ଶ୍ରୀ ଭରତପତି ମହାବିଦ୍ୟାଳୟରେ ଅବସରକାଳୀନ ସମ୍ବର୍ଦ୍ଧନା ସଭା
ଚିକିଟି,(ପୁଷ୍ପାଞ୍ଜଳି ମିଶ୍ର): ପାତ୍ରପୁର ବ୍ଲକ ସାମନ୍ତିଆପଲ୍ଲୀ ସ୍ଥିତ ଶ୍ରୀ ଭରତପତି ମହାବିଦ୍ୟାଳୟରେ ଶୁକ୍ରବାର ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ମହାବିଦ୍ୟାଳୟର ବରିଷ୍ଟ କିରାଣୀ ସତ୍ୟନାରାୟଣ ପତିଙ୍କ ଅବସର ଦିବସରେ ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼. ଜୟ ପ୍ରକାଶ ପାଢ଼ୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ପୂର୍ବତନ ପରିଚାଳନା କମିଟି ଅଧ୍ୟକ୍ଷ ମଦନ ମୋହନ ପ୍ରଧାନ,ପୂର୍ବତନ ଅଧ୍ୟକ୍ଷ ମାନସ ରଞ୍ଜନ ଆଚାର୍ଯ୍ୟ, ଅବସରପ୍ରାପ୍ତ ଅଧ୍ୟାପକ ହରିଶ୍ଚନ୍ଦ୍ର ସାହୁ,ପୁରାତନ ଛାତ୍ର ସଂସଦ ସଭାପତି ରାଧାନାଥ ପଣ୍ଡା,ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ମିଶ୍ର,ଅଧ୍ୟାପକ ଡ଼. ଅଶୋକ କୁମାର ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ । ଭରତପତି ମହାବିଦ୍ୟାଳୟରେ ଦୀର୍ଘ ୩୪ ବର୍ଷର କାର୍ଯ୍ୟ କରି ଅବସର ନେଇଥିବା ସତ୍ୟନାରାୟଣ ପତିଙ୍କ ବିଷୟରେ ଅତିଥି ମାନେ ସେମାନଙ୍କ ସ୍ମୃତିକୁ ମନେ ପକେଇଥିଲେ । ମହାବିଦ୍ୟାଳୟ ତରଫରୁ ଅବସର ନେଉଥିବା ଶ୍ରୀ ପତିଙ୍କୁ ପୁଷ୍ପଗୁଛ,ବସ୍ତ୍ର ଓ ଉପହାର ଦେଇ ସମ୍ବର୍ଦ୍ଧନା ଦିଆଯାଇଥିଲା । କାର୍ଯ୍ୟକ୍ରମକୁ କ୍ରୀଡା ଶିକ୍ଷକ ସୁଧାକର ବିଷୋଇ ପରିଚାଳନା କରିଥିବା ବେଳେ ଅଧ୍ୟାପକ ଜଳନ୍ଧର ସାହୁ ସ୍ୱାଗତ ସଙ୍ଗୀତ ଗାନ କରିଥିଲେ । କାର୍ଯ୍ୟକ୍ରମ ରେ ମହାବିଦ୍ୟାଳୟର ଅଧ୍ୟାପକ, ଅଧ୍ୟାପିକା ଓ କର୍ମଚାରୀ ମାନେ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।


