ଶ୍ରୀ ଶ୍ରୀ ବାସୁଦେବ ଠାକୁରଙ୍କ ବାର୍ଷିକୋତ୍ସବ

ଚାରିଛକ (ଜୁଗାବ୍ଦ ନ୍ୟୁଜ୍‍):ପ୍ରତିବର୍ଷ ଭଳି ଚଳିତ ବର୍ଷ ତୁଳସୀପୁରର ରଙ୍ଗତାମଠଠାରେ ଶ୍ରୀ ଶ୍ରୀ ବାସୁଦେବ ଠାକୁରଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ବୃକ୍ଷପୂଜା ଓ ଘଟସ୍ଥାପନା ପରେ ଠାକୁର ବନମାଳିପୁରଠାରୁ ଏକ ସୁସଜିତ ବିମାନରେ ବାହାରି ସାତଗଡ ବୁଲି ସରିବା ପରେ ମେଳଣ ପୀଠରେ ପହଞ୍ôଚଥିଲେ । ସେଠାରେ ଆଳତୀ,ପୁଷ୍ପାଞ୍ଜଳି, ଶାନ୍ତିପାଠ, ଭାଗବତ ପାଠ ପରେ ଯଜ୍ଞ ଆରମ୍ଭ ହୋଇଥିଲା । ପୂର୍ଣ୍ଣାହୂତି ସରିବା ପରେ ସଂଧ୍ୟାରେ ଆତସବାଜୀ ପ୍ରଦର୍ଶନ ହୋଇଥିଲା । ସାତଗଡ କାଳନ୍ଦୀ ମହାସଂଘ ପକ୍ଷରୁ ସମସ୍ତ ଆୟୋଜନ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ