ଷ୍ଟେଟବ୍ୟାଙ୍କ୍ ସିଡ଼ିଏମ ମେସିନ ଅଚଳ : ଗ୍ରାହକ ହଟହଟା

ହିଂଜିଳିକାଟୁ, (ଶେଷଦେବ ସାହୁ): ଗଂଜାମ ଜିଲ୍ଲାର ୨ୟ ବୃହତମ ସହର ଭାବେ ପରିଗଣିତ ହିଂଜିଳିକାଟୁ ସହରରେ ଅବସ୍ଥାପିତ ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ)ଶ।।ଖା କାର୍ଯ୍ୟାଳୟ ନିକଟରେ ରହିଥିବା କ୍ୟାସ୍ ଡ଼ିପୋଜିଟ୍ ମେସିନ (ସିଡ଼ିଏମ) ଟି ଦୀର୍ଘ ୩ ମାସରୁ ଉଦ୍ଧ୍ୱର୍ ଦିନ ଧରି ଅଚଳ ହୋଇପଡ଼ିଛି । ଯଦ୍ୱାରା ଗ୍ରାହକ ମାନେ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଲକ୍ଷ୍ୟ କରାଯାଉଛି । ଦୀର୍ଘ ଦିନ ଧରି ସିଡ଼ି,ମ ମେସିନଟି ଅଚଳ ହୋଇ ପଡ଼ିଥିଲେ ମଧ୍ୟ ବ୍ୟାଙ୍କ କର୍ତୁପକ୍ଷ କୌରସି ପ୍ରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ହିଂଜିଳିକାଟୁ ଭାରତୀୟ ଷ୍ଟେଟବ୍ୟାଙ୍କ(ଏସବିଆଇ) ଶାଖାରେ ସ୍ଥାନୀୟ ପୌରାଂଚଳ ସମେତ ନିକଟବର୍ତି ଅଂଚଳର ବହୁ ଜନସାଧାରଣଙ୍କ ଜମା ଖାତା ରହିଥିବା ବେଳେ ଦୈନିକ ଲକ୍ଷାଧିକ ଟଙ୍କାର ଅର୍ଥ ଦେଣନେଣ କାରବାର ହୋଇଥାଏ । ସିଡ଼ିଏମ ମେସିନ ଯୋଗୁଁ ଲୋକେ ସହଜରେ ଟଙ୍କା ଜମା କରିବା ଏବଂ ଅନ୍ୟାନ ଦେଣନେଣ କାରବାର କରି ଆସୁଥିବା ବେଳେ ସିଡ଼ିଏମ ମେସିନ ଅଚଳ ହୋଇ ପଡ଼ିଥିବା ଯୋଗୁଁ ବହୁ ସମସ୍ୟା ଉପୁଜିଛି । ବ୍ୟାଙ୍କରେ ପ୍ରତ୍ୟେହ ଗ୍ରାହକଙ୍କ ଭିଡ଼ ଜମୁଥିବା ଯୋଗୁଁ ଗ୍ରାହକ ମାନେ ଲମ୍ବା ଲାଇନରେ ଅପେକ୍ଷା କରି ବିରକ୍ତ ଭାବ ପ୍ରକାଶ କରୁଛନ୍ତି । ହିଂଜିଳିକାଟୁ ପୌରାଂଚଳ ମଧ୍ୟରେ ଭାରତୀୟ ଷ୍ଟେବ୍ୟାଙ୍କର ୪ ଟି ଏଟିଏମ ରହିଥିବା ବେଳେ ୨ ଟି ଏଟିଏମ ୫ ମାସରୁ ଉଦ୍ଧ୍ୱର୍ ଦିନ ଧରି ବନ୍ଦ ରହୁଥିବା ଦେଖିବାକୁ ମିଳୁଛି । ସହର ମଧ୍ୟରେ ଆକ୍ସିସ ବ୍ୟାଙ୍କ, ବ୍ୟାଙ୍କ ଅପ୍ ଇଣ୍ଡିଆ, ପଂଜାବ ନ୍ୟାସନାଲ ବ୍ୟାଙ୍କ, ୟୁକୋ ବ୍ୟାଙ୍କ, ୟୁନିୟନ ବ୍ୟାଙ୍କ, ଆନ୍ଧ୍ରା ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କା ଏଟିଏମ ରହିଥିବା ବେଳେ କେବଳ ଏସବିଆଇ ଓ ଆନ୍ଧ୍ରା ବ୍ୟାଙ୍କର ସିଡ଼ିଏମ ମେସିନ ରହିଛି । ପୂର୍ବରୁ ଜରୁରୀ କାଳୀନ ପରିସ୍ଥିତରେ ଲୋକେ ୨୪ ଘଂଟିଆ ସେବା ନପାଇଲେ ମଧ୍ୟ ପ୍ରତ୍ୟେହ ସକାଳ ୬ ଟ ।ରୁ ରାତ୍ର ୯ ଘଂଟା ପର୍ଯ୍ୟନ୍ତ ସିଡ଼ିଏମର ସୁବିଧା ପାଇପାରୁଥିଲେ । ଗତ ୩ ମାସ ଧରି ଏସବିଆଇର ସିଡ଼ିଏମ ମେସିନ ଅଚଳ ହୋଇ ପଡ଼ିଥିବା ଯୋଗୁଁ କେବଳ ବ୍ୟାଙ୍କିଂ ସମୟରେ ଲୋକେ ଟଙ୍କା ଦେଣନେଣ କିମ୍ବା ଡ଼ିପୋଜିଟ ପାଇଁ ଅପେକ୍ଷା ବ୍ୟାଙ୍କରେ ଘଂଟା ଘଂଟା ସମୟ ଧରି ଅପେକ୍ଷା କରି ରହୁଛନ୍ତି । ବର୍ତମାନ ଶିକ୍ଷାର୍ଥୀ ମାନଙ୍କ ଆଡ଼ିମିସନ ଋତୁ ଚାଲିଥିବା ଯୋଗୁଁ ଦୁରଦୂରାନ୍ତରରେ ରହୁଥିବା ପିଲାଙ୍କୁ ଗ୍ରାମାଂଚଳରୁ ଅଭିଭାବକ ମାନେ ଟଙ୍କା ଜମା କରିବା ପାଇଁ ଆସୁଥିବା ବେଳେ ସିଡ଼ିଏମ ମେସିନ ଅଚଳ ଯୋଗୁଁ ବ୍ୟାଙ୍କ କୋଲିବା ସମୟକୁ ଅପେକ୍ଷା କରି ରହୁଥିବା ଦେଖିବାକୁ ମିଳୁଛି । ଏ ନେଇ ଭାରତୀୟ ଷ୍ଟେଟ ବ୍ୟାଙ୍କ ହିଂଜିଳିକାଟୁ ଶାଖାର ପରିଚାଳକ ସତ୍ୟସିଶ ପଟ୍ଟନାୟକଙ୍କୁ ପଚାରିବାରୁ ସେ କହିଲେ ଅଚଳ ସିଡ଼ିଏମ ମେସିନ ପରିବର୍ତେ ନୂତନ ସିଡ଼ିଏମ ମେସିନ କ୍ରୟ କରିବା ସକାଶେ ଟଙ୍କା ଡ଼ିପୋଜିଟ ହୋଇସାରିଛି, ଯଥାଶୀଘ୍ର ନୂତନ ସିଡ଼ିଏମ ମେସିନ ଲଗାଯିବାର ବନ୍ଦୋବସ୍ତ କରାଯିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ