ଷଷ୍ଠ ଦିନରେ ଏଲିମେଣ୍ଟାରୀ ଶିକ୍ଷକଙ୍କ ଧାରଣା

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ):୫ ଦଫା ଦାବି ନେଇ ଏଲିମେଣ୍ଟାରୀ ଶିକ୍ଷକଶିକ୍ଷୟିତ୍ରୀମାନଙ୍କ ଧାରଣା ଷଷ୍ଠ ଦିନରେ ପହଞ୍ôଚଥିଲେ ମଧ୍ୟ ରାଜ୍ୟ ସରକାର ଶିକ୍ଷକଙ୍କର ଦାବି ପ୍ରତି କର୍ଣ୍ଣପାତ କରିନାହାଁନ୍ତି । ରାଜ୍ୟର କୋଣ ଅନୁକୋଣରୁ ଶହ ଶହ ଶିକ୍ଷୟିତ୍ରୀଶିକ୍ଷକ ଜ୍ୟେଷ୍ଠମାସର ରୌଦ୍ରତାପକୁ ଖାତିର ନକରି ନିଜର ନ୍ୟାୟୋଚିିତ ଦାବିରେ ଧାରଣାରେ ବସି ରାଜ୍ୟ ସରକାରଙ୍କ ନିକଟରେ ଗୁହାରି ଜଣାଇଛନ୍ତି । ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ରିଜୋଲ୍ୟୁସନ ନଂ ୨୩୨୯୨ ତା ୨୯.୧୧.୨୦୧୭ରିଖ ଅନୁଯାୟୀ ୨୦୧୯ କ୍ୟାଡ଼ର ରୁଲ୍‌ରେ ପ୍ରାଥମିକ ଶିକ୍ଷକମାନଙ୍କର ନିମ୍ନତମ ଯୋଗ୍ୟତା ମାଟ୍ରିକ ସି.ଟିକୁ ଉଚ୍ଛେଦ କରି +୨ ସି.ଟି / ଗ୍ରାଜୁଏଟ ସି.ଟି ବା ବି.ଏଡ୍ ରଖାଯାଉ । ତଦନୁଯାୟୀ +୨ ସି.ଟି ପଦବୀ ଅନୁସାରେ ଗ୍ରେଡ଼ ପେ ୨୮୦୦ ଟଙ୍କା ଆଧାରରେ ୨୦୧୭ ମସିହା ଠାରୁ ସମସ୍ତ ଏଲିମେଣ୍ଟାରୀ ଶିକ୍ଷକମାନଙ୍କୁ ପ୍ରଦାନ କରାଯାଉ । ମହାସଂଘର ଆବାହକ ପ୍ରବୀଣ କୁମାର ଦାସ କହିଛନ୍ତି ଯେ, ମହାସଂଘର ଧାରଣା ଷଷ୍ଠ ଦିନରେ ପହଞ୍ôଚଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ଆନ୍ତରିକତା ପ୍ରକାଶ ନ କରିବା ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ତେଣୁ ଯେତେଦିନ ପର୍ଯ୍ୟନ୍ତ ରାଜ୍ୟ ସରକାର ମହାସଂଘର ଦାବୀ ପ୍ରତି କର୍ଣ୍ଣପାତ କରିନାହାନ୍ତି, ସେତେଦିନ ପର୍ଯ୍ୟନ୍ତ ମହାସଂଘ ଜ୍ୟେଷ୍ଠମାସର ପ୍ରଚଣ୍ଡ ରୌଦ୍ରତାପକୁ ଖାତିର ନକରି ହଜାର ହଜାର ଶିକ୍ଷକ ଧାରଣାରେ ବସି ରହିବେ । ଏ ନେଇ ଯଦି କୌଣସି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୁଏ, ସେଥିପାଇଁ ରାଜ୍ୟ ସରକାର ଦାୟୀ ରହିବେ ।ଷଷ୍ଠ ଦିନ ଧାରଣାରେ ମହାସଂଘର ଆବାହକ ପ୍ରବୀଣ କୁମାର ଦାସ, ଜିତେନ୍ଦ୍ର କୁମାର ନାୟକ, ସଲିଳ କୁମାର ପଟ୍ଟନାୟକ, ମାନସ କୁମାର ପାଢୀ, ପ୍ରିୟମ୍ବଦା ଆଚାର୍ଯ୍ୟ, ନିର୍ମଳା ମହାପାତ୍ର, ନାରାୟଣ ପଣ୍ଡା, ଯୁଧିଷ୍ଠିର ବେହେରା, ବିଜୟିନୀ ନନ୍ଦ, ପ୍ରିୟତମା ଜେନା, ନିରୂପମା ନାୟକ, ଅଭିମନ୍ୟୁ ପଲାଇ, ଦାଶରଥୀ ନାୟକ, ବାସୁଦେବ ମଲିକ, ରଶ୍ମିତା ମହାନ୍ତି, ନିରଞ୍ଜନ ରାଉତ, ଅସିତ କୁମାର ପଣ୍ଡା, ଗୁରୁଚରଣ ଦଣ୍ଡପାଟ, ପାର୍ବତୀ ମଲ୍ଲିକ, ସୁବ୍ରତ କୁମାର ବଡ଼ଜେନା, ଅମିତାଭ ଜେନା, ଚିନ୍ମୟୀ ଜେନା, ବାଇଧର ଦାସ, ପଦ୍ମାବତୀ ଦାସ, ରଶ୍ମିତା ବେହେରା, ମାନସୀ ବେହେରା, ସରୋଜ କୁମାର ସାହୁ, ସୁନିଲ କୁମାର ମିଶ୍ର, ବସନ୍ତ କୁମାର ବେହେରା, ତୁଷାରକାନ୍ତ ପରିଡ଼ା, ବ୍ରହ୍ମାନନ୍ଦ ପରିଡ଼ା, ନାରାୟଣ ଚନ୍ଦ୍ର ନାୟକ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ