ଶ୍ରୀ ସତ୍ୟସାଇ ସେବା ସଂଗଠନ ପକ୍ଷରୁ ବହୁବିଧ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର

କେନ୍ଦ୍ରାପଡା : କେନ୍ଦ୍ରାପଡାର ଶ୍ରୀ ସତ୍ୟସାଇ ସେବା ସଂଗଠନ ଆନୁକୁଲ୍ୟରେ କେନ୍ଦ୍ରାପଡା ବ୍ଲକ ଅନ୍ତର୍ଗତ ଆୟବା ପଂଚାୟତର ଗୋବରୀ ସରକାରୀ ହାଇସ୍କୁଲ ପରିସରରେ ରବିବାର ଏକ ବହୁବିଧ ସ୍ୱାସ୍ଥ୍ୟ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ପ୍ରାକ୍ତନ ଜିଲ୍ଲା ସଭାପତି ରାମଚନ୍ଦ୍ର ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଏହି ସିବିରକୁ ଉଦଘାଟନ କରିଥିଲେ । ନିକଟସ୍ଥ ଗ୍ରାମମାନଙ୍କରୁ ଆସିଥିବା ପ୍ରାୟ ୨୯୦ଜଣ ରୋଗୀଙ୍କୁ କଟକର ଶ୍ରୀରାମ ଚନ୍ଦ୍ର ଭଞ୍ଜ ମେଡିକାଲ କଲେଜରୁ ଆସିଥିବା ଡା.ଅଭୟ କୁମାର ସାହୁ,ପଂଚାନନ ସାହୁ,ରବିନ୍ଦ୍ର ସେନାପତି,ମୋନାଲିସା ସ୍ୱାଇଁ ପ୍ରମୁଖ ମାଗଣାରେ ଚିକିତ୍ସା କରିବା ସହ ଆବଶ୍ୟକ ଔଷଧ ଯୋଗାଇ ଦେଇଥିଲେ । ଶ୍ରୀ ସତ୍ୟସାଇ ସେବା ସମିତି ପଲାଇ,କୋରୋର ସେବାଦଳ ରୋଗୀମାନଙ୍କୁ ସହାୟତା ପ୍ରଦାନ କରିଥିଲେ । ସଂଗଠନର ପ୍ରାକ୍ତନ ଆବାହକ ପ୍ରଶାନ୍ତ ସାମଲ,ସ୍ମୃତିରଞ୍ଜନ ନାୟକ,ଆଧ୍ୟାତ୍ମିକ ସଂଯୋଜକ ସୁରେଶ ଚନ୍ଦ୍ର ସାହୁ,ଇନ୍ଦ୍ରମଣି ଦାସ,ପଦନୀ ମୋହନ ସେନାପତି,ଶୁଭକାନ୍ତ ସ୍ୱାଇଁ,ସର୍ବେଶ୍ୱର ସାହୁ,ନରେନ୍ଦ୍ର ନାଥ ସାହୁ,ପତିତପାବନ ଲେଙ୍କା ପ୍ରମୁଖ ସେବା କାର୍ଯ୍ୟରେ ସାମିଲ ହୋଇ ଶିବିରକୁ ସଫଳ କରିଥିଲେ । ବିଦ୍ୟାଜ୍ୟୋତି ଜିଲ୍ଲା ସଂଯୋଜକ ଦିପ୍ତିରଞ୍ଜନ ଦାଶ ଓ ବିଷ୍ଣୁ ଚରଣ ସାମଲ ଏହି ପବିତ୍ର କାର୍ଯ୍ୟକୁ ସଂଯୋଜନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ