ଷଷ୍ଠ ସନ୍ଧ୍ୟାରେ ଦର୍ଶକଙ୍କ ମନ ମୋହିଲା କଳାହାଣ୍ଡି ଘୁମୁରା ନୃତ୍ୟ

ଅନୁଗୋଳ (ଯୁଗାବ୍ଦ ନ୍ୟୁଜ ) ଅନୁଗୋଳ ଜିଲ୍ଲା ତାଳଚେର ଗୋପାଳପ୍ରସାଦସ୍ଥିତ ମା’ ହିଙ୍ଗୁଳା ପୀଠରେ ଚାଲିଥିବା ୧୭ତମ ଲୋକ ମହୋତ୍ସବର ଷଷ୍ଠ ସନ୍ଧ୍ୟାରେ ମୁଖ୍ୟଅତିଥି ଭାବେ ପୁରୀର ସ୍ବାମୀ ଅଖଣ୍ଡରାଜ ମହାରାଜ ଯୋଗ ଦେଇ କାର‌୍ୟ୍ୟକ୍ରମକୁ ଉଦ୍‌ଘାଟନ କରିଥିଲେ। ଟ୍ରଷ୍ଟ ବୋର୍ଡର ବରିଷ୍ଠ ସଦସ୍ୟ ସୌଭାଗ୍ୟ ଚନ୍ଦ୍ର ପ୍ରଧାନ, ଜଗନ୍‌ ମୋହନ ଗଡନାୟକ, ସଞ୍ଜୟ କୁମାର ସାହୁ, ମୁରଲୀଧର ସାହୁ ପ୍ରମୁଖ ମଞ୍ଚାସୀନ ଥିଲେ। ଏହି ଅବସରରେ ତାଳଚେରର ଅମୃତା ଅନୁଷ୍ଠାନ, ଗୁରୁ ଜି.ଅମିତ୍‌ କୁମାରଙ୍କ ନିର୍ଦ୍ଦେଶନାରେ ମୟୁରୀ ଡ୍ୟାନ୍ସ ଗ୍ରୁପ ଏବଂ ଗୁରୁ ନିରଞ୍ଜନ ରାଉତଙ୍କ ନିର୍ଦ୍ଦେଶନାରେ ଭୁବନେଶ୍ୱର ନୁପୁର ଡ୍ୟାନ୍ସ୍‌ ଗ୍ରୁପ ନୃତ୍ୟ ପରିବେଷଣ କରି ଦର୍ଶକମାନଙ୍କୁ ବିମୋହିତ କରିଦେଇଥିଲେ। ସେହିପରି ଏଫ୍‌ସିସିଆଇ ବିକ୍ରମପୁରର ନୃତ୍ୟଶିଳ୍ପୀମାନଙ୍କ ଦ୍ୱାରା ପାରମ୍ପରିକ ଆଦିବାସୀ ନୃତ୍ୟ ଓ କଳାହାଣ୍ଡି ଭବାନୀପାଟଣାର ମୃଣ୍ମୟୀ କଲଚରାଲ ସୋସାଇଟିର କଳାକାରମାନଙ୍କ ଘୁମୁରା ନୃତ୍ୟ ଦର୍ଶକଙ୍କୁ ମନ୍ତ୍ରମୁଗ୍ଧ କରିଦେଇଥିଲା। ଏହି କାର‌୍ୟ୍ୟକ୍ରମକୁ ମୁକୁନ୍ଦ ଶତପଥୀ ଓ ସଞ୍ଜୀବ ପଟ୍ଟନାୟକ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ