ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ବାର୍ଷିକ କ୍ରିଡାତ୍ସୋବ ଉଦ୍‌ଯାପିତ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ବିଦ୍ୟାଳୟସ୍ତରୀୟ କ୍ରିଡାରେ ଭାଗ ନେଉଥିବା ପିଲାମାନେ କେବଳ ବିଦ୍ୟାଳୟସ୍ତରରେ ନୁହେଁ ଭଲ ଖେଳି ଜାତୀୟ,ଆନ୍ତର୍ଜାତୀୟସ୍ତରରେ ଖେଳିବା ଦରକାର । ଯାହାଫଳରେ ନିଜ ଅଚଂଳର ନାମକୁ ଆମେ ଦେଶ ତଥା ଦେଶ ବାହାରେ ପ୍ରତିପାଦିତ କରି ପାରିବା । ପିଲାମାନେ କେବଳ ପାଠପଢା ନୁହେଁ ଖେଳକୁଦ,ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ନିଜର ଅନ୍ତର୍ନିହିତ ଗୁଣରେ ବିକାଶ କରି ପାରିଲେ ଆମେ ମାନବ ସମ୍ବଳକୁ ସଠିକ ସଦୁପଯୋଗ କରି ପାରିବା । ତେଣୁ ଛାତ୍ରଛାତ୍ରୀମାନେ ପାଠ ପଢିବା ସହିତ ନିଜର ଅନ୍ତର୍ନିହିତ ଗୁଣର ବିକାଶ କରିବା ଜରୁରୀ ବୋଲି ବୁଧବାର ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଗଂଗଦାସ୍ଥିତ ଶ୍ରୀ ଶ୍ରୀ ମଉଳା ଭଣଜା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ବାର୍ଷିକ କ୍ରିଡାତ୍ସୋବ ସମାରୋହରେ ମୁଖ୍ୟ ଅତିଥି ଭାବେ ଜଗତସିଂହପୁର ସାଂସଦ ବିଭୁ ପ୍ରସାଦ ତରାଇ ଯୋଗ ଦେଇ ମତବ୍ୟକ୍ତ କରିଥିଲେ । ବିଦ୍ୟାଳୟର ଅଧ୍ୟକ୍ଷ ଅଧିକାରୀ ଲେଙ୍କାଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଶିଷ୍ଟ ଅତିଥି ଭାବେ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ, ଓଡିଶା ବିଧାନସଭା ସଚିବ ଦାଶରଥୀ ଶତପଥୀ, ସାମାଜିକ କର୍ମୀ ଉପେନ୍ଦ୍ର ବିଶ୍ୱାଳ, ପୂର୍ବତନ ଅଧ୍ୟକ୍ଷ ନିଲୁରାମ ଜେନା, ପ୍ରତିଷ୍ଠାତା ସଭାପତି ରବିନ୍ଦ୍ର ଓଝା, ଅଧ୍ୟାପକ ଡଃ.ନିରଂଜନ ବିଶ୍ୱାଳ, ଅଧ୍ୟାପକ ପ୍ରତାପ ମିଶ୍ର, କ୍ରିଡା ଶିକ୍ଷକ ଏସ.କେ ବର୍କତୁଲା ପ୍ରମୁଖ ଯୋଗ ଦେଇ ପାଠପଢା ସହିତ ଖେଳକୁଦ ଏକାନ୍ତ ଜରୁରୀ ବୋଲି ମତବ୍ୟକ୍ତ କରିଥିଲେ । ଶେଷରେ ମୁଖ୍ୟ ଅତିଥି ତରାଇଙ୍କ ଦ୍ୱାରା ବିଦ୍ୟାଳୟରେ ବିଭିନ୍ନ ବିଭାଗରେ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଅଧ୍ୟାପକ ହରିପ୍ରସାଦ ପତି,ଧରେନ ପତି,ସନ୍ତୋଷ ଆଚାର୍ଯ୍ୟ, ଅଧ୍ୟାପିକା ଅନୁସୂୟା ଲେଙ୍କା,ଲିପ୍ସାରାଣୀ ଦାସ, ଲାଇବେରିଆନ ଦୁର୍ଯ୍ୟୋଧନ ଜେନା, ସୁବାଷିନୀ ଦାସ ପ୍ରମୁଖ ପରିଚାଳନା କରୁଥିବା ବେଳେ ରିତେଶ ନାୟକ, ଆଲୋକ ସାହୁ, ଗାୟତ୍ରୀ ଲେଙ୍କା, ବିଳାସିନୀ ମହାରଣା ପ୍ରମୁଖ ପରିଚାଳନାରେ ସହଯୋଗ କରୁଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ