ଧନିଓଝା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ: ଯାତ୍ରା କଳାକାର ସମ୍ବର୍ଦ୍ଧିତ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : ବନ୍ତ ବ୍ଲକ ଧନିଓଝା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ପାଳନ ହୋଇଯାଇଛି । ପ୍ରଧାନ ଶିକ୍ଷକ ଜଗନ୍ନାଥ ଶଂଖୁଆଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ ବ୍ଲକ ଶିକ୍ଷାଧିକାରିଣୀ ବାସନ୍ତୀ କୁମାରୀ ମିଶ୍ର ଯୋଗ ଦେଇ ପ୍ରଦୀପ ପ୍ରଜ୍ଜେ୍ୱାଳନ ପୂର୍ବକ ଉତ୍ସବକୁ ଉଦଘାଟନ କରିଥିଲେ । ଏଥିରେ ମୁଖ୍ୟ ବକ୍ତା ଭାବେ ଭଦ୍ରକସ୍ଥିତ ମନମୋହନ ସଂଗୀତ ପରିଷଦର ଅଧ୍ୟକ୍ଷ କେଶବ ଚନ୍ଦ୍ର ଜେନା, ସମ୍ମାନୀତ ଅତିଥି ଭାବେ ଆଞ୍ଚଳିକ ସାଧନ କେନ୍ଦ୍ର ସଂଯୋଜକ ସୁକାନ୍ତ କୁମାର ବେହେରା, ବିଦ୍ୟାଳୟ ପରିଚାଳନା କମିଟିର ଅଧ୍ୟକ୍ଷ ଜ୍ଞାନେନ୍ଦ୍ର କୁମାର ଜେନା, ମହତାବ ମଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରମାକାନ୍ତ ଜେନା, ଅବସରପ୍ରାପ୍ତ ଶିକ୍ଷକ ବିଷ୍ଣୁ ମୋହନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ । ସହକାରୀ ଶିକ୍ଷକ ତାପସ ସ୍ୱାଇଁ ଅତିଥି ପରିଚୟ ପ୍ରଦାନ କରିଥିଲେ । ଏହି ଅବସରରେ ଯାତ୍ରା କଳାକାର ଗୌର ଦାସ, ଦୀପକ ଗୋଚ୍ଛାୟତ, କାବେରୀ ପାଢୀ, ମନୋଜ ଭୂୟାଁ, ନମିତା ଭୂୟାଁ, ବିଭୁତେନ୍ଦ୍ର କର, ଗୁରୁ ପ୍ରସାଦ ପୃଷ୍ଟି ପ୍ରମୁଖଙ୍କୁ ମାନପତ୍ର ଓ ଉତ୍ତୋରୀୟ ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀଙ୍କ ଦ୍ୱାରା ନୃତ୍ୟ ପରିବେଷଣ ସମସ୍ତଙ୍କୁ ଆକୃଷ୍ଟ କରିଥିଲା । କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷୟିତ୍ରୀ ସସ୍ମିତା ନାୟକ, ପ୍ରତିଭା ରାୟ, ପଙ୍କଜ କୁମାର ଦାସ, ତାପସ ବେହେରା, ବିଭୁଭୂଷଣ ଧଳଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ଓ ଗ୍ରାମବାସୀ ମାନେ ସହାୟତା କରିଥିଲେ ।


