ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ଜନ୍ମ ଉତ୍ସବ ପାଳିତ

କେନ୍ଦ୍ରାପଡା,(ଚିତ୍ତରଞ୍ଜନ ଦାସ): ଜଗଦଗୁରୁ ଠାକୁର ଶ୍ରୀ ଶ୍ରୀ ଅଭିରାମ ପରମହଂସଦେବଙ୍କ ୧୧୮ତମ ଜନ୍ମ ଉତ୍ସବ କୋଭିଡ ନିୟମ ଅନୁପାଳନ ପୂର୍ବକ କେନ୍ଦ୍ରାପଡା ଜିଲ୍ଲା ଭକ୍ତ ସମିତି ଆଶ୍ରମ ପରିସରରେ ପାଳିତ ହୋଇଯାଇଛି । ପ୍ରାତଃରେ ଠାକୁରଙ୍କ ମହାସ୍ନାନ କରାଯାଇ ଷୋଡଶ ଉପଚାରରେ ପୂଜା କରାଯାଇଥିଲା । ଆକାଶବାଣୀ କଳାକାରମାନେ ଯୋଗଦେଇ ଠାକୁରଙ୍କ ଭଜନ ଗାନ କରିଥିଲେ । ପାଲା ଗାୟକ ଗଗନବିହାରୀ ସିଂହ, କଣ୍ଠଶିଳ୍ପି ପ୍ରଶାନ୍ତ ମିଶ୍ର, ଅରକ୍ଷିତ ସାହୁ, ମୋହନ ଓଝା, ଉମେଶ ଭଦ୍ର, ଗଦାଧର ସାହୁ, ପିତାମ୍ବର ପ୍ରଧାନ, କୁଳମଣୀ ବେହେରା, ଦୁଃଖିଶ୍ୟାମ ପ୍ରଧାନ, ମାଧବ ପ୍ରଧାନ ପ୍ରମୁଖ ସଂଗୀତ ପରିବେଷଣ କରିଥିଲେ । ଭକ୍ତ ସମିତିର ଉପସଭାପତି ରାମଚନ୍ଦ୍ର ରାଉତ, ସରୋଜକାନ୍ତ ଜେନା, ଫକିର ନାଥ, ନିଧିରାମ ନାଥ, ସନ୍ତୋଷ ଦାସ, ଶାରଦା ପ୍ରସନ୍ନ ନାଥ, ସନାତନ ପ୍ରଧାନ, ବୈଲୋଚନ ବିଶ୍ୱାଳ, ହରେକୃଷ୍ଣ ବରାଳ, ଉତ୍ତମ ଚରଣ ପ୍ରଧାନ, ଗୈାରାଙ୍ଗ ନାଥ, ସଦାନନ୍ଦ ନାଥ, ସରୋଜ ବାରିକ, ବୈଷ୍ଣବ ବାରିକ, ଅନ୍ନପୂର୍ଣ୍ଣା ରାଉତ, ପ୍ରମିଳା ଓଝା, ସତ୍ୟଭାମା ନାଥ, ଲକ୍ଷ୍ମୀପ୍ରିୟା ନାଥ, ଯଶୋଦା ସାହୁ, ସାବିତ୍ରୀ ନାଥ, ନିର୍ମଳା ନାଥ, ଝରଣା ନାଥ, ରାଜକିଶୋର ବାରିକ, ଅନାମ ନାଥ, ପ୍ରହଲାଦ ଦାସ, କ୍ରୀଷ୍ଣାମଞ୍ଜରୀ ନାଥ, ବିଜୟ ନାଥ, ସୂର୍ଯ୍ୟମଣୀ ନାଥ, ସୋନାଲି ନାଥ, ସାବି ନାଥ ପ୍ରମୁଖ ପୂଜାରେ ଯୋଗଦେଇଥିଲେ । ଜିଲ୍ଲା ସଙ୍ଘ ସଭାପତି କ୍ଷୀରୋଦ କୁମାର ନାଥ ଉତ୍ସବ ପରିଚାଳନା କରିଥିଲେ ଓ ସୁରେନ୍ଦ୍ର ନାଥ ପୂଜା ବିଧି କରିଥିଲେ । ଧ୍ୟାନ ମଣୋହି ପରେ ସନ୍ଧ୍ୟା ଆଳତୀ ଏବଂ ଭଜନ ପରିବେଷଣ ଓ କଂଟାପଦାର ମା’ ଘୁମ ଫଟେଇ କୀର୍ତ୍ତନ ମଣ୍ଡଳିର କଳାକାରମାନେ କୀର୍ତ୍ତନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ