ଶ୍ରେଣୀଗୃହ ରେ ଜିଲ୍ଲାପାଳ

(ଯୁଗାବ୍ଦ ନ୍ୟୁଜ )କାଦୁଅ ବିଲରେ ଚାଷୀ ମାନଙ୍କ ସହ ଧାନ ରୋଇ ଚର୍ଚ୍ଚା ରେ ଥିବା ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଏବେ ପୁଣି
ଥରେ ଚର୍ଚ୍ଚା ର ପରିଧି କୁ ଆସିଛନ୍ତି । ଆଜି ଜିଲ୍ଲାପାଳ ଧରାକୋଟ ବ୍ଲକ ର ଉଷୋଗୁମା ଆଦର୍ଶ ବିଦ୍ୟାଳୟରେ ସପ୍ତମ , ଅଷ୍ଟମ , ନବମ, ଦଶମ , ଶ୍ରେଣୀ ର ଛାତ୍ରଛାତ୍ରୀ ମାନଙ୍କୁ ପାଠ ପଢାଇଛନ୍ତି ଏହି ପ୍ରଶାସକ । ପାଠ ପଢାଇବ । ସହ ଛାତ୍ରଛାତ୍ରୀ ମାନଙ୍କ ସହିତ ପ୍ରଶ୍ନ ଉତ୍ତୋର ସହାୟତା ରେ ମତ ବିନିମୟ କରିଛନ୍ତି । ଏବଂ ଦଶମ ଶ୍ରେଣୀ ର ପିଲା ମାନଙ୍କୁ ନାରୀଶିକ୍ଷା ଉପରେ ପ୍ରବନ୍ଧ ଲେଖି ଅଗଷ୍ଟ ୧୫ ରେ ଦେବାପାଇଁ କହିଛନ୍ତି । ଅନ୍ୟପଟେ ବିଦ୍ୟାଳୟର ଶିକ୍ଷୟତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି କାଲି ସୁଧା ବିଦ୍ୟାଳୟ କୁ ଚାରା ଗୁଡିକ ଆଣି ଛାତ୍ରଛାତ୍ରୀ ମାନଙ୍କୁ ବାଣ୍ଟିବା ସହିତ ବୃକ୍ଷରୋପଣ ର ଉପାଦୟତା ବିଷୟରେ ଜଣାଇବା ପାଇଁ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଅନ୍ୟପଟେ ପିଲାମାନଙ୍କର ସୃଜନଶୀଳତାର ବୃଦ୍ଦି ନିମନ୍ତେ ଏବଂ ପାଠପଢା ପ୍ରତି ଆକୃଷ୍ଟ କରିବା ପାଇଁ ବକ୍ସ ଲାଇବ୍ରେରୀ ଷଷ୍ଠ, ସପ୍ତମ, ଅଷ୍ଟମ ନବମ, ଦଶମଶ୍ରେଣୀ ରେ ରହିବ । ଏହି ବାକ୍ସ ରେ ବହି ରହ୍ିବା ସହ ଛାତ୍ରଛାତ୍ରୀ ମାନେ ବହିପଢିବାର ସୁଯୋଗ ।ପଇବେ । ଫଳରେ ସେମାନଙ୍କର ଜ୍ଞାନ ର ପରି ପ୍ରକ।ଶ ହୋଇପାରିବ ବୋଲି ସେ କହିଛନ୍ତି । ତା ସହିତ ବିଦ୍ୟାଳୟରେ ଥିବା ଲାଇବ୍ରେରୀ କୁ କାର୍ଯ୍ୟକ୍ଷମ କରିବା ପାଇଁ କହିଛନ୍ତି । ବିଦ୍ୟାଳୟରେ ଥିବା ଛାତ୍ରୀ ନିବାସ ଯଥା ଶ୍ରୀଘ୍ର ଖୋଲିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଅଚାନକ ଜିଲ୍ଲାପାଳ ଙ୍କ ବିଦ୍ୟାଳୟ  ଗ୍ରସ୍ତ କୁ ନେଇ ଚଳଚଞ୍ଚଳ ହୋଇଉଠିଥିଲା ଧରାକୋଟରେ ର ଆଦର୍ଶ ବିଦ୍ୟାଳୟ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ