ଶ୍ରୀ ବିଶ୍ୱନାଥ ମହାଦେବ ମନ୍ଦିରରେ ଦୁଇଦିନ ବ୍ୟାପୀ ଶୀତଳ ଷଷ୍ଠୀ ଉତ୍ସବ ସମାପନ
ଭୁବନେଶ୍ୱର, (ଯୁଗାଦ୍ଦ ନ୍ୟୁଜ) : ‘ଶ୍ରୀ ବିଶ୍ୱନାଥ ମହାଦେବ ଓ ଅନ୍ୟାନ୍ୟ ବିଜେ’ ମନ୍ଦିର ଡ଼ିଷ୍ଟ୍ରିକ୍ଟ ସେଣ୍ଟର, ଚନ୍ଦ୍ରଶେଖରପୁର ଭୁବନେଶ୍ୱରଠାରେ ତା ୭.୬.୧୯ରିଖ ‘ହର ପାର୍ବତୀ’ଙ୍କର ବିବାହ ଓ ତା ୮.୬.୧୯ରିଖ ଶନିବାର ଶୀତଳ ଷଷ୍ଠୀ ଉତ୍ସବ ଦୁଇଦିନ ବ୍ୟାପୀ ମହା ସମାରୋହରେ ସମାପନ ହୋଇଯାଇଛି । ପ୍ରଥମେ ୭ ତାରିଖ ସକାଳ ୬ଟାରେ ମଙ୍ଗଳଆଳତୀ, ରୁଦ୍ରାଭିଷେକ, ୧୦୮ ବେଲପତ୍ର ସମାପନ, ଷୋଡ଼ଶ ଉପ·ର ପୂଜା ଏବଂ ସନ୍ଧ୍ୟା ୭.୩୦ ମିନିଟ୍ରୁ ବିବାହ କାର୍ଯ୍ୟ ଆରମ୍ଭ, ୮.୩୦ରେ ହସ୍ତଗଣ୍ଠି, ହରିହର ଭେଟ, ସର୍ବଦେବାଦେବୀ ଭେଟ କାର୍ଯ୍ୟ, ଖଇ କଉଡ଼ି, ଜଉ କଉଡ଼ି ଏବଂ ଶେଷରେ ଯଜ୍ଞ ସମାପନ ହୋଇଥିଲା ।
୮ ତାରିଖ ଶନିବାର ଶୀତଳ ଷଷ୍ଠୀ ଉତ୍ସବରେ ଦେବ ଦମ୍ପତ୍ତିଙ୍କର ନଗର ପରିକ୍ରମା ଅନୁଷ୍ଠିତ ହୋଇଥିଲା । ଏଥିରେ ମାଉସୀ ଘରକୁ ଗମନ, ମିଠା ଭକ୍ଷଣ, ଢୋଲ ବାଜା, ମହୁରୀ ପରିକ୍ରମାରେ ସାମିଲ୍ ଥିଲାବେଳେ ବାଣ, ରୋଷଣୀ, ଚମ୍ପାବାଣ ସମସ୍ତଙ୍କ ମନମୁଗ୍ଧ କରିଥିଲା । ୭ ଘଟିକାରେ ଶ୍ରୀ ବସନ୍ତ ଜେନା ଓ ସାଥୀମାନଙ୍କ ସହ ଭଜନ ସମାରୋହ ବେଶ୍ ଆମୋଦ ପ୍ରଦାନ କରିଥିଲା । ଉକ୍ତ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଉତ୍ତର ବିଧାୟକ ଶ୍ରୀ ସୁଶାନ୍ତ ରାଉତ ଯୋଗ ଦେଇ ଉଦ୍ଘାଟନ କରିଥିଲେ । ଲାୟନ୍ସ ଗଭର୍ଣ୍ଣର ତଥା ମନ୍ଦିରର ମ୍ୟାନେଜିଙ୍ଗ ଟ୍ରଷ୍ଟି ଶ୍ରୀ ବିଶ୍ୱନାଥ ମହାନ୍ତି ସଭା ପରି·ଳନା କରିଥିଲେ । ଏଥିରେ ଶ୍ରୀଧର ଦାଶ, ପ୍ରଭାସ ରଞ୍ଜନ ଦାଶ, ଦାଶରଥି ମଙ୍ଗରାଜ ଏବଂ ଲାୟନ୍ସ ଫାଷ୍ଟ ଲେଡ଼ି ମହିଳା ଗଭର୍ଣ୍ଣର ରେବତୀ ଶ ସହଯୋଗ କରିଥିଲେ ।