ଶ୍ରୀ ପତିତପାବନଙ୍କ ଗୁଣ୍ଡିଚା ଯାତ୍ରା

ଦିଗପହଣ୍ଡିି( ଯୁଗାବ୍ଦ ନ୍ୟୁଜ): ଦିଗପହଣ୍ଡି ସହରାଞ୍ଚଳ ଜନତାଲେନ୍ ସ୍ଥିତ ପତିତପାବନ ମହାପ୍ରଭୂଙ୍କ ଗୁଣ୍ଡିଚା ଯାତ୍ରା ସମ୍ପନ୍ନ ହୋଇଯାଇଛି । ବୁଧବାର ଭୋର୍ ସକାଳୁ ରିତୀନିତୀ ପୂର୍ବକ ପୂଜାର୍ଚ୍ଚନା କରାଯିବା ପରେ ମହାପ୍ରଭୂ ପତିତପାବନଙ୍କ ପହଣ୍ଡି ବିଜେ କରାଯାଇଥିଲା । ପରେ ରଥ ଉପରେ ଲକ୍ଷ୍ମୀନାରାୟଣ ସାହୁ ଛେରା ପହଁରା କରିଥିଲେ । ଏହା ପରେ ମହାପ୍ରଭୂଙ୍କୁ ରଥାରୂଢ କରାଯାଇଥିଲା । ପାରମ୍ପରିକ ନିତୀ ଅନୁଯାୟୀ ରଥ ଟଣା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ରଥ ମାଉସୀ ମା’ ମନ୍ଦିରଠାରେ ପହଞ୍ôଚଥିଲା । ସମସ୍ତ କାର୍ଯ୍ୟକ୍ରମକୁ ମନ୍ଦିରପରିଚାଳନା କମିଟିର ଉପଦେଷ୍ଟା ଆଇନଜିବୀ ଗଜାନନ ତ୍ରିପାଠୀ, ସମ୍ଭବ ତ୍ରିପାଠୀ, ନବକିଶୋର ସାହୁ, ଜଗଦୀଶ ସାହୁ, ବଳରାମ ଗୌଡ, ଭି. ଅରକ୍ଷୀତ, ରବୀନ୍ଦ୍ର ପାଢୀ ପ୍ରମୁଖ ପରିଚାଳନା କରିଥିଲେ । ସେହିପରି ସହରର ବଡଦାଣ୍ଡସାହି ଓ ସାନଦାଣ୍ଡ ସାହିରେ ପାରମ୍ପରିକ ରିତୀନିତୀ ମୁତାବକ ବୁଧବାର ଅପରାହ୍ନରେ ଶ୍ରୀଜିଉଙ୍କୁ ପହଣ୍ଡି ବିଜେ କରାଯାଇଥିଲା । ରଥ ଉପରେ ଶ୍ରଦ୍ଧାଳୁମାନେ ପୂଜାର୍ଚ୍ଚନା କରୁଥିବା ବେଳେ ରବିବାର ରଥ ଟଣା କାର୍ଯ୍ୟକ୍ରମ ରହିଛି । ଶାନ୍ତିଶୃଙ୍ଖଳା ଦୃଷ୍ଟିରୁ ବ୍ୟାପକ ଦିଗପହଣ୍ଡି ଥାନା ପୁଲିସ ଫୋର୍ସ ମୁତୟନ କରାଯାଇଥିବା ବେଳେ ପୂର୍ତ୍ତ ବିଭାଗ ଏବଂ ଅଗ୍ନିଶମ ବାହିନୀ ପକ୍ଷରୁ ଫାୟର ଅଫିସର୍ ବିଜୟ କୁମାର ନାୟକ ଏବଂ ବଳରାମ ବେହେରାଙ୍କ ନେତୃତ୍ୱରେ ଟିମ୍ ରଥ ନିକଟରେ ପହଞ୍ଚି ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ