ଅଗ୍ନିକାଣ୍ଡରେ ତିନି ପରିବାର ସର୍ବସ୍ୱାନ୍ତ

ଜଟଣୀ (ଜୁଗାବ୍ଦ ନ୍ୟୁଜ୍‍): ଜଟଣୀ ବ୍ଲକ୍ ଅନ୍ତର୍ଗତ ବେଣାପଞ୍ଜରୀ ପଞ୍ଚାୟତର ବେଣାପଞ୍ଜରୀ ମୁସଲିମ୍ ସାହିରେ ସୋମବାର ଭୟାବହ ଅଗ୍ନିକାଣ୍ଡ ଘଟି ତିନୋଟି ପରିବାରର ତିନିରୁ ଊଦ୍ଧ୍ୱର୍ ଘର ପୋଡିଯାଇଥିବା ବେଳେ ପରିବାରଟି ସର୍ବସାନ୍ତ ହୋଇଯାଇଛି । ଅଗ୍ନିଶମ ବିଭାଗ ଦେଢଘଣ୍ଟା ବିଳମ୍ବରେ ପହଞ୍ôଚବାକୁ ନେଇ ଗ୍ରାମରେ ଚାପା ଉତ୍ତେଜନା ଦେଖାଦେଇଥିଲା ।
ସୂଚନାନୁସାରେ, ବେଣାପଞ୍ଜରୀ ଗ୍ରାମ ମୁସଲିମ୍ ସାହିର ନସୀମା ବିବି, ଜମୁରୀନ୍ ବିବି ଓ ରୋଜିଦା ବିବିଙ୍କ ଘରେ ସୋମବାର ଅପରାହ୍ନ ୨ଟାବେଳେ ହଠାତ୍ ଚାଳଘରୁ ନିଆଁ ବାହାରିଥିଲା । କ୍ଷଣକ ମଧ୍ୟରେ ନିଆଁ ଚାରିଆଡ଼େ ବ୍ୟାପିଯାଇଥିଲା । ଗ୍ରାମବାସୀ ଏନେଇ ଅଗ୍ନିଶମ ବିଭାଗକୁ ଜଣାଇବା ସହ ନିଆଁକୁ ଆୟତ୍ତ କରିଥିଲେ । ଅନ୍ୟ ପକ୍ଷରେ ମାତ୍ର ୯ କିମି ଦୂରତା ପାଇଁ ଅଗ୍ନିଶମ ବିଭାଗ ଦେଢଘଣ୍ଟା ବିଳମ୍ବରେ ପହଞ୍ଚିଥିଲା । ସେତେବେଳକୁ ଗ୍ରାମବାସୀଙ୍କ ଦ୍ୱାରା ନିଆଁ ଲିଭା ସରିଥିଲା । ତେବେ ଅଗ୍ନିଶମ ବିଭାଗ ଆସିବାରେ ବିଳମ୍ବକୁ ନେଇ ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଥିଲା । ଅଗ୍ନିକାଣ୍ଡ ଘଟିଥିବା ଏହି ତିନୋଟି ପରିବାରର ଧାନ, ଚାଉଳ, ଲୁଗାପଟା ଓ ଅନ୍ୟାନ୍ୟ ଆସବାବପତ୍ର ପୋଡିଯାଇଥିଲା । ଏଥିରେ ତିନୋଟି ପରିବାରର ୩୦ରୁ ୩୫ ହଜାର ଟଙ୍କାର କ୍ଷୟକ୍ଷତି ହୋଇଥିବା ସୂଚନା ମିଳିଛି । ଖବର ପାଇ ବେଣାପଞ୍ଜରୀ ଆର୍ଆଇ ବିପନ୍ନଙ୍କୁ ପଲିଥିନ୍ ଯୋଗାଇଦେବା ସହିତ ଅନ୍ୟାନ୍ୟ ସରକାରୀ ସହାୟତା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି । ମାତ୍ର ଖବର ଲେଖା ହେବା ପର୍ଯ୍ୟନ୍ତ ଜିଲ୍ଲା ବା ବ୍ଲକ୍ ପ୍ରଶାସନ ପକ୍ଷରୁ କେହି ସହାୟତା ପାଇଁ ପହଞ୍ଚିନଥିବା ବିପନ୍ନମାନେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ