ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ୨୨ ତାରିଖରେ ରେ ସାଧାରଣ ପରିଷଦ ବୈଠକ
କେନ୍ଦ୍ରାପଡା,(ଯୁଗାବ୍ଦ ନ୍ୟୁଜ୍): ଓଡିଶା ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘର ରାଜ୍ୟ ସାଧାରଣ ପରିଷଦ ବୈଠକ ଚଳିତ ଜାନୁଆରୀ ମାସ ୨୨ତାରିଖ ପୂର୍ବାହ୍ନ ସାଢେ୯ଟା ସମୟରେ କଟକସ୍ଥିତ ଶହୀଦ ଭବନରେ ଅନୁଷ୍ଠିତ ହେବାକୁ ସ୍ଥିର କରାଯାଇଛି । ବୈଠକରେ ଆଗାମୀ ୩ବର୍ଷ ପାଇଁ ସଙ୍ଘର ନୂତନ କର୍ମକର୍ତ୍ତା ନିର୍ବାଚନ ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ତେଣୁ ସଙ୍ଘର ସମସ୍ତ ସଦସ୍ୟମାନେ ଏହି ବୈଠକରେ ଯୋଗଦେଇ ଉପଯୁକ୍ତ କର୍ମକର୍ତ୍ତା ନିର୍ବାଚିତ କରିବାକୁ ଷ୍ଟେଟବ୍ୟାଙ୍କ ପେନସନର୍ସ ସଙ୍ଘ ଭୂବନେଶ୍ୱର ଜୋନ ନମ୍ବର -୨ର ଜୋନାଲ ସଭାପତି ପ୍ରାର୍ଥୀ ଗଣେଶ୍ୱର ମେକାପ ନିବେଦନ କରିଛନ୍ତି ।