ଷ୍ଟେଟବ୍ୟାଙ୍କ ପକ୍ଷରୁ ମେଘା ଏସ ଏଚ ଜି ଋଣମେଳା

ନିମାପଡ଼ା, (ସନ୍ତୋଷ ଦାଶ):ନିମାପଡା ବ୍ଲକ ତୁଳସୀପୁର ର ଜୟଦୂର୍ଗା କଲ୍ୟାଣ ମଣ୍ଡପ ଠାରେ ଆଜି ତୁଳସୀପୁର ଷ୍ଟେଟ ବ୍ୟାଙ୍କ ଶାଖା ପକ୍ଷରୁ ଏକ ମେଘା ଏସ ଏଚ ଜି ଋଣ ମେଳା ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବ ରେ ମୁଖ୍ୟ ଅତିଥି ଭାବେ ଏସ ବି ଆଇ ର ଡି ଜି ଏମ୍ ସଞ୍ଜୟ କୁମାର ଝା, ସମ୍ମାନୀତ ଅତିଥି ଭାବେ ଏଜିଏମ୍ ସୌରଭ ରଥ, ସି ଏମ୍ ହେମନ୍ତ କୁମାର ସା, ବିପିଏମ୍ ପ୍ରଦେଶ କୁମାର ମହାନ୍ତି, ତୁଳସୀପୁର ଶାଖା ପରିଚାଳକ ଗୋପବନ୍ଧୁ ନନ୍ଦୀ,ପୂର୍ବତନ ଏ ବି ଏମ୍ ଚକ୍ରଧର ସା, ପ୍ରଫେସର ଗୋପୀନାଥ କର, ନିରଞ୍ଜନ କର, ଦ୍ଵିଜବର ମୁଦୁଲି,ପ୍ରଫୁଲ୍ଲ ସାହୁ ପ୍ରମୁଖ ଯୋଗ ଦେଇ ମହିଳା ମାନେ ବ୍ୟାଙ୍କ ରୁ ସହାୟତା ନେଇ ଆତ୍ମନିର୍ଭରଶିଳ ହେବାକୁ ସରକାର ବିଭିନ୍ନ ଯୋଜନା କରିଥିବା ପ୍ରକାଶ କରିଥିଲେ। ଏହି ମେଳା ରେ ଅସ୍ତରଙ୍ଗ, କାକଟପୁର,ନୟାହାଟ, ତୁଳସୀପୁର, ଗୋପ, କୋଣାର୍କ, ଛଇତନା, ନିମାପଡା,ଖେଲାର, ନରୋଦା, ବାଲିପାଟଣା,ବାଳକାଟି, ଉତ୍ତରା, ଜଇସପାଟଣା,ତ୍ରାହି ଅଚ୍ୟୁତ ପ୍ରଭୁତି ୧୫ ଟି ଶାଖା ର ୨୬୦ ଟି ଏସଏଚଜି ଗ୍ରୁପ କୁ ୧୧କୋଟି ରୁ ଉର୍ଦ୍ଧ୍ବ ଟଙ୍କା ର ଋଣ ଚେକ ଆକାର ରେ ପ୍ରଦାନ କରାଯାଇଥିଲା। ବ୍ୟାଙ୍କ ଶାଖା ରେ କାର୍ଯ୍ୟରତ ବ୍ୟାଙ୍କ ମିତ୍ର ମାନଙ୍କୁ ସମ୍ମାନୀତ କରାଯାଇଥିଲା। କାର୍ଯ୍ୟକ୍ରମ କୁ ସଂଗ୍ରାମ କେଶରୀ ଭୋଳ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ