ଶ୍ରୀ ବଳଦେବଜୀୟୁଙ୍କ ମନ୍ଦିର ପରିସରକୁ ମୋବାଇଲ : କ୍ୟାମେରା ନିଷିଦ୍ଧ ଦାବି
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡାର ଆରା୍ମ ପ୍ରଭୁ ଶ୍ରୀ ସିଦ୍ଧ ବଳଦେବଜୀୟୁଙ୍କ ମନ୍ଦିର ପରିସର ଓ ଗର୍ଭ ଗୃହରେ ବ୍ୟାପକ ମୋବାଇଲ ଏବଂ କ୍ୟାମେରା ବ୍ୟବହାର କରାଯାଉ ଥିବାରୁ ବଳଦେବ ସେନା ପକ୍ଷରୁ ଏହାକୁ ନିଷିଦ୍ଧ କରାଯିବା ପାଇଁ ଦାବି କରାଯାଇଛି । ସେନାର କର୍ମକର୍ତ୍ତା ମାନେ ଉପ ଜିଲ୍ଲାପାଳ ତଥା ମନ୍ଦିର ପରିଚାଳନା କମିଟି ସଭାପତି ନିରଞ୍ଜନ ବେହେରାଙ୍କୁ ଏସମ୍ପର୍କରେ ଏକ ଦାବିପତ୍ର ପ୍ରଦାନ କରିଛନ୍ତି । ଦର୍ଶନକୁ ଆସୁଥିବା ବ୍ୟକ୍ତି ବିଶେଷକରି ଯୁବକ ଯୁବତୀ ମାନେ ମନ୍ଦିର ପରିସରରେ ଶ୍ରୀଜୀୟୁଙ୍କ ଫଟୋ ଉଠାଇବା ସହ ବହୁଳ ଭାବରେ ମୋବାଇଲ ବ୍ୟବହାର କରୁଥିବାରୁ ମନ୍ଦିର ର ଆଧ୍ୟାତ୍ମିକ ପରିବେଶ ନଷ୍ଟ ହେଉଛି ବୋଲି ସେମାନେ ଅଭିଯୋଗ କରିଛନ୍ତି । ଏଥିସହିତ ମନ୍ଦିର ସୁରକ୍ଷା ପ୍ରତି ମଧ୍ୟ ବିପଦ ଆଶଙ୍କା ରହିଥିବା ସେମାନେ କହିଛନ୍ତି । ବିଭିନ୍ନ ସମୟରେ ମନୋରଞ୍ଜନ କାର୍ଯ୍ୟକ୍ରମ ମନ୍ଦିର ପରିସରରେ ବିନା ଅନୁମତିରେ କରାଯାଉ ଥିବାରୁ ଲୋକ ମାନଙ୍କ ଧାର୍ମିକ ଭାବନା ବ୍ୟାହତ ହେଉଥିବା ପରିପ୍ରେକ୍ଷୀରେ ଏସବୁକୁ ନିଷିଦ୍ଧ କରାଯିବା ପାଇଁ ସେନାର ଉପଦେଷ୍ଟା ନିରଞ୍ଜନ ମେକାପଙ୍କ ସମେତ ପପୁନ କୁମାର ସ୍ୱାଇଁ, ପବନ କୁମାର ସ୍ୱାଇଁ, ଅଭିଷେକ କର, ରୁଦ୍ରମାଧବ କର, ଚିନ୍ମୟ କୁମାର ନାୟକ, ଗୈାତ୍ତମ ସାହୁ ପ୍ରମୁଖ ଉପଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରି ତୁରନ୍ତ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।