ଷଣ୍ଢ ପାଇଁ ଗ୍ରାମବାସୀ ଲଣ୍ଡା ହେଲେ

ନିମାପଡା, (ସନ୍ତୋଷ ଦାଶ):ହିନ୍ଦୁ ଧର୍ମରେ ଗୋରୁଗାଈ ଙ୍କୁ ଗୋମାତା ରୂପେ ପୂଜା କରାଯାଉ ଥିବାବେଳେ ଷଣ୍ଢ ବା ବୃଷଭ ଙ୍କୁ ମହାଦେବ ଙ୍କର ବାହନ ରୂପେ ବିବେଚନା କରାଯାଇଥାଏ। ନିମାପଡା ବ୍ଲକ ବଡମାଛପୁର ବାରହାଗୋରଡା ଗ୍ରାମରେ ଗତ ଦଶ ଦିନ ପୂର୍ବେ ଏକ ଷଣ୍ଢ ର ମୃତ୍ୟୁ ଘଟିଥିଲା।ଉକ୍ତ ଷଣ୍ଢ ଟି ଦୀର୍ଘ ୩୦ ବର୍ଷ ହେବ ଗ୍ରାମରେ ଏକ ପୋଷା ଷଣ୍ଢ ହୋଇ ରହିଥିଲା।ଷଣ୍ଢଟିର ମୃତ୍ୟୁ ରେ ଗ୍ରାମବାସୀ ଅତ୍ୟନ୍ତ ଦୁଃଖିତ ହେବା ସହିତ ମୃତ୍ୟୁ ର ଦଶ ଦିନରେ ଗ୍ରାମବାସୀ ଙ୍କ ତରଫରୁ ଶୁଦ୍ଧିକ୍ରିୟା କରାଯାଇଛି।ବୁଧବାର ଗ୍ରାମର ୧୦ଜଣରୁ ଅଧିକ ବ୍ୟକ୍ତି ଷଣ୍ଢ ପାଇଁ ଚୁଟି ଦାନକରି ଲଣ୍ଡା ହୋଇଛନ୍ତି।ଦଶାହ ପରେ ଏକାଦଶାହ ଏବଂ ଅନ୍ଯାନ୍ଯ କର୍ମ ମଧ୍ୟ ଅନୁଷ୍ଠିତ ହେବ ବୋଲି ଗ୍ରାମବାସୀମାନେ ପ୍ରକାଶ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ