ଶ୍ୱାସରୋଗ ନିୟନ୍ତ୍ରଣ କରେ ମହୁ ଏବଂ ସୋରିଷ ତେଲ

ଶୀତଋତୁରେ ଥଣ୍ଡା, କାଶ, ଛିଙ୍କ ଓ ଜ୍ବର ଭଳି ବିଭିନ୍ନ ରୋଗ ଭଳି ରୋଗ ଦେଖାଦେଇଥାଏ। ଏହି ଋତୁରେ ଯେତେ ସବୁ ରୋଗ ଦେଖାଦିଏ, ତାହା ମଧ୍ୟରୁ ଜଟିଳ ରୋଗ ହେଉଛି ଆଜମା। ଏହା ଏକ ଶ୍ୱାସଜନିତ ରୋଗ । କିଛି ଲୋକଙ୍କଠାରେ ଜନ୍ମରୁ ଆଜମା ଥାଏ। କିନ୍ତୁ ଶୀତଋତୁରେ ଏହା ଉଦବେଗଜନକ ସ୍ଥିତିରେ ପହଞ୍ଚିଯାଏ। ଏହି ରୋଗ ହେବା ଦ୍ୱାରା ନିଶ୍ୱାସ ନେବାରେ ଅସୁବିଧା ହେବା ସହ ଛାତିରେ ଯନ୍ତ୍ରଣା ଅନୁଭବ ହୋଇଥାଏ । ଏହି ରୋଗ କୌଣସି ବି ବୟସର ଲୋକଙ୍କୁ ହେଉଥିବା ବେଳେ ଛାତିରେ ଯନ୍ତ୍ରଣା ହେବା ସହ କାଶ ମଧ୍ୟ ହୋଇଥାଏ । ଶ୍ୱାସକୁ ନିୟନ୍ତ୍ରଣରେ ରଖିବା ପାଇଁ ବାହାରେ ମିଳୁଥିବା ଔଷଧ ଅପେକ୍ଷା ଘରୋଇ ଉପାୟ ଆପଣାଇବା ବି ଲାଭଦାୟକ ହୋଇଥାଏ । ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ।

୧.ଏକ ଲିଟର ପାଣିରେ ଏକ  ଚାମଚ ମେଥି ମିଶାଇ ଅଧଘଣ୍ଟା ପର୍ଯ୍ୟନ୍ତ ଫୁଟାନ୍ତୁ । ଏହାକୁ ଛାଣି ଟିକେ ଅଦା ରସ ଏବଂ ମହୁ ମିଶାଇ ଏହାକୁ ସେବନ କରନ୍ତୁ । ପ୍ରତିଦିନ ସକାଳୁ ଏହାକୁ ପିଇବା ଦ୍ୱାରା ଶ୍ୱାସ ଅନେକାଂଶରେ ନିୟନ୍ତ୍ରଣରେ ରହିଥାଏ ।

୨.ସୋରିଷ ତେଲରେ କର୍ପୁର ପକାଇ ଗରମ କରନ୍ତୁ । ଟିକେ ଥଣ୍ଡା ହେବା ପରେ ଏହି ତେଲକୁ ଛାତି ଏବଂ ପିଠିରେ ମାଲିସ କରନ୍ତୁ । ୨-୩ ଥର ମାଲିସ କରିବା ଦ୍ୱାରା ନିଶ୍ୱାସ ନେବା ସହଜ ହେବା ସହ ଆରାମ ଲାଗିଥାଏ।

୩. ଅଦା, ମହୁ ଏବଂ ଡାଳିମ୍ବକୁ ମିଶାଇ ଏକ ପାନୀୟ ତିଆରି କରନ୍ତୁ । ଆଜମା ହେବା ସମୟରେ ଦିନକୁ ୨-୩ ଥର ଏହାକୁ ସେବନ କଲେ ପାର୍ଥକ୍ୟ ଆପେ ଆପେ ଜାଣି ପାରିବେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ