ଷ୍ଟିଟ୍ ଲାଇଟ୍ ଟେଣ୍ଡରରେ ଚଚଂକତା ଅଭିଯୋଗ ଆଣିଲା କଂଗ୍ରେସ

ଭୁବନେଶ୍ୱର, ଗତ ଏପ୍ରିଲ ୪ ତାରିଖରେ ପଂଚାୟତ ବିଭାଗ ଅଧିନସ୍ଥ ଗ୍ରାମୀଣ ଜଳ ଯୋଗାଣ ବିଭାଗର ଷ୍ଟିଟ୍ ଲାଇଟ୍ ଲଗାଇବା ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରରେ ଦୁର୍ନିତୀ ଓ ପିୟାପ୍ରିତିର ଅଭିଯୋଗ ଆଣିଛି କଂଗ୍ରେସ ।କଂଗ୍ରେସ ମୁଖପାତ୍ର ସୁଦର୍ଶନ ଦାସ କହିଛନ୍ତି ଯେ ରାଜ୍ୟ ପଚାଂୟତିରାଜ ଓ ପାନୀୟ ଜଳ ବିଭାଗ ଅଧିନରେ ଥିବା ଆରଡବ୍ଲୁଏସ୍‌ଏସ୍ ପକ୍ଷରୁ ରାଜ୍ୟର ୨୯ଟି ଜିଲ୍ଲାରେ ଏଲଇଡି ଲାଇଟ ଲଗାଇବା ନେଇ ୧୫୦ କୋଟି ଟଙ୍କା ଖର୍ଚ୍ଚରେ ୨୯ଟି ଜିଲ୍ଲାର ଗାଁ ଗୁଡିକରେ ଏଲଇଡି ଷ୍ଟ୍ରିଟ୍ ଲାଇଟ ଲଗାଇବା ନେଇ ହୋଇଥିବା ଏହି ଟେଣ୍ଡରରେ କେତେକ ନିର୍ଦ୍ଦିଷ୍ଟ କମ୍ପାନିକୁ ସୁହାଇଲା ଭଳି ବ୍ୟବସ୍ଥା କରାଯାଇଛି । ଏଥି ସହିତ ଯେଉଁ କାମ କମ୍ ଖର୍ଚ୍ଚରେ ହୋଇ ପାରିଥାନ୍ତା ତା ପାଇଁ ଅଧିକ ଖର୍ଚ୍ଚ କରିବା ପାଇଁ ଏହି ଟେଣ୍ଡର ପ୍ରକ୍ରିୟାରେ ସର୍ତ ଧାର୍ଯ୍ୟ କରାଯାଇଛି । ନୂଆ ଟେକନୋଲୋଜିର ଉପଯୋଗ ଉପରେ ଗୁରୁତ୍ୱ ଦିଆ ନ ଯାଇ ୯/୧୦ ବର୍ଷ ତଳେ ମିଳୁଥବା ନିମ୍ନମାନର ଓ ଅଧିକ ବିଦ୍ୟୁତ ଖର୍ଚ୍ଚ ହେଉଥିବା ଏଲଇଡି ଲାଇଟ ଯୋଗାଣ ନେଇ ଏହି ଟେଣ୍ଡର ପ୍ରସ୍ତୁତ କରାଯାଇଛି ।ଟେଣ୍ଡର ପ୍ରକ୍ରିୟାରେ ଏହି ଚଚଂକତା ଯୋଗୁଁ ରାଜ୍ୟ ରାଜକୋଷରୁ ପ୍ରାୟ ୩୦ କୋଟିରୁ ଉର୍ଦ୍ଧ ଟଙ୍କା ବାଟ ମାରଣା କରିବାର ମସୁଧା କରାଯିବା ସହିତ ପ୍ରତି ବର୍ଷ ୫ କୋଟିରୁ ଉର୍ଦ୍ଧ୍ୱ ବିଦ୍ୟୁତ ଶୁକ୍ଲ ସରକାର ବହନ କରିବେ ବୋଲି ଶ୍ରୀ ଦାସ ଅଭିଯୋଗ କରିଛନ୍ତି । ଟେଣ୍ଡର କାଗଜରେ ପ୍ରତି ୟୁନିଟଟ୍ୱା କ୍ଲଷ୍ଟର ପାଇଁ ୧ଲକ୍ଷ ୩୪ ହଜାର ୮ଶହ ଟଙ୍କା ମୂଲ୍ୟ ଧାର୍ଯ୍ୟ କରାଯାଇଥିବା ବେଳେ ବର୍ତମାନ ବଜାର ମୂଲ୍ୟ ଅନୁଯାୟୀ ଏହା ୧ ଲକ୍ଷ ଟଙ୍କାରୁ ମଧ୍ୟ କମ୍ ହେବ । ଅର୍ଥାତ ପ୍ରତି ୟୁନିଟ୍ ବା କ୍ଲଷ୍ଟର ପିଛା ୩୦ ରୁ ୪୦ ଶତାଂଶ ଅଧିକ ମୂଲ୍ୟ ଟେଣ୍ଡରରେ ଉଲ୍ଲେଖ ଅଛି । ନିର୍ଦ୍ଦିଷ୍ଟ ଭାବେ ସରକାର କଣ ପାଇଁ ୫ଟି କମ୍ପାନି ପ୍ରତି ଅନୁକମ୍ପା ଦେଖାଉଛନ୍ତି ତାହା ତଦନ୍ତ ସାପେକ୍ଷ ।ସରକାର ସବୁ କଥାରେ ସ୍ୱଚ୍ଛ ଶାସନ କଥା କହୁଥିବା ବେଳେ ୧୫୦ କୋଟି ଟଙ୍କାର ଟେଣ୍ଡରରେ ଚଚଂକତା ତାଙ୍କର ସ୍ୱଚ୍ଛ ଶାସନକୁ ପଦାରେ ପକାଇଛି । ନିର୍ଦ୍ଦିଷ୍ଟ କମ୍ପାନିର ଏଲଇଡିରେ ଟେଣ୍ଡର ପ୍ରକ୍ରିୟା ସୀମିତ ନ ରଖି ସର୍ତପୂରଣ କରୁଥିବା ସବୁ କମ୍ପାନିକୁ ସୁଯୋଗ ଦିଆଯିବା ପାଇଁ ବ୍ୟବସ୍ଥା କରାଯିବା ଉଚିତ । ଏଥି ସହିତ କମ୍ ଖର୍ଚ୍ଚରେ କିଭଳି ଉଚ୍ଚ ଗୁଣବତାର ଏଲଇଡି ଲାଇଟ ଯୋଗାଣ ହୋଇ ପାରିବ ତାହା ସରକାର ସୁନିଶ୍ଚିତ କରିବା ଦରକାର । ଏଭଳି ସ୍ଥିତିରେ ଏଲଇଡି ଲାଇଟ ଟେଣ୍ଡର ରଦ୍ଦ କରାଯାଉ । କେତେକ କମ୍ପାନି ବା ନିର୍ଦ୍ଦିଷ୍ଟ ବ୍ୟକ୍ତିବିଶେଷଙ୍କ ସ୍ୱାର୍ଥକୁ ନ ଦେଖି ଜନସାଧାରଣଙ୍କ ସ୍ୱାର୍ଥ ତଥା ସରକାରୀ ଅର୍ଥର ସୁରକ୍ଷା ପାଇଁ ଏଲଇଡି ଲାଇଟ ଯୋଗାଣ ସର୍ତରେ ଆବଶ୍ୟକ ସଂଶୋଧନ କରି ସାନି ଟେଣ୍ଡର ନୋଟିସ୍ ଜାରିକରିବାକୁ କଂଗ୍ରେସ ପକ୍ଷରୁ ଦାବୀ କରାଯାଇଛି ।ଆଜିର ଏହି ସାମ୍ବାଦିକ ସମ୍ମିଳନୀ ରେ ରାଜ୍ୟ କଂଗ୍ରେସର ପ୍ରବକ୍ତା ମନୋରଂଜନ ଦାସ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ