ଷ୍ଟାଫ ସିଲେକ୍ସନ କମିଶନର ଦୁର୍ନୀତିର ତଦନ୍ତ ପାଇଁ ଏସଆଇଟି ଗଠନ କରିବା ପାଇଁ ଦାବି

ବାଲେଶ୍ୱର, (ସରୋଜ ପଣ୍ଡା): ଓଡ଼ିଶା ଷ୍ଟାଫ ସିଲେକ୍ସନ କମିଶନ ସଦସ୍ୟଙ୍କ ବ୍ୟକ୍ତିଗତ ସଚିବ ବିରଂଚି ନାରାୟଣ ସାହୁଙ୍କ ଘରୁ ଚାକିରୀ ପାଇଁ ଆଶାୟୀ ପ୍ରାର୍ଥୀଙ୍କ କୋଟି କୋଟି ଟଙ୍କା ଓ ସୁନା ଗହଣା ଜବତ ହୋଇଛି । ଏଥିରୁ ସ୍ପଷ୍ଟ ହେଉଚି କି ରାଜ୍ୟ ସରକାରଙ୍କ କର୍ମଚାରୀମାନେ କିଭଳି ନୁଯୁକ୍ତିରେ ଦୁର୍ନୀତି କରୁଛନ୍ତି । ବିଗତ ଦିନରେ ଏଭଳି ଘଟଣା ସାମ୍ନାକୁ ଆସିଥିଲେ ମଧ୍ୟ ଯେଉଁଭଳି ତଦନ୍ତ ହେବା ଦରକାର ତାହା ହେଉଁ ନାହିଁ କିଛି ସରକାରଙ୍କ ନିଦ ଭାଙ୍ଗୁ ନାହିଁ । ଆଗରୁ ଏଏସଓ ଭଳି ବିଭିନ୍ନ ନିଯୁକ୍ତି ପରୀକ୍ଷାରେ ଅନିୟମିତତାର ଅଭିଯୋଗ ଆସିଥିଲେ ମଧ୍ୟ ସରକାର ସେଥିପ୍ରତି ଧ୍ୟାନ ଦେଇ ନାହାନ୍ତି । ରାଜ୍ୟର ବଡ଼ ବଡ଼ ନିଯୁକ୍ତି ପରୀକ୍ଷା ଦୁର୍ନୀତିର ଗନ୍ଧ ବାରି ହେଉଛି । କେଉଁଠି ପ୍ରଶ୍ନପତ୍ର ଲିକ ତ କେଉଁଠି ନିଯୁକ୍ତି ପାଇଁ ସାଧାରଣ ଛାତ୍ରଛାତ୍ରୀଙ୍କୁ ବଳିଦାନ ଦେବାକୁ ହେଉଛି । ଏହା ସଭ୍ୟ ସମାଜର ଅସଭ୍ୟତାର ବାର୍ତା ଦେଉଛି । ଛାତ୍ରଛାତ୍ରୀଙ୍କ ପ୍ରତି ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଲକ୍ଷ ଲକ୍ଷ ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ ଅନ୍ଧାର ମଧ୍ୟକୁ ଠେଲି ଯାଉଛି । ଯଦି ସରକାର ଷ୍ଟାଫ ସିଲେକ୍ସନ କମିଶନର ଏହି ମହାଦୁର୍ନୀତି ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରନ୍ତି ତେବେ ନ୍ୟାୟପାଳିକା ଉପରୁ ଛାତ୍ରଛାତ୍ରୀଙ୍କ ଭରସା ଉଠିଯିବ । ଏବଂ ଅଭିଯୁକ୍ତ ମାନେ ନିର୍ଭୟରେ ଏମିତି ଅପରାଧ ଭିଆଇବେ । ଏହି ମହାଦୁର୍ନୀତିର ତଦନ୍ତ ପାଇଁ ଏସଆଇଟି ଗଠନ କରି ଏହାକୁ ତଦନ୍ତ ପରିସରଭୁକ୍ତ କରିବା ଏବଂ ଅଭିଯୁକ୍ତଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନିବେଦନ କରୁଛୁ । ଏହି ଦୁର୍ନୀତିର ଯଦି ସଠିକ ଭାବରେ ତଦନ୍ତ କରାଯାଏ ତେବେ ଅନେକ ବଡ଼ ବଡ଼ ବ୍ୟକ୍ତିବିଶେଷ ଚେହେରା ସାମ୍ନାକୁ ଆସିବ । ଯେଉଁମାନେ ପରଦା ପଛରେ ରହି ଏଭଳି ଦୁର୍ନୀତି କରୁଛନ୍ତି । ବିରଂଚି ନାରାୟଣ ସାହୁ ଗୋଟିଏ ମୋହରା ମାତ୍ର, ପଛରେ ବଡ଼ ବଡ଼ ମାଛ ଲୁଚି ଥିବାର ସମ୍ଭାବନା ରହିଛି ବୋଲି ଛାତ୍ର କଂଗ୍ରେସର ବିଶ୍ୱାସ । ଯଦି ସରକାର ଏହାର ତଦନ୍ତ ନକରନ୍ତି ତେବେ ଆଗାମୀ ଦିନରେ ଛାତ୍ର କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବାକୁ ପଛଘୁଂଚା ଦେବ ନାହିଁ । ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଗୌତମ ସାହୁଙ୍କ ନେତୃତ୍ୱରେ ଛାତ୍ର କଂଗ୍ରେସର ବିକ୍ଷୋଭ ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ତଥା ବାଲେଶ୍ୱର ପ୍ରଭାରୀ ନିତେଶ ରଞ୍ଜନ ବେହେରା, ଅଜିତ କୁମାର ବାରିକ, ଛାତ୍ର କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦକ ରହିମତ ଅଲି, ଛାତ୍ର କଂଗ୍ରେସ ପୂର୍ବତନ ସୋସିଆଲ ମିଡ଼ିଆ ଚେୟାରମ୍ୟାନ ନିହାର ରଞ୍ଜନ ବେହେରା, ଜୀବନ ମହାପାତ୍ର, ରାଧାକାନ୍ତ ସାହୁ, ସୌରଭ ବେହେରା, ଆଦର୍ଶ ଦାସ, ନବପ୍ରସାଦ ଭୂୟାଁ, ମୁକ୍ତି ସରଙ୍ଗୀ, କାଜଲ ବାରିକ, ସୁମଟି ସିଂ ସୌରଭ ପଟ୍ଟନାୟକ, ଦେବୀପ୍ରସାଦ, ସତ୍ୟ ରଞ୍ଜନ, ଜିଲ୍ଲା ମହିଳା କଂଗ୍ରେସ ସଭାନେତ୍ରୀ ପ୍ରଜ୍ଞା ପାରମିତା ମହାନ୍ତି, ମହିଳା କଂଗ୍ରେସ ରାଜ୍ୟ ସାଧାରଣ ସମ୍ପାଦିକା ଅର୍ଚ୍ଚନା ନନ୍ଦୀ, ଜିଲ୍ଲା କଂଗ୍ରେସ ସାଧାରଣ ସମ୍ପାଦକ ତୁଷାର କାନ୍ତି ତପସ୍ୱୀ, ଜିଲ୍ଲା ଯୁବ କଂଗ୍ରେସ ସଭାପତି ରଞ୍ଜନ ଦାସ ପ୍ରମୁଖ ଛାତ୍ର ଛାତ୍ରୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ