ଶ୍ୱଶୁର ଘରେ ଜ୍ୱାଇଁର ତାଣ୍ଡବ , ଜ୍ୱାଇଁର ପନିକି ଚୋଟରେ ୬ ଆହାତ

ଜଳେଶ୍ୱର ଥାନା ନାମ୍ପୋ ଫାଣ୍ଡି ଅଧିନସ୍ଥ ଖାଲିନା ଗ୍ରାମରେ ଜ୍ୱାଇଁ ସାଜିଲା ସଇତାନ । ସଇତାନ ଜ୍ୱାଇଁର ଆକ୍ରମଣରେ ଶାଶୁ ,ଶଶୁର , ଶଳା , ଙ୍କୁ ମରଣାନ୍ତକ ଆକ୍ରମଣ କରିବା ସହ ପୋଲିସ ଉପରକୁ ଆକ୍ରମଣ କରିଛି । ଆକ୍ରମଣରେ ସମସ୍ତ ଆହାତ ମାନଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତିକରାଯାଇଛି । ସମସ୍ତ ଆହାତ ମାନଙ୍କ ମଧ୍ୟରେ ଶଶୁର ଙ୍କ ଅବସ୍ଥା ସଂକଟାପର୍ଣ୍ଣ ରହିଛି । ମିଳିଥିବା ଖବର ଅନୁଯାୟୀ ଗତକାଲି ଖାଲିନା ଗ୍ରାମର ନିଳାମ୍ବର ପାଣିଗ୍ରାହି ଙ୍କ ଘରକୁ ସକାଳେ ତାଙ୍କ ଜ୍ୱାଇଁ ରଞ୍ଜନ ପଣ୍ଡା ଘରକୁ ଆସିଥିଲେ । ଶଶୁର ଘରେ ତାଙ୍କ ସ୍ତ୍ରୀ ଅଧିକ ଦିନ କଣ ପାଇଁ ରହିଛି ବୋଲି ପାଟିତୁଣ୍ଡ ଆରମ୍ଭ କରିଥିଲେ । ଏହା ପରେ ଜ୍ୱାଇଁ ସାଙ୍ଗରେ ଆଣିଥିବା ପନିକି ମାଧ୍ୟମରେ ତାଙ୍କ ଶାଶୁ ଙ୍କୁ ଦାୟୀ କରିବା ସହ ତାଙ୍କ ତଣ୍ଟି ରେ ଛୁରି ଲଗାଇଥିଲେ । ଜ୍ୱାଇର୍ କୁ ଛଡାଇବାକୁ ଆସି ଶଳା ସିପୁନ (୧୫) ,ଶାଳି ସସ୍ମିତା (୧୫)ଗ୍ରାମର ଜଗା ଦାସ , ବିଶ୍ୱଜିତ ଦାସଙ୍କୁ ପନିକି ମାଧ୍ୟମରେ ଆକ୍ରମଣ କରିଥିଲା । ଏହାପରେ କିଛି ମୁହୁର୍ତ୍ତ ମଧ୍ୟରେ ରଣକ୍ଷେତ୍ର ପାଲଟି ଥିବା ସ୍ଥାନରେ ଗ୍ରାମବାସୀଙ୍କ ଭିଡ ପରିଲକ୍ଷିତ ହୋଇଥିଲା । କିନ୍ତୁ ସଇତାନ ଜ୍ୱାଇଁର କବଳରୁ ଶାଶୁ ଓ ଶଶୁରଙ୍କୁ ରକ୍ଷା କରିବା ପାଇଁ କେହି ମଧ୍ୟ ସାହାସ ଜୁଟାଇପାରିଲେ ନାହିଁ । ଏହାପରେ ସଂଗେ ସଂଗେ ନିକଟସ୍ଥ ପୋଲିସ ଫାଣ୍ଡିକୁ ଜଣାଇଥିଲେ । ପୋଲିସ ଟିମ ଘଟଣା ସ୍ଥଳରେ ପହଞ୍ôଚଥିଲା ।କିନ୍ତୁ ସଇତାନ ଜ୍ୱାଇଁର ଆକ୍ରମଣରେ ପୋଲିସ ଅଧିକାରୀ ମଧ୍ୟ ଆକ୍ରମଣର ଶୀକାର ହୋଇଥିଲେ । ଦୀର୍ଘ ସମୟ ପରେ ଜ୍ୱାଇଁକୁ ଗ୍ରାମବାସୀ କାବୁ କରିବାରେ ସଫଳ ହୋଇଥିଲେ । ଏହାପରେ ଜ୍ୱାଇଁ ଙ୍କୁ ପୋଲିସ ଗିରଫ କରିଥିଲା । ଶ୍ୱଶୁର ନିଳାମ୍ବରଙ୍କ ଅଭିଯୋଗ ଆଧାରରେ ପୋଲିସ ୧୧୯ ନମ୍ବର ରେ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ