ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ କେନ୍ଦ୍ରାପଡା ସହରରେ ଏକମୁଖୀ ରାସ୍ତା ପ୍ରଚଳନ କରାଯିବ
କେନ୍ଦ୍ରାପଡା : ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ରଥଯାତ୍ରା ଉପଲକ୍ଷେ କେନ୍ଦ୍ରାପଡା ସହରରେ ଏକମୁଖୀ ରାସ୍ତା ପ୍ରଚଳନ କରାଯିବ । ଏହି ବ୍ୟବସ୍ଥା ଚଳିତମାସ ୪ତାରିଖ ଠାରୁ ୬ତାରିଖ ପର୍ଯ୍ୟନ୍ତ ଗୁଣ୍ଡିଚା ଯାତ୍ରା ଏବଂ ୧୨ତାରିଖ ଠାରୁ ୧୪ତାରିଖ ପର୍ଯ୍ୟନ୍ତ ବାହୁଡାଯାତ୍ରା ପାଇଁ ବଳବତର ରହିବ । କେନ୍ଦ୍ରାପଡାର ଆରାଧ୍ୟ ତଥା ସହରର ଇଛାପୁରସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳଦେବଜୀଉଙ୍କ ପ୍ରସିଦ୍ଧ ରଥଯାତ୍ରା ସୂଚାରୁୂ ରୂପେ ପରିଚାଲନା ତଥା ଭକ୍ତ ଓ ଶ୍ରଦ୍ଧାଳୁଯାତ୍ରୀମାନଙ୍କ ଆଗମନକୁ ଦୃଷ୍ଟିରେ ରଖି ସରଳ ଟ୍ରାଫିକ ବ୍ୟବସ୍ଥା ସୂରୁପ ଏହି ଏକମୁଖୀ ରାସ୍ତାର ପ୍ରଚଳନ କରାଯାଉଛି । ଜିଲ୍ଲା ପୋଲିସ ପକ୍ଷରୁ ଯାତ୍ରୀମାନଙ୍କ ସମାଗମ ଓ ଯାତାୟତର ସୁବିଧା ତଥା ଯାନ ଚଳାଚଳ ଓ ଆଇନଶୃଙ୍ଖଳା ବ୍ୟବସ୍ଥାରେ ଶାନ୍ତିପୂର୍ଣ୍ଣ ଭାବେ ଭକ୍ତ ଓ ଯାତ୍ରୀମାନେ ଯେପରି ଗୁଣ୍ଡିଚା ଯାତ୍ରା ଓ ବାହୁଡାଯାତ୍ରାରେ ଶ୍ରୀ ବଳଦେବଜୀଉଙ୍କୁ ଦର୍ଶନକରି ସହରରେ ଯାତାୟତ କରିପାରିବେ ସେଥି ନିମନ୍ତେ ଏହି ଏକମୁଖୀ ରାସ୍ତା କାର୍ଯ୍ୟକାରି କରାଯିବ । ପଟ୍ଟାମୁଣ୍ଡାଇରୁ ଓ ତିନିମୁହାଣିରୁ ଟାଉନ ମଧ୍ୟକୁ ଆସୁଥିବା ବସ, ଟ୍ରକ, ଟ୍ରେକର, ଟ୍ରାକ୍ଟର, ୪୦୭ ପ୍ରଭୁତି ଭାରିଯାନ ଗୁଡିକ ସେମାନଙ୍କ ଦିଗ ପରିବର୍ତ୍ତନ କରି ଦୁହୁରିଆ ପଟେ ଯିବେ । ମଟରସାଇକେଲ, ସ୍କୁଟର, ସ୍କୁଟି, ରିକ୍ସା ପ୍ରଭୃତି ଦୁଇଚକିଆ ହାଲୁକା ଯାନ ଗୁଡିକ ନୂଆ ବସଷ୍ଟାଣ୍ଡକୁ ଆସି ଗୋବରୀ ରିଂ ରୋଡ, ଭାଷ୍କର ଟକିଜ, ହାଇସ୍କୁଲ କ୍ରସିଂ, ମେଡିକାଲ ରୋଡ, ସାନ୍ତସାହି, କେଶପୁର , କେନାଲ ବ୍ରିଜ, କେନାଲ ରୋଡ,କେନ୍ଦ୍ରାପଡା ବ୍ଲକ ରୋଡ,ସଲଟ ଆଇ.ବି.,ମଧ୍ୟଖଣ୍ଡି ଯାଇ ସେଠାରୁ ଭାୟା ହାଟକଣ କ୍ରସିଂ, ଅକଟ୍ରାଇ ଚେକଗେଟ ଦେଇ କେଶପୁର କେନାଲବ୍ରିଜ ଦେଇ ସେଠାରୁ ମୀରପାଟଣା,କାକଟ ଲକ ଦେଇ ନୂଆ ବସଷ୍ଟାଣ୍ଡ କିମ୍ବା ଶ୍ୟାମସୁନ୍ଦରପୁରଗଡା ନିକଟରେ ବାହାରି ପାରିବେ । ଗୋପପଟୁ ଆସୁଥିବା ହାଲୁକା ଯାନ ଗୁଡିକ ଭାୟା ସାନମଙ୍ଗଳା ଛକ ପରେ କେଶପୁର କେନାଲ ବ୍ରିଜ ଓ ମୀରପାଟଣା ରୋଡ ଦେଇ ଯିବେ । ସେହିପରି ଶ୍ୟାମସୁନ୍ଦରପୁର ଆଡୁ ଆସୁଥିବା ହାଲୁକାଯାନ ଗୁଡିକୁ ନୂଆ ବସଷ୍ଟାଣ୍ଡ ଦେଇ ଯିବାକୁ ଅନୁମତି ଦିଆଯିବ । ଜିଲ୍ଲା ପୋଲିସ ପକ୍ଷରୁ ଏହି ସୁଚନା ଶ୍ରୀ ବଳଦେବଜୀଉଙ୍କ ଦର୍ଶନରେ ଆସୁଥିବା ଭକ୍ତ ଓ ଯାତ୍ରୀମାନଙ୍କ ଅବଗତି ଏବଂ ସମସ୍ତ ହାଲୁକା ଯାନ ଓ ଭାରୀ ଯାନ ମାଲିକଙ୍କ ଅବଗତି ନିମନ୍ତେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଜନାଇ ଦିଆଗଲା ।