ଶ୍ରୀ ଲକ୍ଷ୍ମୀନାରାୟଣ ସେଲୁନ ସଂଘର ବାର୍ଷିକ ଉତ୍ସବ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ପୋଲସରା ସହରରେ ସଙ୍ଗଠିତ ଶ୍ରୀ ଶ୍ରୀ ଶ୍ରୀ ଲକ୍ଷ୍ମୀନାରାୟଣ ସେଲୁନ ସଙ୍ଘର ବାର୍ଷିକ ଉତ୍ସବ ମଇ ୧୪ ତାରିଖ ଦିନ ପୋଲସରା ବ୍ଲକ ଅନ୍ତର୍ଗତ ଜିଲୁଣ୍ଡା ଗ୍ରାମର ମହାଲିଙ୍ଗେଶ୍ୱର ମନ୍ଦିର ପରିସରରେ ଅନୁଷ୍ଠିତ ହୋଇ ଯାଇଛି। ସେଲୁନ ସଙ୍ଘର ବାର୍ଷିକ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୋଲସରା ନିର୍ବାଚନ ମଣ୍ଡଳୀ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ଶ୍ରୀକାନ୍ତ ସାହୁ ମହୋଦୟ ଯୋଗଦେଇ ବାର୍ଷିକ ଉତ୍ସବକୁ ଉଦଘାଟନ କରିଥିଲେ । ପୋଲସରା ଶ୍ରୀ ଲକ୍ଷ୍ମୀନାରାୟଣ ସେଲୁନ ସଂଘର ସଭାପତି କୃଷ୍ଣଚନ୍ଦ୍ର ଡାକୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବାର୍ଷିକ ଉତ୍ସବରେ ସମ୍ମାନୀତ ଅତିଥି ଭାବେ ପୋଲସରା ଏନଏସି ଉପାଧ୍ୟକ୍ଷ ସନ୍ତୋଷ କୁମାର ବେହେରା, ପୋଲସରା ବ୍ଲକ ଅଧ୍ୟକ୍ଷାଙ୍କ ପ୍ରତିନିଧି ରାଜେନ୍ଦ୍ର କୁମାର ସାହୁ, ୬ ନଂ ୱାର୍ଡ କାଉନସିଲର ସଚ୍ଚିଦାନନ୍ଦ ମଲ୍ଲିକ ଓ ଡାକୁଆ ସମାଜ ମୁଖ୍ୟ ସନ୍ତୋଷ ବେହେରା ଯୋଗଦେଇଥିଲେ। ସଂଘର ସମ୍ପାଦକ ଜୟନନ୍ଦ ଡାକୁଆ ସ୍ୱାଗତ ଭାଷଣ ପ୍ରଦାନ ସହ ବାର୍ଷିକ ବିବରଣୀ ପଠନ କରିଥିଲେ । ସଂଘର ଉପସଭାପତି ସୁଶାନ୍ତ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ । ସଙ୍ଗଠନର ସମସ୍ତ ସଦସ୍ୟ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ