୍ୟପକ୍ଷରେ ବୁଦ୍ଧ ନିଜେ ତାଙ୍କ ଜନ୍ମ ବୃତ୍ତାନ୍ତାରେ ହସ୍ତୀରୂପେ ପ୍ରକଟିତ । ବୋଧହୁଏ ଏଥିପାଇଁ ଜଗନ୍ନାଥଙ୍କର ବର୍ଷକେ ଥରେ ରଥ ଯାତ୍ରାହୁଏ ଏବଂ ସ୍ନାନ ପୂର୍ଣ୍ଣିମାରେ ତାଙ୍କୁ ହସ୍ତୀ ବେଶ କରାଯାଏ । ଜଗନ୍ନାଥ ଶବରଜାତିର ଦେବତା । ସେ ହିଁ ବୁଦ୍ଧ । ଶବର ଜାତିରେ ଜାତି ଭେଦ ନଥାଏ । ବୋଧହୁଏ ଏହି କାରଣରୁ ଜଗନ୍ନାଥଙ୍କୁ ମହାପ୍ରସାଦକୁ : ବ୍ରାହ୍ମଣ ହସ୍ତରୁ ଚଣ୍ଡାଳ ଛଡ଼ାଇ ଖାଆନ୍ତି । ଅର୍ଥାତ ତାଙ୍କଠି ଜାତି ଭେଦଭାବ ନାହିଁ । ବୌଦ୍ଧ ଧର୍ମର ସମସ୍ତ ସାରତତ୍ୱ ଜଗନ୍ନାଥ ଧର୍ମରେ ନିହିତ । ଶାନ୍ତି, ମୈତ୍ରୀ, ଦୟା, କରୁଣା, ଚେତନା ଏବଂ ପତିତ ଉଦ୍ଧାରଣ ଇତ୍ୟାଦି ଉଭୟ ଧର୍ମର ସ୍ଥୂଳମନ୍ତ୍ର । ବୌଦ୍ଧଧର୍ମର ନିର୍ବାଣ ଏବଂ ଜଗନ୍ନାଥ ଧର୍ମର ପରମପ୍ରାପ୍ତି ଉଭୟ ସମାନ । ଏଠାରେ ସ୍ମରଣ କରାଇ ଦେଉଯେ, ହିନ୍ଦୁ ଧର୍ମର ଦେବାଦେବୀ ଆକୃତି ଯୁକ୍ତ ବେଳେ, ଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରା ଆକୃତି ମୁକ୍ତ । ସେମାନେ ପୂର୍ଣ୍ଣାଙ୍ଗ ମଣିଷ କି ପଶୁ ନୁହନ୍ତି ! ଏମିତିରେ ରୂପଶୁନ୍ୟ । ମହାଜନପନ୍ଥୀ ବୌଦ୍ଧମାନେ ବୁଦ୍ଧଙ୍କୁ ମହାଶୂନ୍ୟ ଓ ନିରାକାର ବୋଲି ଆଖ୍ୟାୟିତ କରିଛନ୍ତି । କେବଳ ଅରୁପରୁ ରୂପକୁ ଧରି ବୁଦ୍ଧଙ୍କ ମୂର୍ତ୍ତି ପୂଜା କରନ୍ତି । ଏମିତି ଜଗନ୍ନାଥ ! ଏମିତି ଏ ବୁଦ୍ଧ ।
ବୁଦ୍ଧହିଁ ଜଗନ୍ନାଥ । ଏ କଥାକୁ ମୁକ୍ତ କଣ୍ଠରେ ସ୍ୱୀକାର କରନ୍ତି ପଞ୍ଚସଖା ଯୁଗର ଉତ୍କଳୀୟ ବୈଷ୍ଣବମାନେ ।
– କଳି ଯୁଗରେ ବିଜେ ନୀଳଗିରି, ବଉଦ ରୂପେ ଶଂଖ ଚକ୍ର ଧାରୀ । । – ଶିଶୁ ଅନନ୍ତ
– ଏବେ ବଉଦ ରୂପେ ହରି, ମଉନେ ଅଛ ନୀଳଗିରି । – ଯଶୋବନ୍ତ
– ସେ ବୁଦ୍ଧ ସ୍ୱାମୀ ପାଶେ ଆଶ, ଉଣେ ଅଚ୍ୟୁତ ନନ୍ଦ ଦାସ । । – ଅଚ୍ୟୁତାନନ୍ଦ
ବୌଦ୍ଧଧର୍ମ ସୁଦୂର ପ୍ରସାରୀ । ଜଗନ୍ନାଥ ସଂସ୍କୃତି ବୌଦ୍ଧ ଧର୍ମ ମହତ୍ୱର ପରମ୍ପରା ରକ୍ଷା କରି ଆସିଛି ।ଯଦିଚ ବୁଦ୍ଧ ନରୀଶ୍ୱରବାଦୀ ଥିଲେ, ତାଙ୍କ ଦେବତ୍ୱ ଗୁଣାବଳୀରେ ଏ ମାଟି ତାଙ୍କୁ ଈଶ୍ୱର କରି ବିଷ୍ଣୁଙ୍କର ଦଶାବତାର ମଧ୍ୟରେ ନବମ ଅବତାରରେ ବୁଦ୍ଧ ରୂପେ ପୂଜା କରି ଚାଲିଛି ।
କେଶ ବଧୃତ ! ବୁଦ୍ଧ ଶରୀର
ଜୟ ଜଗଦୀଶ ହରେ … । ।
ଅଧ୍ୟକ୍ଷ, ଓଡି଼ଆ ଭାଷା ସଂରକ୍ଷଣ ଏବଂ ଗବେଷଣ ପ୍ରତିଷ୍ଠାନ:ବିପିନବିହାରୀ ପାଠାଗାର,
ବିକାଶ ନଗର ଜଟଣୀ,
ଶୂନ୍ୟଭାଷ ୯୯୩୮୩୪୪୧୩୮

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ